ଘରେ ଏହି ୫ ଜିନିଷ ହେବା ଖରାପ ସମୟର ସଙ୍କେତ, ତୁରନ୍ତ ଦିଅନ୍ତୁ ଧ୍ୟାନ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ନୀତିଶାସ୍ତ୍ରରେ ଜୀବନକୁ ସଫଳ କରିବା ସହ ଲକ୍ଷ୍ୟ ହାସଲ କରିବାକୁ ନେଇ ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ମନୁଷ୍ୟର ଖରାପ ସମୟ ଆସିବା ପୂର୍ବରୁ ଘରେ କିଛି ବିଶେଷ ସଙ୍କେତ ଦେଖିବାକୁ ମିଳିଥାଏ। ଏହି ଖରାପ ସମୟ ଆର୍ଥିକ ସ୍ଥିତି ଏବଂ ଦାମ୍ପତ୍ୟ ଜୀବନ ଉଭୟ ପାଇଁ ବିପଦଜନକ ସାବ୍ୟସ୍ତ ହୋଥାଏ। ଏଥିଲାଗି ଏସବୁ ସଙ୍କେତକୁ ବୁଝି ସ୍ଥିତିକୁ ନିୟନ୍ତ୍ରଣ କରିବାର ଉପାୟ ଉପରେ ବିଚାର କରିବା ବହୁତ ଆବଶ୍ୟକ।

ତୁଳସୀ ଗଛ ଶୁଖିବା: ଚାଣକ୍ୟ ନୀତି ଅନୁଯାୟୀ ଯଦି ଆମ ଘର ଅଥବା ଅଗଣାରେ ଲାଗିଥିବା ତୁଳସୀ ଗଛ ଶୁଖିବାରେ ଲାଗେ ତେବେ ବୁଝି ଯିବେ ଯେ କିଛି ଖରାପ ଘଟିବାକୁ ଯାଉଛି। ଘରେ ଆର୍ଥିକ ସ୍ଥିତି ବିଗିଡ଼ିିବାର ଲକ୍ଷଣ ଦିଏ। ଏହା ଦେଖିବା ପରିବର୍ତ୍ତେ ଏହା ଉପରେ ବିଚାର କରନ୍ତୁ।

କାଚ ଭାଙ୍ଗିବା: ଯଦି ତୁମ ଘରେ ବାରମ୍ବାର କାଚ ଭାଙ୍ଗି ଥାଏ ତେବେ ଏହା ବହୁତ ଖରାପ ସଙ୍କେତ। ଏହା ବଡ଼ ସମସ୍ୟା ଆସିବାର ସଙ୍କେତ। ଏଥିଲାଗି ଘରେ ଭଙ୍ଗା କାଚ ଥିଲେ ତାକୁ ଶୀଘ୍ର କାଢ଼ି ନିଅନ୍ତୁ।

କାନ୍ଥ ଓଦା ହେଉଥିଲେ: ଯଦି ତୁମ ଘର କାନ୍ଥ ସବୁବେଳେ ଓଦା ହେଉଛି। ରଙ୍ଗ କରିବା ପରେ ବି କାନ୍ଥରେ ଆଦ୍ରତା ରହୁଛି ତେବେ କିଛି ଗଡ଼ବଡ଼ ହେଉଛି ବୋଲି ଜାଣିନେବ। ଏହାଛଡ଼ା ଘରେ ବୁଢ଼ିଆଣୀ ଜାଲ ଥିଲେ ତାକୁ ବାହାର କରି ନିଅନ୍ତୁ। ଏହାଦ୍ୱାରା ଘରର ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ। ଏଣୁ ଏହାକୁ ଦୂର କରିବାକୁ ଚେଷ୍ଟା କରିଥାନ୍ତୁ।

ଝଗଡ଼ା ଏବଂ ଚିନ୍ତା: ଚାଣକ୍ୟ କୁହନ୍ତି ଯଦି କାହା ଘରେ ଦିନରାତି ଝଗଡ଼ା ହୋଇଥାଏ ଏବଂ ଚିନ୍ତାର ବାତାବରଣ ଥାଏ ତେବେ ବୁଝିଯାଆନ୍ତୁ ଯେ ଘର ବରବାଦ ହେବା ରାସ୍ତାରେ ରହିଛି। ଏମିତି ଘରେ ଲକ୍ଷ୍ମୀ-କୁବେର ବାସ କରି ନ ଥାନ୍ତି। ଫଳରେ ଲୋକ ସବୁବେଳେ ଚିନ୍ତାରେ ରହିଥାଏ।

ପୂଜାପାଠ ନ କରିବା: ଯେଉଁ ଘରେ ଲୋକ ଭଗବାନଙ୍କ ଉପାସନା ଅଥବା ପୂଜାପାଠ କରି ନ ଥାନ୍ତି, ସେ ଘରେ ସୁଖସମୃଦ୍ଧି କେବେ ନ ଥାଏ। ଚାଣକ୍ୟ କୁହନ୍ତି, ଆମକୁ ପ୍ରତିଦିନ ସୂର୍ଯ୍ୟାସ୍ତ ପୂର୍ବରୁ ଏବଂ ପରେ ଈଶ୍ୱରଙ୍କ ଭକ୍ତି କରିବା ଉଚିତ। ବିଶେଷକରି ଆର୍ଥିକ ଉନ୍ନତି ପାଇଁ ଲକ୍ଷ୍ମୀଙ୍କୁ ନିୟମିତ ପୂଜା କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନରେ ଖରାପ ସମୟ ଚାଲିଛି କି.. ଆପଣାନ୍ତୁ ଚାଣକ୍ୟଙ୍କ ଏହି ୫ ଉପାୟ; ହେବେ ସଫଳ

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଖରାପ ସମୟ ଆସିଲେ ବ୍ୟକ୍ତିକୁ ପ୍ରଥମେ ନିଜର ଭୟକୁ ଦୂର କରିବାକୁ ପଡିବ। କାରଣ ଭୟ ଆମକୁ ଦୁର୍ବଳ କରିଦିଏ ଏବଂ...

ଏହି ୩ କଥାକୁ ସବୁବେଳେ ଗୁପ୍ତ ରଖନ୍ତୁ, ଜୀବନରେ ନିଶ୍ଚିତ ସଫଳତା ମିଳିବ

ମହାନ ଆଚାର୍ଯ୍ୟ ଚାଣକ୍ୟ ଦୁନିଆର ପ୍ରସିଦ୍ଧ ପଣ୍ଡିତମାନଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କ ଦ୍ୱାରା କୁହାଯାଇଥିବା ନୀତି ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ସେ ତାଙ୍କର ସମସ୍ତ ନୀତି...

ନୂଆ ପୋଷାକ କିଣିବା ପରେ ନିଶ୍ଚିନ୍ତ କରନ୍ତୁ ଏହି କାମ…

ଯେତେବେଳେ ବଜାରରୁ ବା ମଲରୁ କିଛି ନୂଆ ପୋଷାକ କିଣୁଛନ୍ତି ତାକୁ ପିନ୍ଧିବା ପୂର୍ବରୁ ପ୍ରଥମେ ଧୋଇନେବା ଉଚିତ୍‌। କାରଣ ଏପରି ନ କଲେ ଚର୍ମ...

ସୌରଜଗତର ଉପଗ୍ରହ

ଏଇ ବର୍ଷ ମେ ମାସ ୧୪ ତାରିଖରେ ଶନିର ୬୨ଟି ନୂଆ ଉପଗ୍ରହ ଚିହ୍ନଟ ହେଲା ଏବଂ ଏହାର ମୋଟ ଜଣା ଉପଗ୍ରହ ସଂଖ୍ୟା ହେଉଛି...

ଗଣ୍ଠି ଦରଜ ହେଉଥିଲେ ଆପଣାନ୍ତୁ କିଛି ଟିପ୍ସ

ଶୀତଦିନେ ଅଧିକାଂଶ ଲୋକଙ୍କ ଗଣ୍ଠି ଦରଜ ହୋଇଥାଏ। ଔଷଧ ସେବନ ନ କରି କିଛି ଟିପ୍ସ ଆପଣାଇଲେ ଏଥିରୁ ମୁକ୍ତି ପାଇପାରିବେ ବୋଲି ବରିଷ୍ଠ ପ୍ରତ୍ୟାରୋପଣ...

ସଚେତନତା ସହ ସନ୍ତୁଳିତ ଆହାର ଜରୁରୀ

ବୟସ ବଢ଼ିବା ସହିତ ମଣିଷର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟକାରିତା କମିବାରେ ଲାଗିଥାଏ। ଏଥିଯୋଗୁ ସାଧାରଣ ଭାବେ କାର୍ଯ୍ୟ କରିବାରେ ବାଧା ସୃଷ୍ଟି ହୁଏ। ଅବଶ୍ୟ ଏହି...

ଏମିତି ବଢ଼ିଥାଏ କିଡ୍‌ନୀ ସମସ୍ୟା

ଆମ ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବରେ ହେବା ଦରକାର। ନ ହେଲେ ଆମେ କେତେକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାଉ। ଏହାଦ୍ୱାରା କେବଳ...

‘ଗୁଣ ଦେଖିବେ ନା ରୂପ’; କିଭଳି ବାଛିବେ ଜୀବନସାଥୀ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତି ମାଧ୍ୟମରେ ନନ୍ଦ ରାଜବଂଶକୁ ପରାସ୍ତ କରି ତାଙ୍କ ଶିଷ୍ୟ ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜା କରିଥିଲେ। ସେବେଠାରୁ ତାଙ୍କର ନୀତି ଓ...

Advertisement
Archives

Model This Week