Categories: ଜାତୀୟ

ହେମନ୍ତ ସୋରେନଙ୍କ ସମ୍ପତ୍ତିଠାରୁ ବହୁଗୁଣା ପଛରେ ଅଛନ୍ତି ଚମ୍ପାଇ ସୋରେନ

ରାଞ୍ଚି,୨।୨: ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଚମ୍ପାଇ ସୋରେନ ଶୁକ୍ରବାର ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଚମ୍ପାଇ ସୋରେନ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥଶ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସଭାପତି ହେମନ୍ତ ସୋରେନଙ୍କ ସ୍ଥାନ ନେବେ। ଚମ୍ପାଇ ହେମନ୍ତ ସୋରେନଙ୍କ ଅତି ନିକଟ ବୋଲି ବିବେଚନା କରାଯାଏ। ଚମ୍ପାଇଙ୍କ ଶିକ୍ଷାଗତ ଯୋଗ୍ୟତା ମାତ୍ର ଦଶମ ପାସ। ସମ୍ପତ୍ତି ଦୃଷ୍ଟିରୁ ଚମ୍ପାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କଠାରୁ ବହୁ ପଛରେ ଅଛନ୍ତି। ସୂଚନାନୁସାରେ, ହେମନ୍ତ ସୋରେନଙ୍କର ଚମ୍ପାଇଙ୍କ ତୁଳନାରେ ଚାରି ଗୁଣ ଅଧିକ ସମ୍ପତ୍ତି ଅଛି, ଯାହାର ମୂଲ୍ୟ ପ୍ରାୟ ୮ କୋଟି ଟଙ୍କା ବୋଲି କୁହାଯାଉଛି।

୨୦୧୯ ନିର୍ବାଚନରେ ଦାଖଲ ହୋଇଥିବା ଆଫିଡେଭିଟ ଅନୁଯାୟୀ, ଚମ୍ପାଇ ସୋରେନଙ୍କର ୨.୨୮କୋଟି ଟଙ୍କା ମୂଲ୍ୟର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ରହିଛି। ୱେବସାଇଟରୁ ମିଳିଥିବା ସୂଚନାରେ କୁହାଯାଇଛି ଯେ ଚମ୍ପାଇ ସୋରେନଙ୍କ ପାଖରେ ମାତ୍ର ୭୦ ହଜାର ଟଙ୍କା ଥିଲା। ଯେଉଁଠାରେ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ପାଖାପାଖି ୬୦,୧୯,୦୭୨ ଟଙ୍କା ରହିଥିଲା। ଚମ୍ପାଇ କୌଣସି ଶେୟାର-ଋଣ କିମ୍ବା ସଞ୍ଚୟ ଯୋଜନାରେ କୌଣସି ବିନିଯୋଗ କରିନାହାଁନ୍ତି । ତାଙ୍କ ନାମରେ ତିନୋଟି ଯାନ ପଞ୍ଜିକୃତ ହୋଇଛି, ସେଥିମଧ୍ୟରୁ ଗୋଟିଏ ହେଉଛି ୩୪ ଲକ୍ଷ ଟଙ୍କା ମୂଲ୍ୟର ଫର୍ଚୁନ। ଯେତେବେଳେ କି ଚମ୍ପାଇ ସୋରେନଙ୍କ ପତ୍ନୀଙ୍କର ୬୬ ଲକ୍ଷ ଟଙ୍କା ମୂଲ୍ୟର ଦୁଇଟି କାର ଅଛି। ଅଳଙ୍କାର ବିଷୟରେ କହିବାକୁ ଗଲେ ଚମ୍ପାଇ ସୋରେନଙ୍କର ଚାରି ପାଉଣ୍ଡ ସୁନା ଏବଂ ତାଙ୍କ ପତ୍ନୀଙ୍କ ପାଖରେ ୫ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଅଛି।

Share