ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି ମିଳିଥାଏ। ଶକ୍ତି ପାଇଁ ଅନେକ ପ୍ରକାରର ଶସ୍ୟ, କ୍ଷୀର, ପନିପରିବା, ଘିଅ ଇତ୍ୟାଦି ସହଜରେ ଉପଲବ୍ଧ। ଆଚାର୍ଯ୍ୟ ଚାଣକ୍ୟ ନିଜର ଏକ ନୀତିରେ କେଉଁ ଖାଦ୍ୟ ଖାଇଲେ କେତେ ଶକ୍ତି ମିଳିଥାଏ ଏବଂ କାହାକୁ ଖାଇଲେ ଶରୀରରେ କି କି ଲାଭ ହୋଇଥାଏ ସେନେଇ କହିଛନ୍ତି।
ଅନ୍ନାଦାଶଗୁଣମ ପିଶ୍ଟମ ପିଶ୍ଟାଦଶଗୁଣମ ପୟଃ
ପାୟୋଶଥାଶାଗୁଣମ ମାଂସମ୍‌ ମାଂସଦଶାଗୁଣମ୍‌ ଘୃତମ
ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି, ଆମ ଶରୀର ପାଇଁ ଗହମଠାରୁ ଦଶ ଗୁଣ ଅଧିକ ଶକ୍ତି ଏହାର ଅଟାରେ ଅଛି। ଅଟାରୁ ତିଆରି ରୁଟିକୁ ଶରୀର ସହଜରେ ହଜମ କରିପାରେ। ଏଣୁ ଅଧିକ ଶକ୍ତି ମିଳିଥାଏ। ଏହା ଜଣେ ବ୍ୟକ୍ତିଙ୍କୁ ଦିନସାରା କାମ କରିବାକୁ ସକ୍ଷମ ରଖେ।
ନୀତି ଅନୁଯାୟୀ, ଅଟା ଅପେକ୍ଷା ଅଧିକ ଶକ୍ତି କ୍ଷୀରରୁ ମିଳିଥାଏ। ମଇଁଷି କ୍ଷୀର ଅପେକ୍ଷା ଗାଈ କ୍ଷୀର ଅଧିକ ପୁଷ୍ଟିକର ଏବଂ ଶକ୍ତି ପ୍ରଦାନକାରୀ ହୋଇଥାଏ। ଯଦି କେହି ନିୟମିତ ଭାବେ କ୍ଷୀର ପିଇଥାଏ ତେବେ ଅନେକ ପ୍ରକାରର ରୋଗରୁ ରକ୍ଷା ପାଇଥାଏ। ଦୁଗ୍ଧ ଉଭୟ ପୁରୁଷ ଏବଂ ମହିଳାଙ୍କୁ ସମାନ ଭାବରେ ଲାଭ ଦିଏ। ଗାଈ କ୍ଷୀରରେ ଅନେକ ଉପାଦାନ ଥାଏ ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।
ଚାଣକ୍ୟ କହିଛନ୍ତି, ନିଶ୍ଚିତ ଭାବେ କ୍ଷୀର ଶକ୍ତି ଦେଇଥାଏ, କିନ୍ତୁ ମାଂସହାରରେ କ୍ଷୀର ଅପେକ୍ଷା ଆଠ ଗୁଣ ଅଧିକ ଶକ୍ତି ଥାଏ। ଅଣ ଶାକାହାରୀ ଖାଦ୍ୟ ପ୍ରକୃତି ବିରୁଦ୍ଧରେ ବିବେଚନା କରାଯାଏ। ଶାସ୍ତ୍ର ଅନୁଯାୟୀ, କୌଣସି ଜୀବକୁ ହତ୍ୟା କରିବା ପାପ ଅଟେ। ଏହି କାରଣରୁ ଜଣେ ମାଂସହାର ଖାଦ୍ୟରୁ ଦୂରେଇ ରହିବା ଉଚିତ। ଚାଣକ୍ୟ ଅନ୍ୟ ଏକ ଶାକାହାରୀ ଜିନିଷ ବିଷୟରେ କହିଛନ୍ତି ଯାହା ମାଂସାହାରୀ ଖାଦ୍ୟ ଅପେକ୍ଷା ଅଧିକ ଶକ୍ତି ପ୍ରଦାନ କରେ।
ମାଂସାହାରୀ ଖାଦ୍ୟ ଅପେକ୍ଷା ଦଶ ଗୁଣ ଅଧିକ ଶକ୍ତ ଗାଈ କ୍ଷୀରରୁ ପ୍ରସ୍ତୁତ ଘିଅରେ ରହିଛgି।  ଘିଅ ଅତ୍ୟନ୍ତ ପୁଷ୍ଟିକର ଏବଂ ଶରୀରକୁ ଶକ୍ତି ଯୋଗାଇଥାଏ। ଯଦି ଶୁଦ୍ଧ ଘି ନିୟମିତ ଖିଆଯାଏ, ଜଣେ ବ୍ୟକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ବୃଦ୍ଧାବସ୍ଥା ରୋଗରୁ ସୁରକ୍ଷିତ ରହିପାରିବ। ତଥାପି, ଏହାକୁ ନିର୍ଦ୍ଧିଷ୍ଟ ପରିସ୍ଥିତିରେ ଖାଇବା ଉଚିତ ନୁହେଁ।