ଘରେ ଏହି ୫ ଜିନିଷ ହେବା ଖରାପ ସମୟର ସଙ୍କେତ, ତୁରନ୍ତ ଦିଅନ୍ତୁ ଧ୍ୟାନ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ନୀତିଶାସ୍ତ୍ରରେ ଜୀବନକୁ ସଫଳ କରିବା ସହ ଲକ୍ଷ୍ୟ ହାସଲ କରିବାକୁ ନେଇ ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ମନୁଷ୍ୟର ଖରାପ ସମୟ ଆସିବା ପୂର୍ବରୁ ଘରେ କିଛି ବିଶେଷ ସଙ୍କେତ ଦେଖିବାକୁ ମିଳିଥାଏ। ଏହି ଖରାପ ସମୟ ଆର୍ଥିକ ସ୍ଥିତି ଏବଂ ଦାମ୍ପତ୍ୟ ଜୀବନ ଉଭୟ ପାଇଁ ବିପଦଜନକ ସାବ୍ୟସ୍ତ ହୋଥାଏ। ଏଥିଲାଗି ଏସବୁ ସଙ୍କେତକୁ ବୁଝି ସ୍ଥିତିକୁ ନିୟନ୍ତ୍ରଣ କରିବାର ଉପାୟ ଉପରେ ବିଚାର କରିବା ବହୁତ ଆବଶ୍ୟକ।

ତୁଳସୀ ଗଛ ଶୁଖିବା: ଚାଣକ୍ୟ ନୀତି ଅନୁଯାୟୀ ଯଦି ଆମ ଘର ଅଥବା ଅଗଣାରେ ଲାଗିଥିବା ତୁଳସୀ ଗଛ ଶୁଖିବାରେ ଲାଗେ ତେବେ ବୁଝି ଯିବେ ଯେ କିଛି ଖରାପ ଘଟିବାକୁ ଯାଉଛି। ଘରେ ଆର୍ଥିକ ସ୍ଥିତି ବିଗିଡ଼ିିବାର ଲକ୍ଷଣ ଦିଏ। ଏହା ଦେଖିବା ପରିବର୍ତ୍ତେ ଏହା ଉପରେ ବିଚାର କରନ୍ତୁ।

କାଚ ଭାଙ୍ଗିବା: ଯଦି ତୁମ ଘରେ ବାରମ୍ବାର କାଚ ଭାଙ୍ଗି ଥାଏ ତେବେ ଏହା ବହୁତ ଖରାପ ସଙ୍କେତ। ଏହା ବଡ଼ ସମସ୍ୟା ଆସିବାର ସଙ୍କେତ। ଏଥିଲାଗି ଘରେ ଭଙ୍ଗା କାଚ ଥିଲେ ତାକୁ ଶୀଘ୍ର କାଢ଼ି ନିଅନ୍ତୁ।

କାନ୍ଥ ଓଦା ହେଉଥିଲେ: ଯଦି ତୁମ ଘର କାନ୍ଥ ସବୁବେଳେ ଓଦା ହେଉଛି। ରଙ୍ଗ କରିବା ପରେ ବି କାନ୍ଥରେ ଆଦ୍ରତା ରହୁଛି ତେବେ କିଛି ଗଡ଼ବଡ଼ ହେଉଛି ବୋଲି ଜାଣିନେବ। ଏହାଛଡ଼ା ଘରେ ବୁଢ଼ିଆଣୀ ଜାଲ ଥିଲେ ତାକୁ ବାହାର କରି ନିଅନ୍ତୁ। ଏହାଦ୍ୱାରା ଘରର ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ। ଏଣୁ ଏହାକୁ ଦୂର କରିବାକୁ ଚେଷ୍ଟା କରିଥାନ୍ତୁ।

ଝଗଡ଼ା ଏବଂ ଚିନ୍ତା: ଚାଣକ୍ୟ କୁହନ୍ତି ଯଦି କାହା ଘରେ ଦିନରାତି ଝଗଡ଼ା ହୋଇଥାଏ ଏବଂ ଚିନ୍ତାର ବାତାବରଣ ଥାଏ ତେବେ ବୁଝିଯାଆନ୍ତୁ ଯେ ଘର ବରବାଦ ହେବା ରାସ୍ତାରେ ରହିଛି। ଏମିତି ଘରେ ଲକ୍ଷ୍ମୀ-କୁବେର ବାସ କରି ନ ଥାନ୍ତି। ଫଳରେ ଲୋକ ସବୁବେଳେ ଚିନ୍ତାରେ ରହିଥାଏ।

ପୂଜାପାଠ ନ କରିବା: ଯେଉଁ ଘରେ ଲୋକ ଭଗବାନଙ୍କ ଉପାସନା ଅଥବା ପୂଜାପାଠ କରି ନ ଥାନ୍ତି, ସେ ଘରେ ସୁଖସମୃଦ୍ଧି କେବେ ନ ଥାଏ। ଚାଣକ୍ୟ କୁହନ୍ତି, ଆମକୁ ପ୍ରତିଦିନ ସୂର୍ଯ୍ୟାସ୍ତ ପୂର୍ବରୁ ଏବଂ ପରେ ଈଶ୍ୱରଙ୍କ ଭକ୍ତି କରିବା ଉଚିତ। ବିଶେଷକରି ଆର୍ଥିକ ଉନ୍ନତି ପାଇଁ ଲକ୍ଷ୍ମୀଙ୍କୁ ନିୟମିତ ପୂଜା କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?