Posted inଖେଳ

୧୧ ବର୍ଷ ପ୍ରତୀକ୍ଷାର ଅବସାନ

ବ୍ରିଜଟାଉନ୍‌ (ବାର୍ବାଡୋସ),୩୦ା୬: ଦୀର୍ଘ ୧୧ ବର୍ଷ ପ୍ରତୀକ୍ଷାର ଅବସାନ ଘଟିଛି।୨୦୧୩ପରେ ଭାରତ ହାସଲ କରିଛି ଆଇସିସି ଟ୍ରଫି। ବ୍ରିଜଟାଉନ୍‌ର କେନ୍‌ସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇ ଭାରତ ଜିତିଛି ଟି୨୦ କ୍ରିକେଟ ବିଶ୍ୱକପ। ବିରାଟ କୋହଲିଙ୍କ ପରାକ୍ରମ, ଯଶପ୍ରୀତ୍‌ ବୁମ୍‌ରା, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅର୍ଶଦୀପ ସିଂଙ୍କ ଦକ୍ଷତା ଆଗରେ ହାର ମାନିଲା ଦକ୍ଷିଣ ଆଫ୍ରିକା।

ଭାରତ କ୍ରମାଗତ ୯ ମ୍ୟାଚରେ ଅପରାଜେୟ ରହିଲା। ୮ ମ୍ୟାଚରେ ବିଜୟୀ ହୋଇଥିବାବେଳେ କାନାଡ଼ା ବିପକ୍ଷ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଥିଲା। ଗର୍ବିତ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଏହାଥିଲା ଟି୨୦ ଅନ୍ତର୍ଜାତୀୟରେ ୫୦ତମ ବିଜୟ। ଏହାକୁ ସ୍ମରଣୀୟ କରିଛନ୍ତି ହିଟ୍‌ମ୍ୟାନ। ଜଣେ ଅଧିନାୟକ ଭାବେ ସର୍ବାଧିକ ବିଜୟ ରେକର୍ଡର ଅଧିକାରୀ ହୋଇଛନ୍ତି। ପାକିସ୍ତାନର ବାବର ଆଜମ ୪୮ଟି ମ୍ୟାଚ ଜିତି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏହାକୁ ମିଶାଇ ଭାରତ ୨ ଥର ଟି୨୦ ବିଶ୍ୱକପ ଚାମ୍ପିୟନ ହୋଇଛି। ପୂର୍ବରୁ ୨୦୦୭ରେ ମହେନ୍ଦ୍ର ସିଂ ଧୋନୀଙ୍କ ଦଳ ପିନ୍ଧିଥିଲା ବିଜୟ ମୁକୁଟ। ଏଥିସହ ଭାରତ ସର୍ବାଧିକ ବିଶ୍ୱକପ ଜିତିବାରେ ଓ୍ବେଷ୍ଟଇଣ୍ଡିଜ (୨୦୧୨ ଓ ୨୦୧୬) ଏବଂ ଇଂଲଣ୍ଡ (୨୦୧୦ ଓ ୨୦୨୨) ସହ ସମକକ୍ଷ ହୋଇଛି। ୨୦୧୩ରେ ଭାରତ ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ଆଇସିସି କ’ଣ ଭାରତକୁ ବାହାର କରିପାରିଥାନ୍ତା? ନାସର ହୁସେନ୍‌ଙ୍କ ମନ୍ତବ୍ୟକୁ ନେଇ ହଟଚମଟ

ନୂଆଦିଲ୍ଲୀ,୫।୨: ଥମିବାର ନା ନେଉନାହିଁ ଟି-୨୦ ବିଶ୍ୱକପ୍ ବିବାଦ। ଏହାରି ମଧ୍ୟରେ ଏହାକୁ ଆହୁରି ଜଟିଳ ଆତାକୁ ଟାଣି ନେଉଛି ବ୍ୟକ୍ତିବିଶେଷଙ୍କ ବୟାନ। ଏହାରି ମଧ୍ୟରେ ପୂର୍ବତନ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ଶେଷ ଭିଡିଓ, ଜାଣନ୍ତୁ ବିମାନ ଦୁର୍ଘଟଣା ପୂର୍ବରୁ କ’ଣ କହିଥିଲେ? ଭାବବିହ୍ବଳ କରୁଛି…

ମୁମ୍ବାଇ,୫।୨: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ଏକ ଶେଷ ଭିଡିଓ ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୈତିକ…

ପୁଣି ହନିମୁନରେ ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ, ପ୍ରେମିକ ସହ ମିଶି ରଚିଲେ ଦୁର୍ଘଟଣାର ନାଟକ

ଶ୍ରୀଗଙ୍ଗାନଗର,୫।୨: ରାଜସ୍ଥାନରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି। ଜଣେ ନବବିବାହିତ ଯୁବକଙ୍କୁ ତାଙ୍କ ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ଅତି ନିର୍ମମ ଭାବେ…

‘ମୋଦି, ତୁମର କବର ଖୋଳାଯିବ’, କାହିଁକି ଏପରି ସ୍ଲୋଗାନ ଦେଉଛି କଂଗ୍ରେସ? ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଦେଲେ…

ନୂଆଦିଲ୍ଲୀ,୫।୨: ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିବୃତ୍ତିରେ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଥିଲେ…

ଏସିଆନ ଶୁଟିଂରେ ଭରତର ଆଧିପତ୍ୟ ଜାରି: ସୁରୁଚି-ରାଣାଙ୍କୁ ମିଳିଲା ରୌପ୍ୟ

ନୂଆଦିଲ୍ଲୀ,୫ା୨: ଭାରତ ନୂଆଦିଲ୍ଲୀଠାରେ ଚାଲିଥିବା ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ନିଜ ଆଧିପତ୍ୟ ଜାରି ରଖିଛି। ବିଶ୍ୱ ଚାମ୍ପିୟନ ସମ୍ରାଟ ରାଣା ଓ ବିଶ୍ୱ କପ୍‌ ଫାଇନାଲ ବିଜେତା…

ବିବାହ ଚର୍ଚ୍ଚା ଭିତରେ ବେବି ବମ୍ପ ସହ ନଜର ଆସିଲେ ଅଭିନେତ୍ରୀ, ସାଥିରେ ଥିଲେ ବିବାହିତ ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର ବର୍ତ୍ତମାନ ଅଭିନେତା ଧନୁଷଙ୍କ ସହ ତାଙ୍କ ସମ୍ପର୍କ ଏବଂ ତାଙ୍କ ବିବାହ ଯୋଜନା ପାଇଁ ଖବରରେ ଅଛନ୍ତି। ଅଭିନେତ୍ରୀ ସମ୍ପ୍ରତି…

ଫେବୃୟାରୀ ୯ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି 

ଭୁବନେଶ୍ୱର,୫।୨: ଆସନ୍ତା ସୋମବାର ଫେବୃଆରୀ ୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ…

ଭାରତର ଏହି ଧାବିକା ହେଲେ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୫ା୨: ଡୋପ୍‌ ଟେଷ୍ଟକୁ ଏଡାଇ ଭାରତର ଲଙ୍ଗ ଡିଷ୍ଟାନ୍ସ ଧାବିକା ପୂଜା ଆତ୍ମାରାମ ଆଥଲେଟିକ୍ସ ଇଣ୍ଡିଗ୍ରିଟି ୟୁନିଟ୍‌ (ଏଆଇୟୁ) ଦ୍ୱାରା ସାମୟିକ ସସ୍‌ପେଣ୍ଡ ହୋଇଛନ୍ତି। ପୂଜା ୫୦୦୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri