ଚମ୍ପୁଆ ବନ୍ଦ, ସୀମାନ୍ତରେ ଉତ୍ତେଜନା

ଚମ୍ପୁଆ/କେନ୍ଦୁଝର,୩।୧୧(ମହେଶ୍ୱର ଦାସ/ ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଚମ୍ପୁଆ ଓ ଝାଡ଼ଖଣ୍ଡ ମଧ୍ୟରେ ଲାଇଫ୍‌ଲାଇନ ସାଜିଥିବା ବୈତରଣୀ କୂଳରେ ଅବସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିରର ଶିବଲିଙ୍ଗକଶୁକ୍ରବାର ଦୁର୍ବୃତ୍ତ ଭାଙ୍ଗିଦେଇଛନ୍ତି। ଘଟଣାକୁ ନେଇ ରାତିଠାରୁ ଝାଡ଼ଖଣ୍ଡ ଅଞ୍ଚଳ ଜୟନ୍ତିଗଡ଼ଠାରେ ଉତ୍ତେଜନା ଲାଗି ରହିଛି।ହିନ୍ଦୁବାଦୀମାନେ ଘଟଣାକୁ ଦୃଢ଼ ବିରୋଧକରି ପ୍ରତିବାଦ କରୁଛନ୍ତି। ଏହାର ପ୍ରଭାବ ଚମ୍ପୁଆରେ ପଡ଼ିଛି। ଲୋକେ ଶନିବାର ଚମ୍ପୁଆ ବନ୍ଦ କରିବା ସହ ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରିଛନ୍ତି।
ସୂଚନା ଅନୁଯାୟୀ, ଚମ୍ପୁଆ ନିକଟବର୍ତ୍ତୀ କଙ୍ଗିରା ମୁହାଣଠାରେ ଥିବା ନୀଳକଣ୍ଠେଶ୍ୱର ମନ୍ଦିରରେ ମୟୂରଭଞ୍ଜ, ଝାଡ଼ଖଣ୍ଡ ଓ ଚମ୍ପୁଆ ଅଞ୍ଚଳର ଲୋକମାନେ ପୂଜାର୍ଚ୍ଚନା କରିଆସୁଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଜୟନ୍ତିଗଡ଼ ଅଞ୍ଚଳର ଶ୍ରଦ୍ଧାଳୁ କାଳୀପୂଜା ଅବସରରେ ଦୀପ ପ୍ରଦାନ କରିବାକୁ ଯାଇଥିଲେ। ପ୍ରାଚୀନ ଶିବଲିଙ୍ଗଟି ଭଗ୍ନ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଖବର ପ୍ରଚାରହେବା ପରେ ହିନ୍ଦୁବାଦୀମାନେ ଝାଡ଼ଖଣ୍ଡର ଜୟନ୍ତିଗଡ଼ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇ ଖଣିଜ ପରିବହନ କରୁଥିବା ଯାନବାହନ ଚଳାଚଳକୁ ସ୍ବାଭାବିକ କରାଯାଇଥିଲା। ଶନିବାର ମଧ୍ୟ ଜୟନ୍ତିଗଡ଼ଠାରେ ରାସ୍ତାରୋକୋ କରାଯାଇଥିବା ବେଳେ ଚମ୍ପୁଆରେ ସମରୂପ ଟାୟାର ଜାଳି ରାସ୍ତାରୋକୋ କରାଯାଇଥିଲା। ବ୍ୟବସାୟୀ ସଂଘ ପକ୍ଷରୁ ଦୋକାନ ବଜାର ବନ୍ଦକରିି ଚମ୍ପୁଆ ବନ୍ଦ କରାଯାଇଥିଲା। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସମ୍ବେଦନଶୀଳ ଘଟଣାକୁ ନେଇ ପୋଲିସ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରାଯିବା ସହ ସମସ୍ତ ଛକରେ ପୋଲିସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି। ଭାରପ୍ରାପ୍ତ ଆଇଆଇସି ଦେବକୀ ନାଏକଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ରାସ୍ତା ଅବରୋଧ ସ୍ଥାନରେ ଫୋର୍ସ ସଜାଗ ରହିଛନ୍ତି। କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଘଟଣାସ୍ଥଳରେ ପହଞ୍ଚତ୍ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଉଭୟ ରାଜ୍ୟ ପୋଲିସ ସଜାଗ ରହିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭକରି ଦୁର୍ବୃତ୍ତଙ୍କୁ ଧରିବାକୁ ଉଦ୍ୟମ କରାଯାଉଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri