ମହିଳା ଓ ଶିଶୁ ବିକାଶ ବିଭାଗ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ

କଟକ,୨୨ା୧୧ (କାର୍ତ୍ତିକ ସାହୁ): ଓଡ଼ିଶା ରାଜ୍ୟ ମହିଳା କମିଶନ ସଦସ୍ୟାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ବରଖାସ୍ତ କରିବା ନେଇ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ଗୁରୁବାର ହୋଇଛି। ବିଚାରପତି ଏସ୍‌.କେ. ପାଣିଗ୍ରାହୀ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ପାଇଁ ନୋଟିସ୍‌ ଜାରି କରିଛନ୍ତି। ଆସନ୍ତା ଡିସେମ୍ବର ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ସୂଚନାନୁସାରେ, ଓଡ଼ିଶା ରାଜ୍ୟ ମହିଳା କମିଶନ୍‌ର ୩ ଜଣ ସଦସ୍ୟାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ୨୦୨୪ ନଭେମ୍ବର ୯ ତାରିଖରେ ବରଖାସ୍ତ କରିଛନ୍ତି। ଏହାକୁ ବେଆଇନ ଦର୍ଶାଇ ବବିତା ସ୍ବାଇଁ, ସ୍ବର୍ଣ୍ଣଲତା ସାମଲ ଓ ଅନ୍ୟ ସଦସ୍ୟ ହାଇକୋର୍ଟରେ ପୃଥକ ମାମଲା ଦାଏର କରିଛନ୍ତି। ଉକ୍ତ ବିଜ୍ଞପ୍ତିକୁ ବେଆଇନ ବୋଲି ଦର୍ଶାଯିବା ସହିତ ଏହାକୁ ରଦ୍ଦ କରିବାକୁ ସମସ୍ତ ମାମଲାରେ ନିବେଦନ କରାଯାଇଛି। ଏଥିରେ ଦର୍ଶାଯାଇଛି, ଆବେଦନକାରୀଙ୍କୁ ମହିଳା କମିଶନ ସଦସ୍ୟା ଭାବେ ୨୦୨୩ ଏପ୍ରିଲ ୨୮ରେ ନିଯୁକ୍ତି ଦିଆଯାଇଥିଲା। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ପ୍ରକାଶିତ ବିଜ୍ଞପ୍ତିରେ ସଦସ୍ୟଙ୍କ କାର୍ଯ୍ୟକାଳ ୩ ବର୍ଷ ବୋଲି ସ୍ପଷ୍ଟ କରାଯାଇଥିଲା। ୨୦୨୪ ଅକ୍ଟୋବର ୨୮ରେ ମହିଳା ଓ ଶିଶୁବିକାଶ ବିଭାଗ ତରଫରୁ ଆବେଦନକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ମାମଲା ଫଇସଲା ଓ କ୍ୟାମ୍ପ କୋର୍ଟ ଆୟୋଜନ କ୍ଷେତ୍ରରେ ପ୍ରଦର୍ଶନ ସନ୍ତୋଷଜନକ ନ ଥିବା ନୋଟିସ୍‌ରେ ଦର୍ଶାଯାଇଥିଲା। ୨୯ ତାରିଖରେ ଆବେଦନକାରୀ ଏହାର ଉତ୍ତର ରଖି ଏ ସମ୍ପର୍କିତ ନଥିପତ୍ର ପ୍ରଦାନ ପାଇଁ ଅନୁରୋଧ କରିଥିବାବେଳେ ପୁଣି ସେହିଦିନ ଆଉ ଏକ କାରଣ ଦର୍ଶାଅ ନୋଟିସ ମହିଳା ଓ ଶିଶୁ ବିକାଶ ବିଭାଗ ଜାରି କରିଥିଲା। ନଭେମ୍ବର ୧ରେ ଆବେଦନକାରୀ ଉତ୍ତର ଦାଖଲ କରିଥିଲେ। କିନ୍ତୁ ନଭେମ୍ବର ୯ରେ ଆବେଦନକାରୀ ସଦସ୍ୟାଙ୍କ ବରଖାସ୍ତ ନେଇ ମହିଳା ଓ ଶିଶୁବିକାଶ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଥିଲା। ପକ୍ଷ ରଖିବାକୁ ସୁଯୋଗ ନ ଦେଇ ବରଖାସ୍ତ ନିର୍ଦ୍ଦେଶ ଜାରି କରାଯାଇଥିବା ବେଳେ ଏହା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରି ବରଖାସ୍ତ ନିର୍ଦ୍ଦେଶ ପ୍ରଦାନ କରାଯାଇଥିବାରୁ ଏହାକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଭଳି ସ୍ତ୍ରୀଙ୍କୁ ବିବାହ କଲେ ଧନ୍ୟ ହୁଏ ପୁରୁଷ

ବିବାହକୁ ସମସ୍ତଙ୍କର ଚିନ୍ତାଧାରା ଅଲଗା। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଚାହାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ…

ଅଜିତ ପାୱାରଙ୍କ କେବେ ଏବଂ କେଉଁଠି ଶେଷକୃତ୍ୟ ହେବ ଜାଣନ୍ତୁ

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ଅନ୍ତିମ ସଂସ୍କାର ଗୁରୁବାର ସକାଳ ୧୧ଟାରେ ବାରାମତିରେ…

ନବୀନଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଦାସ, କହୁକହୁ କହିଦେଲେ ଏହି ବଡ଼ କଥା…

ଭୁବନେଶ୍ୱର,୨୮ା୧: ରାଜ୍ୟ ସଭା ନିର୍ବାଚନ ନେଇ ନବୀନଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ମିଶିକି ଆଲୋଚନା କରିବା ପାଇଁ ମୁଁ…

ସାମ୍ନାକୁ ଆସିଲା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଭିଡିଓ, ଶେଷ ମୁହୂର୍ତ୍ତ…

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ବିମାନଟି ଖସିପଡ଼ିବା ମାତ୍ରେ ଅଗ୍ନିପିଣ୍ଡୁଳା…

୨୯ରେ ଗଞ୍ଜାମରେ କୃଷ୍ଣସାର ମୃଗ ଗଣନା, କୌଣସି ଫଟୋ କି ତଥ୍ୟ ପ୍ରଘଟ କରିବେ ନାହିଁ ଛାତ୍ରୀଛାତ୍ର

ଭଞ୍ଜନଗର,୨୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଏହି ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ବହୁ ବର୍ଷ ପୂର୍ବେ ଦେଖା ଦେଇଥିଲା।…

ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨୦୨୬ ମସିହାରେ ହେବାକୁ ଯାଉଛି…

ଭୁବନେଶ୍ବର,୨୮।୧: ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ବୟାନ ଦେଇଛନ୍ତି । ୨୦୨୬ ମସିହାରେ ବହୁତ କିଛି ହେବ ବୋଲି କହିଛନ୍ତି ।…

ଦିଗପହଣ୍ଡିରେ ବନ୍ଦ ପ୍ରଭାବ ଶୂନ୍ୟ: ସବୁ ଖୋଲା, ଗାଡ଼ି ଚଳାଚଳ ବି ସ୍ବାଭାବିକ

ଦିଗପହଣ୍ଡି,୨୮ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ଆଖପାଖ ଅଞ୍ଚଳରେ ନବ ନିର୍ମାଣକୃଷକ ସଙ୍ଗଠନ ପକ୍ଷରୁ ବୁଧବାର ଡାକରା ଦିଆଯାଇଥିବା ୮ ଘଣ୍ଟିଆ ବନ୍ଦ ପାଳନ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ବିମାନ ଦୁର୍ଘଟଣାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ: ଦ୍ୱିତୀୟଥର ଅବତରଣବେଳେ…

ପୁଣେ,୨୮।୧: ମହାରାଷ୍ଟ୍ରର ବାରାମତିରେ ବୁଧବାର ସକାଳେ ଏକ ବିମାନ ଦୁର୍ଘଟଣା ଘଟିଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ବିମାନଟି ମୁମ୍ବାଇରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri