ଆଜି ମିନାଝୋଲାରୁ ଶୁଭାରମ୍ଭ ହେବ ‘ଚଇତି’

ଚନ୍ଦ୍ରପୁର,୨ା୧(ଡି.ଏନ୍‌.ଏ.):ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ରାୟଗଡ଼ା ଜିଲାର ଚନ୍ଦ୍ରପୁର ବ୍ଲକ। ସେହିପରି ହନୁମନ୍ତପୁର ପଞ୍ଚାୟତ ଟାପୁରୁକୁପୁଡ଼ା ଠାରେ ରହିଥିବା ପର୍ଯ୍ୟଟନସ୍ଥଳୀ ମିନାଝୋଲା ପାଇଁ ଅଞ୍ଚଳ ପ୍ରସିଦ୍ଧ। ଚିରସ୍ରୋତା ବଂଶଧାରା, ଫଳଫଳିଆ, ଚାଉଳଧୂଆ ନଦୀର ଏହା ମିଳନସ୍ଥଳ। ଏଥିପାଇଁ ଏହି ସ୍ଥାନ ତ୍ରିବେଣୀ ସଙ୍ଗମ ରୂପେ ମଧ୍ୟ ପରିଚିତ। ଏହି ସଙ୍ଗମସ୍ଥଳ ଠାରୁ ପ୍ରାୟ ୧୦୦ ମିଟର ତଳେ ନଦୀର ମଧ୍ୟଭାଗରେ ପୂଜା ପାଉଛନ୍ତି ମୀନ ଆକୃତିର ଶିବଲିଙ୍ଗ। ଭଗବାନ ମହାଦେବ ଏଠାରେ ଶଙ୍କର ରୂପରେ ପୂଜାପାଇ ଆସୁଛନ୍ତି। ନଦୀ ମଧ୍ୟରେ ରହିଛି ଛୋଟଛୋଟ ପଥରଖଣ୍ଡ। ସେହିପରି ଦୁଇ ପାର୍ଶ୍ୱରେ ରହିଛି ସୁଉଚ୍ଚ ପାହାଡ଼ ଏବଂ ସବୁଜ ବନାନୀ। ଶାଳ, ପିଆଶାଳ, ମହୁଲ, ଆମ୍ବ, ଅଁଳା ଗଛ ସମେତ ବିଭିନ୍ନ ଫୁଲ ଓ ଫଳ ଗଛରେ ଜଙ୍ଗଲ ପରିପୂର୍ଣ୍ଣ। ଭଳିକି ଭଳି ଫୁଲର ବାସ୍ନା ସହ ଆଧ୍ୟାତ୍ମିକ ପରିବେଶ ପର୍ଯ୍ୟଟକଙ୍କୁ ଏଠାକୁ ଟାଣି ଆଣିଥାଏ। ବର୍ଷାଦିନେ ପଣି ଭର୍ତ୍ତି ରହୁଥିବାରୁ ପର୍ଯ୍ୟଟକ ତଥା ଶ୍ରଦ୍ଧାଳୁ ମହାଦେବଙ୍କ ଦର୍ଶନ ପାଇ ନ ଥାନ୍ତି। ତେଣୁ ନଭେମ୍ବରରୁ ମେ ପର୍ଯ୍ୟନ୍ତ ଏଠାକୁ ବୁଲି ଯିବା ପାଇଁ ପ୍ରକୃଷ୍ଟ ସମୟ ହୋଇଥାଏ। ଏଭଳି ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଭରି ରହିଥିବା ମିନାଝୋଲା ଜିଲାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ରୂପେ ପରିଚିତ। ଚଳିତ ଥର ଜିଲାସ୍ତରୀୟ ଲୋକ ମହୋତ୍ସବ ‘ଚଇତି’ ସୋମବାର ମିନାଝୋଲାରୁ ଶୁଭାରମ୍ଭ କରାଯିବ। ଏହି ଅବସରରେ ଚଇତି ରଥର ଉଦ୍‌ଘାଟନ ସହ କଳସ ପୂଜା ଅନୁଷ୍ଠିତ ହେବ। ଏହାପରେ ବିଭିନ୍ନ ବ୍ଲକର କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। ଚଳିତ ଥର ହକି ବିଶ୍ୱକପ୍‌ ସମୟରେ ଚଇତି ମହୋତ୍ସବ ଆୟୋଜନ ହେବାକୁ ଯାଉଥିବାରୁ ରାଜ୍ୟ, ଦେଶ ଏବଂ ବିଦେଶରୁ ପର୍ଯ୍ୟଟକ ଆସି ଖେଳକୁ ଉପଭୋଗ କରିବା ସହ ବିଭିନ୍ନ ପର୍ଯ୍ୟଟକସ୍ଥଳୀ ବୁଲିବେ। ରାୟଗଡ଼ା ଜିଲାରେ ପ୍ରକୃତିର ଅପରୁପ ସୌନ୍ଦର୍ଯ୍ୟ ଭରପୂର ରହିଥିବାରୁ ଏଠାକୁ ମଧ୍ୟ ପର୍ଯ୍ୟଟକ ବୁଲି ଆସିବେ ବୋଲି ଆଶା ରହିଛି।
ମିନାଝୋଲାର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିବାବେଳେ ଏହି ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟ ଆହୁରି ବଢ଼ିଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚରେ ୨ କମ୍ୟୁନିଟି ହଲ୍‌ ନିର୍ମାଣ ସହ ଜନକଲ୍ୟାଣ ଆଶ୍ରମ ପରିସରରେ ସୁରକ୍ଷା ପାଚେରି ନିର୍ମାଣ କାମ ଚାଲିଥିବା ସୂଚନା ମିଳିଛି। ଗୁଣପୁର ଆଇଟିଡିଏ ପକ୍ଷରୁ ମଧ୍ୟ ୫ ଲକ୍ଷ ଟଙ୍କା ଅନୁଦାନରେ ଏକ କମ୍ୟୁନିଟି ହଲ ନିର୍ମାଣ କରାଯାଉଥିବା ସହକାରୀ ଯନ୍ତ୍ରୀ ଶମ୍ଭୁ ଚରଣ ମୁଣ୍ଡାରୀ ସୂଚନା ଦେଇଛନ୍ତି। ଗୁଣପୁର ବିଧାୟକ ପାଣ୍ଠିରୁ ମିନାଝୋଲା ପ୍ରବେଶ ପଥରେ ଏକ ପ୍ରବେଶ ଦ୍ୱାର ନିର୍ମାଣ କାମ ସରିଛି। ଏହା ବ୍ୟତୀତ ଜଣେ ଶ୍ରଦ୍ଧାଳୁଙ୍କ ସହଯୋଗରେ ଦୁଇ ବର୍ଷ ହେଲା ନଦୀ ପାର୍ଶ୍ୱରେ ୫୦ ଫୁଟ ଉଚ୍ଚତାର ଏକ ବୃଷଭ ନିର୍ମାଣ ଏବଂ ମୁନିଗୁଡ଼ା ବ୍ଲକର ତରଣୀ ଚୌଧୁରୀ ନାମକ ଜଣେ ଶ୍ରଦ୍ଧାଳୁଙ୍କ ଦ୍ୱାରା ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚରେ ମିନାଝୋଲା ନିକଟରେ ଏକ ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି। ସେହିପରି ୩ ବର୍ଷ ହେଲା ଜଣେ ବାବା(ଜନକାନନ୍ଦ ଗିରି) ଏଠାରେ ରହି ପୂଜାପାଠ, ହୋମଯଜ୍ଞ କରିବା ସହ ଜନକଲ୍ୟାଣ ଆଶ୍ରମ କରି ମୁଖ୍ୟ ପରିଚାଳନା ଦାୟିତ୍ୱରେ ରହିଛନ୍ତି।
ମିନାଝୋଲା ଠାରେ ହେବକୁ ଥିବା କାର୍ଯ୍ୟକ୍ରମ ନେଇ ଜିଲାପାଳ ସ୍ବଧା ଦେବ ସିଂ ପ୍ରେସ୍‌ ବିଜ୍ଞପ୍ତି ଜାରି କରିଛନ୍ତି। ଚନ୍ଦ୍ରପୁର ବିଡିଓ ଜର୍ଜ ଡୁଙ୍ଗଡୁଙ୍ଗ ଏ ନେଇ ଜନ ପ୍ରତିନିଧି ଏବଂ ବ୍ଲକର ସମସ୍ତ କର୍ମଚାରୀଙ୍କୁ ମଧ୍ୟ ପୂର୍ବରୁ ଅବଗତ କରାଇଛନ୍ତି। ମିନାଝୋଲା ଭଳି ପ୍ରାକୃତିକସ୍ଥଳୀ ତଥା ଶୈବପୀଠକୁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବାକୁ ଅଞ୍ଚଳର ସାମାଜିକକର୍ମୀ ବିଜୟ ପ୍ରସାଦ ଉଲାକା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଏସ୍‌. ଈଶ୍ୱର ରାଓ, ବାସୁଦେବ ମାଳବିଶୋଇ, ଦୟାନିଧି ପାତ୍ର, ତରଣୀ ଚୌଧୁରୀ ପ୍ରମୁଖ ଅନୁରୋଧ କରିଛନ୍ତି।

(ବିଜୟ ପ୍ରସାଦ ଉଲାକା)


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri