ବନ୍ଧୁ ଚୟନ ସମୟରେ ଏସବୁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ, କରିବେ ନାହିଁ ପଶ୍ଚାତାପ

ଆଚାର୍ଯ୍ୟ ଚାଣକ୍ୟ ମଣିଷ ଜୀବନକୁ ପ୍ରଭାବିତ କରୁଥିବା ସମସ୍ତ ସମ୍ପର୍କକୁ ଗଭୀର ଭାବେ ଅଧ୍ୟୟନ କରିଥିଲେ। ସେ କୁହନ୍ତି, ବନ୍ଧୁତ୍ୱ ଏଭଳି ଏକ ସମ୍ପର୍କ ଯାହା ମଣିଷ ନିଜେ ତିଆରି କରେ। ପ୍ରକୃତ ବନ୍ଧୁ ଭଗବାନଙ୍କ ଅଂଶ ଭଳି। ହେଲେ ଖରାପ ଏବଂ ପ୍ରତାରଣାକାରୀ ବନ୍ଧୁ କୌଣସି ରୋଗଠାରୁ କମ୍‌ ହୋଇ ନ ଥାନ୍ତି। ଏଣୁ ବନ୍ଧୁତା କରିବା ସମୟରେ ସାବଧାନ ରହିବା ଉଚିତ।
ପ୍ରକୃତ ବନ୍ଧୁ ସର୍ବଦା ନିଜ ସାଙ୍ଗକୁ ଖରାପ କାମ କରିବାରୁ ନିବୃତ କରିଥାଏ। ସର୍ବଦା ସଠିକ୍‌ ଉପଦେଶ ଦେଇଥାନ୍ତି। ଦୁଃଖ ସମୟରେ ଢ଼ାଲ ଭଳି ସାଙ୍ଗରେ ଛିଡ଼ା ହୋଇଥାନ୍ତି। ସବୁବେଳେ ଦୁଃଖରେ ଭାଗିଦାର ହେବା ସହ ଖରାପ ସମୟରେ ଛାଇ ଭଳି ରହିଥାନ୍ତି।

ହେଲେ ବନ୍ଧୁଦ୍ରୋହୀମାନଙ୍କଠାରୁ ସର୍ବଦା ସତର୍କ ରହିବା ଉଚିତ। ହେଲେ ତାଙ୍କୁ ଚିହ୍ନିବା ସହଜ ହୋଇ ନ ଥାଏ। କାରଣ ବହୁତ ଶୀଘ୍ର ସେମାନେ ଜଣଙ୍କ ହୃଦୟରେ ସ୍ଥାନ ବନାଇଥାନ୍ତି। ଏପରିସ୍ଥଳେ ତାଙ୍କୁ ଚିହ୍ନିବା ମୁସ୍କିଲ ହୋଇପଡେ।

କିଭଳି ଚିହ୍ନିବେ:

ଭୁଲ କାମ କରିବା ସମୟରେ ଯଦି ଆପଣଙ୍କ ବନ୍ଧୁ ପ୍ରଶଂସା କରୁଛନ୍ତି, ତେବେ ସେଭଳି ବନ୍ଧୁଠାରୁ ସତର୍କ ରୁହନ୍ତୁ। କାରଣ ସେ କେବେ ବି ଆପଣଙ୍କୁ ଛାଡ଼ି ପାରନ୍ତି। ଏଣୁ ଏଭଳି ବନ୍ଧୁଠାରୁ ଦୂରରେ ରହିବା ଠିକ୍‌।
-ଚାଣକ୍ୟ କୁହନ୍ତି ଯଦି କେହି ଆପଣଙ୍କ ଯୋଗ୍ୟତା ଏବଂ ଧନ ଦେଖି ବନ୍ଧୁତା କରେ ତେବେ ସେହି ବନ୍ଧୁ ଆପଣଙ୍କ ସହ ବେଶି ଦିନ ରୁହନ୍ତି ନାହିଁ। ଯେତେ ପର୍ଯ୍ୟନ୍ତ ପଦ ରହିଛି ସେତେ ପର୍ଯ୍ୟନ୍ତ ସେ ସାଙ୍ଗରେ ରହିଥାନ୍ତି।