ଇସ୍ରାଏଲ୍‌, ଆମେରିକାକୁ ଇରାନ ସୁପ୍ରିମ ଲିଡରଙ୍କ ଧମକ

ଦୁବାଇ,୩ା୧୧: ଇରାନ ଏବଂ ଏହାର ସହଯୋଗୀଙ୍କ ଉପରେ ଆକ୍ରମଣ ହେଲେ ଏହାର ଏକ ଧ୍ୱଂସାତ୍ମକ ଜବାବ ଦିଆଯିବ ବୋଲି ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇ ଶନିବାର ଇସ୍ରାଏଲ୍‌ ଏବଂ ଆମେରିକାକୁ ଧମକ ଦେଇଛନ୍ତି। ଅକ୍ଟୋବର ୨୬ରେ ଇସ୍ରାଏଲ୍‌ ଇରାନ ଉପରେ ଏୟାରଷ୍ଟ୍ରାଇକ୍‌ କରିଥିଲା। ଇରାନର କେତେକ ସାମରିକ ଘାଟି କ୍ଷତିଗ୍ରସ୍ତ ହେବା ସହ ଅନୂ୍ୟନ ୫ ଜଣ ନିହତ ହୋଇଥିଲେ। ଇରାନ ଉପରେ ପୁନର୍ବାର ଆକ୍ରମଣ ହେଲେ, ତାହାର ନିଆଁ ମଧ୍ୟପ୍ରାଚ୍ୟକୁ ବ୍ୟାପିବ। ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ଚାଲିଥିବାବେଳେ ଲେବାନନ୍‌ ଉପରେ ମଧ୍ୟ ଇସ୍ରାଏଲ୍‌ ଆକ୍ରମଣ ଜାରି ରଖିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏକ ବୃହତ୍‌ ଆଞ୍ଚଳିକ ଯୁଦ୍ଧରେ ପରିଣତ ହେବ। ଶତ୍ରୁ ଇସ୍ରାଏଲ୍‌ ଏବଂ ଆମେରିକାକୁ ଧ୍ୱଂସାତ୍ମକ ଜବାବ ଦିଆଯିବ ବୋଲି ଖାମେନେଇ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି।
ଇସ୍ରାଏଲ୍‌ର ଟର୍ମିନାଲ ହାଇ ଅଲ୍ଟିଚ୍ୟୁଡ୍‌ ଏରିଆ ଡିଫେନ୍ସରେ ଅଧିକ ସୈନ୍ୟଙ୍କୁ ନିୟୋଜିତ କରାଯାଇଛି। ଇରାନ ଓ ଏହାର ଆତଙ୍କବାଦୀ ସହଯୋଗୀଙ୍କୁ ପ୍ରତିହତ କରିବା ପାଇଁ ଆମେରିକାର ଯୁଦ୍ଧବିମାନବାହୀ ପୋତ ୟୁଏସ୍‌ଏସ୍‌ ଆବ୍ରାହମ ଲିଙ୍କନ୍‌ ଆରବ ସାଗରରେ ମୁତୟନ ହେବା ସହ ଅଧିକ ସଂଖ୍ୟାରେ ଯୁଦ୍ଧଜାହାଜ, ଲଢ଼ୁଆ ବିମାନ ସ୍କ୍ବାଡ୍ରନ, ଟ୍ୟାଙ୍କର ଏବଂ ବି-୫୨ ଲଙ୍ଗ୍‌ ରେଞ୍ଜ ବମ୍ବର ମଧ୍ୟପ୍ରାଚ୍ୟରେ ଖୁବ୍‌ଶୀଘ୍ର ପହଞ୍ଚୁଥିବା ପେଣ୍ଟାଗନ୍‌ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଭାଜପାର ପ୍ରଚଣ୍ଡ ବିଜୟ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ରାଷ୍ଟ୍ରପତି ଟ୍ରମ୍ପ

ୱାଶିଂଟନ/କଲିକତା,୫।୫: ପଶ୍ଚିମବଙ୍ଗ ବିଧାନସଭା ର୍ନିବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ଐତିହାସିକ ବିଜୟ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।…

ପରାଜୟ ସହିପାରୁନାହାନ୍ତି TMC ସମର୍ଥକ! ବିଜୟ ଶୋଭାଯାତ୍ରା ବେଳେ ଭାଜପା କର୍ମୀଙ୍କୁ ନିର୍ମମ ହତ୍ୟା

କୋଲକାତା,୫।୫: ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପରେ ପୁଣି ଥରେ ରକ୍ତାକ୍ତ ହୋଇଛି ରାଜ୍ୟର ରାଜନୀତି। ନ୍ୟୁଟାଉନ ଅଞ୍ଚଳରେ ଜଣେ ଭାଜପା କର୍ମୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା…

ରାହୁଲଙ୍କ ସହ ହାତ ମିଶାଇବେ ବିଜୟ, ସରକାର ଗଠନ ପାଇଁ ବଡ଼ ରାଜନୈତିକ ଡ୍ରାମା, ଚାଲିଛି…

ଚେନ୍ନାଇ,୫।୫: ତାମିଲନାଡୁ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ସୁପରଷ୍ଟାର…

ବିଜୁ ଜନତାଦଳ ରାଜ୍ୟ ସମ୍ପାଦକ ହେଲେ ବିପ୍ଳବ: ଦିଗପହଣ୍ଡିରେ ଦଳୀୟ କର୍ମୀ ଉଲ୍ଲସିତ

ଦିଗପହଣ୍ଡି,୫|୫(ଅଶେଷ ନାଥ ମିଶ୍ର)  ବିଜୁ ଜନତାଦଳ ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର  ରାଜ୍ୟ ଦଳୀୟ ସଙ୍ଗଠନ ର ପୁନର୍ବିନ୍ୟାସ କରିବା ସହ…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ: ମମତା ଇସ୍ତଫା ନ ଦେବାର ଘୋଷଣା ପରେ ବେଙ୍ଗଲରେ ଚହଳ!

କୋଲକାତା,୫।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ପରେ, ଟିଏମସି ମୁଖ୍ୟ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନ ଦେବା ପାଇଁ ଅଟଳ ରହିଛନ୍ତି। ମଙ୍ଗଳବାର ଏକ…

ମମତାଙ୍କ ଯୁଦ୍ଧଂଦେହି ଡାକରା: ଆମେ ନିର୍ବାଚନ ହାରି ନାହୁଁ, ମୁଁ ଇସ୍ତଫା ଦେବି ନାହିଁ…

କୋଲକାତା,୫।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ମଧ୍ୟ ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କ ଆଭିମୁଖ୍ୟ କୋହଳ ହୋଇନାହିଁ। ନିର୍ବାଚନ ଫଳାଫଳ ପରେ…

ହେବ ଭାରତ-ପାକିସ୍ତାନ ଯୁଦ୍ଧ! ଆମେରିକାର ବିପଦପୂର୍ଣ୍ଣ ଭବିଷ୍ୟବାଣୀ ପରେ ବିଶ୍ୱ ଛାନିଆ

ନୂଆଦିଲ୍ଲୀ,୫।୫: ଅପରେଶନ ସିନ୍ଦୁରର ବାର୍ଷିକୀ ପୂର୍ବରୁ, ଆମେରିକାରୁ ଏକ ବିପଦପୂର୍ଣ୍ଣ ଭବିଷ୍ୟବାଣୀ ଆସିଛି। ଏହା ଏକ ଭବିଷ୍ୟବାଣୀ ଯାହା ଗତ ବର୍ଷ ପାକିସ୍ତାନୀ ଶାସକମାନଙ୍କ ମୁହଁରେ ଦେଖାଯାଇଥିବା…

୨ ମାଟ୍ରିକ ପଢୁଆ ଛାତ୍ରୀଙ୍କୁ ଅପହରଣ, ଘରେ ପଡ଼ିଛି ଭାଳେଣି: ଖୋଜୁଛି ପୋଲିସ

ଦିଗପହଣ୍ଡି,୫।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ମାଟ୍ରିକ ପଢୁଥିବା ଛାତ୍ରୀ(୧୬)ଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri