ଆପଣଙ୍କର ଏଭଳି କୁଅଭ୍ୟାସ ଅଛି କି? ବିଗିଡ଼ିଯିବ ସବୁ କାମ..

ଜୀବନର ମୂଲ୍ୟକୁ ନେଇ ଆଚାର୍ଯ୍ୟ ଚାଣକ୍ୟ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ସେ ନିଜର ନୀତିଶାସ୍ତ୍ର ଅର୍ଥାତ ଚାଣକ୍ୟନୀତିର ୧୩ତମ ଅଧ୍ୟାୟରେ ଲେଖିଥିବା ଏକ ଶ୍ଳୋକରେ ମନୁଷ୍ୟର ଏକ ଅଭ୍ୟାସ ବିଷୟରେ କହିଛନ୍ତି। ଯାହାକୁ ନେଇ ସେ ସବୁବେଳେ ଅସୁବିଧାରେ ପଡ଼ିଥାଏ ଏବଂ ଦୁଃଖୀ ହୋଇଥାଏ। ଏହି ଅଭ୍ୟାସ ଯୋଗୁ ତା କାମ ଖରାପ ହୋଇଯାଇଥାଏ। ସଫଳତା ମିଳି ନ ଥାଏ। ଏହାସହ ନାନାଦି ସମସ୍ୟା ମୁଣ୍ଡ ଟେକିଥାଏ। ଜାଣନ୍ତୁ ସେ ବିଷୟରେ..

ଚାଣକ୍ୟ ଏହି ଶ୍ଳୋକରେ କହିଛନ୍ତି, ମନ ଚଞ୍ଚଳ। ତାର ଚଞ୍ଚଳତା ଉପରେ ଯାହାର ନିୟନ୍ତ୍ରଣ ରହିଛି, ସେହି ବ୍ୟକ୍ତି ଜୀବନରେ ସଫଳ ହୋଇଥାଏ। ଏଣୁ ମନୁଷ୍ୟ ସ୍ଥିର ଚିତ୍ତ ରହିବା ଆବଶ୍ୟକ। ନ ହେଲେ ଅନ୍ୟର ସୁଖରେ ମଧ୍ୟ ସେ ଦୁଃଖୀ ହୋଇଥାଏ। ଏଭଳି ଲୋକକୁ ମଣିଷ ମାନଙ୍କ ମଧ୍ୟରେ ନା ଜଙ୍ଗଲରେ ସୁଖ ମିଳେ ନାହିଁ।

ଚାଣକ୍ୟଙ୍କ ଅନୁଯାୟୀ, ସମାଜରେ ରହିବା ବେଳେ ଲୋକମାନେ ତାଙ୍କୁ କଷ୍ଟ ଦିଅନ୍ତି। ଜଙ୍ଗଲରେ ଏକୁଟିଆପଣ ତାଙ୍କୁ ଦୁଃଖ ଦେଇଥାଏ। ସେ ଅନ୍ୟର ଖୁସି ଦେଖିପାରେ ନାହିଁ। ଏଣୁ ମଣିଷକୁ ନିଜର ଚିତ୍ତ ଅର୍ଥାତ ମନକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ।

ଚାଣକ୍ୟ ଧନ ବିଷୟରେ କହିଛନ୍ତି, ନୀଚ ଲୋକମାନଙ୍କପାଇଁ ଧନ ଅର୍ଥାତ ଟଙ୍କା ସବୁକିଛି ହୋଇଥାଏ। ଏଥିନେଇ ଏହାକୁ ପାଇବା ପାଇଁ ସେ ଠିକ୍‌ ଏବଂ ଭୁଲ ନ ଦେଖି ଆଗକୁ ବଢ଼ିଥାଏ।

କିଛି ଲୋକ ସମ୍ମାନକୁ ବିକ୍ରି କରି ଧନ ଚାହିଁ ନ ଥାନ୍ତି। ସେଭଳି ଲୋକଙ୍କୁ ଟଙ୍କା ଏବଂ ସମ୍ମାନ ଉଭୟ ଆବଶ୍ୟକତା ରହିଥାଏ। ହେଲେ ମହାପୁରୁଷ ମାନଙ୍କର ଧନକୁ ନେଇ ଲୋଭ ନ ଥାଏ। ତାଙ୍କ ପାଇଁ ସମ୍ମାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ତାହା ହିଁ ସେମାନଙ୍କ ଧନ ହୋଇଥାଏ।