ପୌର କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ଅଧ୍ୟକ୍ଷ, ଉପାଧ୍ୟକ୍ଷା

ନବରଙ୍ଗପୁର,୧୦ା୧୨(ବି.ପ୍ର.): ନବରଙ୍ଗପୁର ଜିଲାର ଲୋକ ମହୋତ୍ସବ ମଣ୍ଡେଇ ଡିସେମ୍ବର ଶନିବାର ଠାରୁ ଆରମ୍ଭ ହେଉଛି। ଏହା ୧୪ ପର୍ଯ୍ୟନ୍ତ ମହା ଆଡମ୍ବରରେ ଆୟୋଜନ କରାଯିବ। ତେବେ ଏହି ମହୋତ୍ସବରେ ପୌରାଧ୍ୟକ୍ଷ, ଉପାଧ୍ୟକ୍ଷା ଓ କାଉନସିଲର ମାନଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ନବରଙ୍ଗପୁର ପୌରାଧ୍ୟକ୍ଷ, ଉପାଧ୍ୟକ୍ଷା ଓ କାଉନସିଲର ମାନେ ଶୁକ୍ରବାର ପୌର କାର୍ଯ୍ୟାଳୟ ଠାରେ ପ୍ରତିବାଦ କରିଥିଲେ। ବିଗତ ମଣ୍ଡେଇ ମହୋତ୍ସବରେ ନବରଙ୍ଗପୁର ପୌରାଧ୍ୟକ୍ଷ ଏବଂ କାଉନସିଲରଙ୍କ ସହଯୋଗରେ ସହରରେ ବିଶାଳ ମଣ୍ଡେଇ ଶୋଭାଯାତ୍ରା ଆୟୋଜନ କରାଯାଉଥିଲା। ସମସ୍ତ କାଉନସିଲର ନିଜ ନିଜ ୱାର୍ଡରୁ ନିଜ ଖର୍ଚ୍ଚରେ ଶତାଧିକ ଲୋକଙ୍କୁ ନେଇ ବିଭିନ୍ନ ଲୋକନୃତ୍ୟର ଆୟୋଜନ କରିବା ସହ ମଣ୍ଡେଇ ଶୋଭାଯାତ୍ରାରେ ଅଂଶଗ୍ରହଣ କରି ଶୋଭାଯାତ୍ରାକୁ ସଫଳ କରୁଥିଲେ। ହେଲେ ଚଳିତ ବର୍ଷ ମଣ୍ଡେଇରେ ଏହାକୁ ଅଣଦେଖା କରାଯାଇଥିବା ଅଧ୍ୟକ୍ଷ, ଉପାଧ୍ୟକ୍ଷା ଓ ସମସ୍ତ କାଉନସିଲର ଅଭିଯୋଗ କରିଛନ୍ତି।
ଚଳିତ ଥର ମଣ୍ଡେଇରେ ପୌରାଧ୍ୟକ୍ଷ, ଉପାଧ୍ୟକ୍ଷାଙ୍କ ନାମ ମୁଖ୍ୟ ମଣ୍ଡେଇ ପର୍ବର ନିମନ୍ତ୍ରଣ ପତ୍ରରେ ରଖାଯାଇନାହିଁ। ଏହାକୁ ନେଇ ପୌରପାଳିକାର କାଉନସିଲର ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜିଲାର ଲୁକାୟିତ କଳା ଓ ସଂସ୍କୃତିକୁ ଲୋକଲୋଚନକୁ ଆଣିବା ମଣ୍ଡେଇ ପର୍ବ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ତେବେ ଜିଲା ପ୍ରଶାସନ ଏହି ମହାପର୍ବରେ ସେମାନଙ୍କୁ କହିଁକି ସାମିଲ କରିନାହିଁ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେଉଁ ଉଦ୍ଦେଶ୍ୟରେ ପୌରପାଳିକାକୁ ମଣ୍ଡେଇ ଶୋଭାଯାତ୍ରା ଆୟୋଜନର ଦାୟିତ୍ୱ ଦିଆଯାଇନାହିଁ ବୋଲି କାଉନସିଲର ମାନେ ପ୍ରଶ୍ନ କରିଛନ୍ତି। ନବରଙ୍ଗପୁର ଜିଲା ଲୋକ ମହୋତ୍ସବ ମଣ୍ଡେଇରେ ନବରଙ୍ଗପୁର ପୌରାଧ୍ୟକ୍ଷ, ଉପାଧ୍ୟକ୍ଷା ଓ କାଉନସିଲର ମାନେ ମହୋତ୍ସବ ପାଳନ ପାଇଁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ସହରର ମୁଖ୍ୟ ସ୍ଥାନ ମାନଙ୍କରେ ମଣ୍ଡେଇ ଶୁଭେଚ୍ଛା ଫ୍ଲେକ୍ସ ଲଗାଇବା, ପୌରପାଳିକା ପକ୍ଷରୁ ଆର୍ଥିକ ସହାୟତା, ବିଭିନ୍ନ ପ୍ରତିଯୋଗିତାରେ ସହଯୋଗ, ସଫେଇ କାର୍ଯ୍ୟ ଆଦିରେ ସହଯୋଗ କରାଯାଉଛି। ହେଲେ ପ୍ରଶାସନ ପକ୍ଷରୁ ଏଭଳି ଅଣଦେଖା କରାଯିବାକୁ ନେଇ ଅଧ୍ୟକ୍ଷ କୁନୁ ନାୟକ, ଉପାଧ୍ୟକ୍ଷା ସୌମ୍ୟ ମହାପାତ୍ର ଓ କାଉନସିଲର ଏ . ସତୀଶ, ନଗେନ୍ଦ୍ର ପଟ୍ଟନାୟକ, କେଶବ ରାଜୁ , ଅମିତ ପ୍ରଧାନ, ଶର୍ମିଷ୍ଠା ଦେଓ, ଅଲେଖ ସୌରା, ସନ୍ତୋଷୀ ଜାନି, ପୁନମ୍‌ ସାହୁ, ଗୀତାଞ୍ଜଳି ଯାଦବ, ରାଜେଶ୍ୱରୀ, ଉଷାରାଣୀ ପ୍ରମୁଖ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ବା ଧାଡ଼ି ଯୋଗୁ ଚିକିତ୍ସା ପାଇପାରିଲେନି; ଡାକ୍ତର ଦେଖିବା ପୂର୍ବରୁ ଶିଶୁ ମୃତ

ଅନୁଗୋଳ ଅଫିସ, ୧୬।୯: ଗୁରୁତର ଅବସ୍ଥାରେ ରବିବାର ମେଡିକାଲ ଆସିଥିବା ଜଣେ ଦେଢ ବର୍ଷର ଶିଶୁପୁତ୍ର ଚିକିତ୍ସା ପାଇ ନ ପାରିବାରୁ ତାହାର ମୃତ୍ୟୁ ଘଟିଥିବା ଅଭିଯୋଗ...

ଶ୍ରମିକ ପଞ୍ଜୀକରଣ ନଁ।ରେ ଅର୍ଥ ଆଦାୟ ଅଭିଯୋଗ

ଦିଗପହଣ୍ଡି/ପାଟପୁର,୨ା୯(ଡି.ଏନ.ଏ.)-ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଧୀନ ବିଭିନ୍ନ ଗ୍ରାମାଞ୍ଚଳରେ ଶ୍ରମିକ ପଞ୍ଜୀକରଣ ପାଇଁ ଦଲାଲମାନେ ବୁଲୁଥିବା ଅଭିଯୋଗ ହୋଇଛି। ନିର୍ମାଣ ଶ୍ରମିକଙ୍କୁ ମିଳୁଥିବା ବିଭିନ୍ନ ସରକାରୀ...

ସହମତିରେ ଶାରୀରିକ ସମ୍ପର୍କ ବଳାତ୍କାର ନୁହେଁ : ହାଇକୋର୍ଟ

କଟକ ଅଫିସ,୮ା୧: ବିବାହ ପ୍ରତିଶ୍ରୁତି ଦେଇ ସହମତିରେ ପ୍ରାପ୍ତ ବୟସ୍କା ମହିଳାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଲେ ବଳାତ୍କାର ନୁହେଁ ବୋଲି ଓଡ଼ିଶା ହାଇକୋର୍ଟ ରାୟ...

ଦ୍ୱନ୍ଦ୍ୱରେ ଚାଷୀ

ଧାନ ଉତ୍ପାଦନରେ ବଳକା ଜିଲା ସୁବର୍ଣ୍ଣପୁର। ଆଧୁନିକ ଉପାୟରେ ଚାଷ କରି ସ୍ଥାନୀୟ କୁଶଳୀ ଚାଷୀ ଅଧିକ ଉତ୍ପାଦନ କରୁଛନ୍ତି। ବାହାର ଜିଲା ଓ ରାଜ୍ୟକୁ...

ଶାଳଗଣ୍ଡି ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ୨ଗିରଫ

ଦେବଗଡ, ୫ା୫(ଡି.ଏନ.ଏ.)-ଦେବଗଡ ଜିଲା ରିଆମାଳ ଫରେଷ୍ଟ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ ଅଧିନ ଛଲକ ଗ୍ରାମ ନିକଟ ଲକ୍ଷ୍ମୀପୁର ଜଙ୍ଗଲରୁ କାଟି ଶାଳଗଣ୍ଡି ଚାଲାଣ ବେଳେ ବନ...

ଦୁର୍ଘଟଣାରେ ଗୁରୁତରଙ୍କୁ ସହାୟତାର ହାତ ବଢ଼ାଇଥିବା ଯୁବକଙ୍କୁ ସମ୍ବର୍ଦ୍ଧିତ କଲା ପାଟଣାଗଡ଼ ପୋଲିସ

ପାଟଣାଗଡ଼,୨୦।୩ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ପୋଲିସ ଦ୍ୱାରା ନିଃସ୍ବାର୍ଥପର ସେବା ପାଇଁ ଶୁକ୍ରବାର ଜଣେ ଯୁବକଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ହେଉଥିବା ଭଲ ମଣିଷ...

ଅଧା ହିତାଧିକାରୀଙ୍କୁ ମିଳିନି ଡାଲି

ଢେଙ୍କାନାଳ ଅଫିସ, ୧୭।୫ – କରୋନା ପ୍ରଭାବିତ ଓଡ଼ିଶାର ଗରିବ ହିତାଧିକାରୀଙ୍କୁ ୩ମାସ ଯାଏ ବିନା ମୂଲ୍ୟରେ ଚାଉଳ ଏବଂ ଡାଲି ଯୋଗାଇ ଦେବାକୁ ରାଜ୍ୟ...

ନିଶା ସାପ ଧରିବା

ସୋନପୁର,୯।୬(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଅଞ୍ଚଳର ପ୍ରମୋଦ ଦାଶିଆ(୪୦) ପେସାରେ ଜଣେ କନ୍‌ଷ୍ଟେବଲ। କିନ୍ତୁ ନିଶା ତାଙ୍କର ବିଷଧର ସାପକୁ ଉଦ୍ଧାର କରି...

Advertisement
Archives

Model This Week