ମଣିଷକୁ ଭିତରୁ ଭାଙ୍ଗି ଦିଏ ଏହି ୪ ଦୁଃଖ, ସଳଖି ଛିଡ଼ା ହେବା ହୋଇପଡେ କଷ୍ଟକର; ଜାଣନ୍ତୁ..

ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି ଆଚାର୍ଯ୍ୟ ଚାଣକ୍ୟ। ଧନ, ମାନ-ସମ୍ମାନ, ସୁଖଶାନ୍ତି ଏବଂ ବୈବାହିକ ଜୀବନକୁ ନେଇ ଅନେକ କଥା ସେଥିରେ ଉଲ୍ଲେଖ ରହିଛି। ଉକ୍ତ ନୀତିଗୁଡ଼ିକୁ ଆପଣାଇଲେ ସଫଳତା ପାଇବା ସହଜ।

ଚାଣକ୍ୟ କୁହନ୍ତି, ପ୍ରତିଟି ମଣିଷର ଜୀବନରେ ସୁଖଦୁଃଖ ଲାଗି ରହିଥାଏ। ହେଲେ ଅନେକ ସମୟରେ ଏଭଳି ମୂହୁର୍ତ୍ତ ଆସେ ଯାହା ମଣିଷକୁ ଭିତରୁ ଭାଙ୍ଗିଦିଏ। ଜାଣନ୍ତୁ ସେଗୁଡ଼ିକ କ’ଣ..

-ଜୀବନସାଥୀଙ୍କଠାରୁ ଅଲଗା ହେବା:
ଚାଣକ୍ୟ କୁହନ୍ତି, କୌଣସି ବ୍ୟକ୍ତି ନିଜର ଜୀବନସାଥୀଙ୍କଠାରୁ ଅଲଗା ହେବାକୁ ଚାହାନ୍ତି ନାହିଁ। ଏଥିଯୋଗୁ ବିଚ୍ଛେଦ ସହିବା କଷ୍ଟକର। ଯେତେ ଭୁଲିବାକୁ ଚେଷ୍ଟା କଲେ ହେଁ ଏହା ଭିତରୁ କଷ୍ଟ ଦିଏ। ମନକୁ ଗଭୀର ଆଘାତ ପହଞ୍ଚିଥାଏ।

-କରଜର ବୋଝ:
ଚାଣକ୍ୟ କୁହନ୍ତି, କରଜ ପାଇଁ ମଣିଷ ଭିତରୁ ଭାଙ୍ଗିପଡ଼ନ୍ତି। କାରଣ କରଜ ନେଇଥିବା ମଣିଷ ଅପରାଧବୋଧ କରି ବଞ୍ଚିଥାଏ। ଏହାକୁ ସୁଝି ନ ପାରିଲେ ଭିତରୁ ଭାଙ୍ଗି ପଡ଼ିଥାଏ।

-ନିଜ ଲୋକଙ୍କଠାରୁ ଅପମାନ:
ନୀତିଶାସ୍ତ୍ରରେ ଚାଣକ୍ୟ କୁହନ୍ତି, କୌଣସି ବ୍ୟକ୍ତି ନିଜ ଲୋକମାନଙ୍କର ଅପମାନ ସହିପାରେନାହିଁ। ଏହାଦ୍ୱାରା ମାନସିକ କ୍ଷତି ପହଞ୍ଚିଥାଏ ଏବଂ ମଣିଷ ଭିତରୁ ଭାଙ୍ଗି ପଡ଼ିଥାଏ।

-ଗରିବ ହେବା:
ଚାଣକ୍ୟ କୁହନ୍ତି, ଅଭାବ ମଣିଷକୁ ଦୁଃଖ ଦିଏ। ଆର୍ଥିକ ଅସୁବିଧା ଦେଇ ଗତି କରୁଥିବା ମଣିଷ ଭିତରୁ ଭାଙ୍ଗି ଯାଇଥାଏ। କାରଣ ସେ ନିଜର ଆବଶ୍ୟକତାକୁ ପୂରଣ କରିପାରି ନ ଥାଏ।