Categories: ଜାତୀୟ

ରାହୁଲଙ୍କ ଏମ୍‌ପି ପଦକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୬ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମାନହାନି ମାମଲାରେ ଦୋଷୀସାବ୍ୟସ୍ତ ହେବା ସତ୍ତ୍ୱେ ଲୋକ ସଭା ସଦସ୍ୟତା ଫେରିପାଇବାର ବୈଧତାକୁ ମଙ୍ଗଳବାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ରାହୁଲଙ୍କ ଏମ୍‌ପି ପଦ କାଏମ୍‌ ରହିଲା ବୋଲି ଲୋକ ସଭା ସଚିିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଉକ୍ତ ବିଜ୍ଞପ୍ତିକୁ ଖାରଜ କରାଯିବାକୁ ଲକ୍ଷ୍ନୌର ଜଣେ ଆଇନଜୀବୀ ପିଟିଶନରେ ନିବେଦନ କରିଛନ୍ତି। ଜଣେ ଆଇନ ଅଦାଲତରେ ଦୋଷୀସାବ୍ୟସ୍ତ ହୋଇ ଲୋକ ସଭା ସଦସ୍ୟତା ହରାଇବା ପରେ ସେ ସମସ୍ତ ଅଭିଯୋଗରୁ ନିର୍ଦ୍ଦୋଷ ପ୍ରମାଣିତ ନ ହେବା ପର୍ଯ୍ୟନ୍ତ ଏମ୍‌ପି ଭାବେ ଫେରିପାରିବେ ନାହିଁ ବୋଲି ପିଟିଶନରେ କୁହାଯାଇଛି। ଆପରାଧିକ ମାନହାନି ମାମଲାରେ ରାହୁଲଙ୍କୁ ୨ ବର୍ଷ ଜେଲଦଣ୍ଡ ହେବା ପରେ ଜନପ୍ରତିନିଧି ଆଇନ, ୧୯୫୧ ଅନୁଯାୟୀ ତାଙ୍କ ଲୋକ ସଭା ସଦସ୍ୟତା ରଦ୍ଦ ହୋଇଥିଲା। ସୁପ୍ରିମକୋର୍ଟ ତଳକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଲଗାଇବା ପରେ ତାଙ୍କ ସଦସ୍ୟତାକୁ ପୁନର୍ବାର କାଏମ ରଖାଯାଇଛି। ଏନେଇ ବାଚସ୍ପତିଙ୍କ ନିଷ୍ପତ୍ତି ଠିକ୍‌ ନ ଥିଲା ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

Share