ସବୁଜ ବଳୟ ହେବ ଚକ୍ରତୀର୍ଥ ବେଳାଭୂମି

ପୁରୀ ଅଫିସ,୨୫।୮: ଚକ୍ରତୀର୍ଥ ବେଳାଭୂମିକୁ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ପରିଣତ କରାଯିବ ନାହିଁ। ପ୍ରସ୍ତାବିତ ସ୍ଥାନରେ ଏକ ସବୁଜ ବଳୟ ତିଆରି କରାଯିବ। ବିନା ମୂଲ୍ୟରେ ସମସ୍ତେ ଏହା ମଧ୍ୟକୁ ପ୍ରବେଶ କରିପାରିବେ। ପାର୍କିଂ, ସୁରକ୍ଷା, ସ୍ବଚ୍ଛତା ଓ ରକ୍ଷଣାବେକ୍ଷଣ ପାଇଁ ପିପିପି ମୋଡ୍‌କୁ ଅଗ୍ରାଧିକାର ଦିଆଯିବ। ପର୍ଯ୍ୟଟକଙ୍କ ସୁବିଧା ପାଇଁ ଶୌଚାଳୟ, ରାସ୍ତା, ରେସ୍ତୋରାଁ, ଛତା ଓ ଚୌକି ଆଦି ବ୍ୟବସ୍ଥା କରାଯିବ। ଗତ ସୋମବାର ପୁରୀ ଜିଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବେଳାଭୂମି ପରିଚାଳନା କମିଟି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଜିଲା ପ୍ରଶାସନ ସମ୍ପୃକ୍ତ ଅଞ୍ଚଳରେ ବ୍ଲୁ ଫ୍ଲାଗ୍‌ ବିଚ୍‌ କରିବା ନେଇ ନିଷ୍ପତ୍ତି ନେଇଥିଲେ। ଫଳରେ ହଜାର ହଜାର କ୍ଷୁଦ୍ର ବ୍ୟବସାୟୀ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଥିଲା। ଶ୍ରୀଜଗନ୍ନାଥ ସେନା ସମ୍ପୃକ୍ତ ଉଠା ଦୋକାନୀମାନଙ୍କୁ ଏକତ୍ରିତ କରି ଜିଲା ପ୍ରଶାସନର ଏହି ନିଷ୍ପତ୍ତିକୁ ବିରୋଧ କରିବା ସହ ଅହୋରାତ୍ର ଆନ୍ଦୋଳନ ମଧ୍ୟ କରିଥିଲା। ସଂପ୍ରତି ବ୍ଲୁ ଫ୍ଲାଗ୍‌ ନ ହେବା ନେଇ ନିଷ୍ପତ୍ତି ଆସିବା ପରେ କ୍ଷୁଦ୍ର ବ୍ୟବସାୟୀମାନେ ଖୁସି ହୋଇଛନ୍ତି। ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ଜିଲା ପ୍ରଶାସନଠାରୁ ବ୍ଲୁ ଫ୍ଲାଗ୍‌ ନ ହେବା ନେଇ ଲିଖିତ ପ୍ରତିଶ୍ରୁତି ମିଳିଛି। ତେବେ ଚକ୍ରତୀର୍ଥ ବିଚ୍‌ର ବିକାଶକୁ ଆମେ ବିରୋଧ କରୁନାହୁଁ। ସେହିଭଳି ବିକାଶ କାର୍ଯ୍ୟ ପାଇଁ କୌଣସି ଘରୋଇ ସଂସ୍ଥାକୁ ଟେଣ୍ଡର ଦିଆଯିବ ନାହିଁ। ସମସ୍ତ କ୍ଷୁଦ୍ର ବ୍ୟବସାୟୀଙ୍କୁ ସ୍ଥାୟୀ ଭାବେ ଥଇଥାନ କରାଯିବ। ଜିଲାପାଳଙ୍କ ଏଭଳି ନିଷ୍ପତ୍ତି ସଭିଙ୍କ ସ୍ବାର୍ଥରେ ହୋଇଥିବା ହେତୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସାଧୁବାଦ ଜଣାଯାଉଛି।

ଉଲ୍ଲେଖଯୋଗ୍ୟ, ଚକ୍ରତୀର୍ଥ ବେଳାଭୂମି ନିକଟରେ ଜିଲାପାଳ ସମର୍ଥ ବର୍ମା, ପୌରସଂସ୍ଥା ଅଧିକାରୀ ସରୋଜ ସ୍ବାଇଁ ଓ ସମସ୍ତ ଆନ୍ଦୋଳନକାରୀ ତଳେ ବସି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବ୍ୟବସାୟୀ ସଂଘର କର୍ମକର୍ତ୍ତା ଓ ଅଧିକାରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଚକ୍ରତୀର୍ଥ ବିଚ୍‌ ବିକାଶ କାର୍ଯ୍ୟକ୍ରମ ହାତକୁ ନେଇ ବ୍ଲୁ ଫ୍ଲାଗ୍‌ ବିଚ୍‌କୁ ବନ୍ଦ କରିଥିବା ହେତୁ ବେଳାଭୂମି ସୁରକ୍ଷା ସମିତି ପକ୍ଷରୁ ବେଳାଭୂମିରେ ପୋଷ୍ଟର ମାରି ଜିଲାପାଳଙ୍କୁ ଧନ୍ୟବାଦ ଦିଆଯାଇଛି। ଜିଲାପାଳ ବର୍ମା ଏହି ଅବସରରେ କହିଛନ୍ତି, ବ୍ୟବସାୟୀମାନେ ରୋଜଗାର ହରାଇବେ ନାହିଁ। ବେଳାଭୂମି ବିକାଶ ପାଇଁ ୬ କୋଟି ଟଙ୍କା ଖର୍ଚ୍ଚ କରାଯିବ। କୌଣସି ଉଠାଦୋକନୀ ବିସ୍ଥାପିତ ହେବେନାହିଁ। ତେବେ ଚକ୍ରତୀର୍ଥ ରୋଡ୍‌ସ୍ଥିତ ସମ୍ପୃକ୍ତ ବେଳାଭୂମିକୁ ଜବରଦଖଲ ମୁକ୍ତ କରିବା ପାଇଁ ପଦକ୍ଷେପ ଶୀଘ୍ର ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଦିନ ପାଳନ ପାଇଁ ଚଳଚଞ୍ଚଳ କନ୍ଧମାଳ: ପୋଲିସ ପାଟ୍ରୋଲିଂକୁ କରାଯିବ କଡାକଡ଼ି

ଦାରିଙ୍ଗବାଡି, ୨୨ା୧୨ (ଅରୁଣ ସାହୁ): ଆଉ ମାତ୍ର ୨ ଦିନ ପରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ହେବ। ଏଥିପାଇଁ ସବୁଠି ଆନନ୍ଦର ଲହରି ଦେଖା ଦେଇଛି।...

ଅତିଷ୍ଠ ହେଉଛିସାମାଜିକ ବାସନ୍ଦ: ପରିବାର ସହ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିଲେ ବ୍ୟକ୍ତି

ଦିଗପହଣ୍ଡି,୨୨।୧୨: ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଧରି ସାମାଜିକ ବାସନ୍ଦର ଶିକାର ହୋଇ ଶେଷରେ ଜିଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ଜଣେ ବ୍ୟକ୍ତି।...

ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବତୀଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ବଣାଇଁ, ୨୨/୧୨(ପ୍ରଦୀପ ତ୍ରିପାଠୀ):- ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନାର ବିରତୋଳା ମନ୍ଦିର ନିକଟରେ ବ୍ରାହ୍ମଣି ନଦୀରେ ଅଭାବନୀୟ ଘଟଣା । ବ୍ରାହ୍ମଣି ନଦୀରେ ବୁଡି ଯୁବତୀଯୁବକଙ୍କ...

ମହିଳା କର୍ମଚାରୀଙ୍କୁ ଅଶ୍ଳିଳ ବ୍ୟବହାର: କଲେଜ ସଂପାଦକ ଗିରଫ

ବଲାଙ୍ଗିର,୨୨।୧୨: ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ବ୍ୟବହାର ଓ ଧମକଚମକ ଦେବା ଅଭିଯୋଗରେ ଜଣେ ଘରୋଇ କଲେଜର ସମ୍ପାଦକଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ...

ମନରେଗା ଯୋଜନାର ନୂତନ ନାମକରଣକୁ ବିରୋଧ, ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୨/୧୨(ଦିଲ୍ଲୀପ ସାମଲ):ମନରେଗା ଯୋଜନାର ନୂଆ ନାମକରଣ କରି ସେଥିରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନାମକୁ ବାଦ ଦେବାକୁ ବିରୋଧ କରି କଂଗ୍ରେସ ଦଳ ପକ୍ଷରୁ ଗଞ୍ଜାମ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri