Categories: ଜାତୀୟ

ଆଗରେ ମୁଖ୍ୟମନ୍ତ୍ରୀ

ଚମ୍ପାୱତ,୩।୬: ଉତ୍ତରାଖଣ୍ଡର ଚମ୍ପାୱତ ଆସନରେ ଉପ-ନିର୍ବାଚନ ପାଇଁ ମତଗଣନା ଚାଲିଛି। ଶୁକ୍ରବାର ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଗଣନାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଆଗରେ ଅଛନ୍ତି। ଏପର୍ଯ୍ୟନ୍ତ ୮ଟି ରାଉଣ୍ଡ ଗଣତି ଶେଷ ହୋଇଛି। ଭାଜପା ପ୍ରାର୍ଥୀ ଧାମିଙ୍କୁ ଏପର୍ଯ୍ୟନ୍ତ ୨୯୯୩୯ ଖଣ୍ଡ ଭୋଟ ମିଳିଥିବାବେଳେ କଂଗ୍ରେସ ପ୍ରାର୍ଥୀ ନିର୍ମଳା ଗେହତୋଡିଙ୍କୁ ୧୫୭୩ ଖଣ୍ଡ ଭୋଟ, ସମାଜବାଦୀ ପାର୍ଟି ପ୍ରାର୍ଥୀ ମନୋଜ କୁମାରଙ୍କୁ ୨୬୮ ଖଣ୍ଡ ଭୋଟ ମିଳିଛି।
ସୂଚନାଯୋଗ୍ୟ, ଫେବୃଆରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ଉତ୍ତରାଖଣ୍ଡ ବିଧାନସଭାରେ ୭୦ଟି ଆସନ ମଧ୍ୟରୁ ୪୭ଟି ଜିତି ରାଜ୍ୟରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଜୟ ହାସଲ କରିଥିଲା। କିନ୍ତୁ ବିଜୟର ନେତୃତ୍ୱ ନେଇଥିବା ଧାମି ଖାତିମା ଆସନରୁ ହାରିଯାଇଥିଲେ। କିନ୍ତୁ ଭାଜପା ପୁଣି ଥରେ ଧାମିଙ୍କୁ ମୁଖ୍ୟମନ୍ତ୍ରୀ କରାଇଥିଲା। ତେବେ, ଧାମିଙ୍କୁ ୬ ମାସ ମଧ୍ୟରେ ଗୃହର ସଦସ୍ୟ ଭାବରେ ନିର୍ବାଚିତ ହେବା ଏକ ସାମ୍ବିଧାନିକ ବାଧ୍ୟତାମୂଳକ ଏବଂ ସେଥିପାଇଁ ତାଙ୍କୁ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡୁଛି।

Share