ଟେଣ୍ଡରକୁ ନେଇ ଅଧ୍ୟକ୍ଷା-ପୌର ଅଧିକାରୀ ମୁହାଁମୁହିଁ

ଆନନ୍ଦପୁର,୧୮।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌର ପରିଷଦର ପିଛା ଛାଡୁନି ବିବାଦ। ପୂର୍ବରୁ ଫାଇଲ ଚୋରିକୁ ନେଇ ମାମଲା ହୋଇଥିବା ବେଳେ ଏବେ କେତେକ ଉନ୍ନୟନ କାର୍ଯ୍ୟ ଟେଣ୍ଡରକୁ ନେଇ ଅଧ୍ୟକ୍ଷ ଓ ପୌର ଅଧିକାରୀ ମୁହାଁମୁହିଁ ହୋଇଛନ୍ତି। କୌଣସି ଆଲୋଚନା କରା ନ ଯାଇ ଟେଣ୍ଡର ହୋଇଥିବାରୁ ବାତିଲ କରିବାକୁ ପୌର ଅଧ୍ୟକ୍ଷା ଦାବି କରିଥିଲେ। ଆଲୋଚନା ପରେ ପୁନର୍ବାର ଟେଣ୍ଡର କରିବାକୁ କହିଥିବା ବେଳେ ପୌର ଅଧିକାରୀ ବିରୋଧ କରିଥିଲେ। ବିବାଦ ମଧ୍ୟରେ ପୌରାଞ୍ଚଳ ଉନ୍ନୟନ କାର୍ଯ୍ୟରେ ବାଧା ଉପୁଜୁଥିବା କାଉନସିଲରମାନେ କହିଛନ୍ତି। ସମସ୍ୟା ସମାଧାନ ନିମନ୍ତେ ଶୁକ୍ରବାର ଉପଜିଲାପାଳ, ତହସିଲଦାରଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଥିଲା।
ପ୍ରକାଶ ଯେ, ନିକଟରେ ପୌର ପରିଷଦ ଅଧ୍ୟକ୍ଷାଙ୍କ ଚାମ୍ବରରୁ ଫାଇଲ ଚୋରି ହୋଇଥିଲା। ଏଥିରେ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କିତ ୭ ଗୋଟି ଫାଇଲ ରହିଥିଲା। ଘଟଣାରେ ପୌର ଅଧିକାରୀଙ୍କ ପକ୍ଷରୁ ଆନନ୍ଦପୁର ଥାନାରେ ମିସିଂ ରିପୋର୍ଟ ଦାଖଲ ହୋଇଥିଲା। ଥାନା ପକ୍ଷରୁ ଷ୍ଟେଶନ ଡାଏରି କରାଯାଇଛି। ଅଫିସରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଆମକୁ ହସ୍ତଗତ ହେବା ପରେ ତଦନ୍ତ ଅଗ୍ରଗତିରେ ସୁବିଧା ହେବ ବୋଲି ଥାନା ଅଧିକାରୀ ଦେବକୀ ନାଇକ କହିଥିଲେ। ଚୋରି ହୋଇଯାଇଥିବା ଉନ୍ନୟନମୂଳକ କାର୍ଯ୍ୟର ପୁନର୍ବାର ଫାଇଲ୍‌ ପ୍ରସ୍ତୁତ କରାଯାଇ ଟେଣ୍ଡର ଡକାଯାଇଥିଲା। ଏଥିରେ ପୌର ପରିଷଦର ସ୍ବାଗତ ଗେଟ୍‌, ଡ୍ରେନେଜ୍‌ ମାଷ୍ଟର ପ୍ଲାନ୍‌, ସାନିଟେଶନ, ଫଗିଂ ମେଶିନ, କେମିକାଲ, ଲେବର, ଡଷ୍ଟବିନ୍‌, ଲାପ୍‌ଟପ୍‌, ମୋବାଇଲ ଟଏଲେଟ୍‌ ଆଦି ଟେଣ୍ଡର ଡକାଯାଇଛି। ଟେଣ୍ଡରକୁ ମଧ୍ୟ ଇଣ୍ଟରନେଟ୍‌ ଜରିଆରେ ଅପ୍‌ଲୋଡ୍‌ କରାଯାଇଥିଲା। ତେବେ ଗତ ବୁଧବାର ଟେଣ୍ଡରକୁ ନେଇ ଆନନ୍ଦପୁର ପୌର ପରିଷଦ ଅଧ୍ୟକ୍ଷା ରଜନୀରାଣୀ ଖଟୁଆ ଏବଂ ପୌର ଅଧିକାରୀ ଅଶୋକ ରାଉତଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ଟେଣ୍ଡର ସମ୍ପର୍କରେ ପୌର ଅଧ୍ୟକ୍ଷାଙ୍କ ସହିତ କୌଣସି ଆଲୋଚନା କରାଯାଇ ନ ଥିବାରୁ ଏଗୁଡ଼ିକୁ ବାତିଲ କରିବାକୁ କହିଥିଲେ। ବିନା ଆଲୋଚନାରେ କାହିଁକି ଟେଣ୍ଡର ଡକାଗଲା ବୋଲି ପୌର ଅଧିକାରୀଙ୍କୁ ଏକ୍ସପ୍ଲାନେଶନ ମାଗିଥିଲେ। ସମ୍ପୃକ୍ତ କାର୍ଯ୍ୟର ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଟେଣ୍ଡର ପ୍ରକ୍ରିୟା ଆଗକୁ ନିଆଯାଇଛି ବୋଲି ପୌର ଅଧିକାରୀ ରାଉତ ପ୍ରକାଶ କରିଥିଲେ। ପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।
ଏନେଇ ଶୁକ୍ରବାର ପୁନର୍ବାର ପୌର କାର୍ଯ୍ୟାଳୟ ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୌର ଅଧ୍ୟକ୍ଷା, ପୌର ଅଧିକାରୀ, ଆନନ୍ଦପୁର ଉପଜିଲାପାଳ ଅନୀଲ ସେଠୀ, ଆନନ୍ଦପୁର ତହସିଲଦାର ମାନସ ତ୍ରିପାଠୀ, ଉପାଧ୍ୟକ୍ଷ ଦୁର୍ଗାଚରଣ ଦଳେଇ, କାଉନ୍‌ସିଲର ଉପସ୍ଥିତି ରହି ଆଲୋଚନା କରିଥିଲେ। ଅଧ୍ୟକ୍ଷା ବିନା ସୂଚନାରେ ହୋଇଥିବା ଟେଣ୍ଡରକୁ ବାତିଲ କରିବା ଜିଦ୍‌ରେ ଅଟଳ ରହିଥିବା ବେଳେ କାଉନ୍‌ସିଲରମାନେ ଏହାକୁ ସ୍ବାଭାବିକ କରିବାକୁ କହିଥିଲେ। ବୈଠକରେ ସମସ୍ତ ଆଲୋଚନା ପରେ ଡକାଯାଇଥିବା କାର୍ଯ୍ୟର ଟେଣ୍ଡର ମଧ୍ୟରୁ ସ୍ବାଗତ ଗେଟ୍‌ ଟେଣ୍ଡରକୁ ବାତିଲ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହାକୁ ଠିକ୍‌ ଭାବେ କରାଯିବାକୁ ପ୍ରସ୍ତାବ ଦିଆଯିବା ସହିତ ଅନ୍ୟ ଉନ୍ନୟନ କାର୍ଯ୍ୟର ଟେଣ୍ଡରକୁ ସ୍ବାଭାବିକ ଭାବେ ପରିଚାଳନା କରାଯିବାକୁ ନିଷ୍ପତ୍ତି ହୋଇଥିବା ଉପଜିଲାପାଳ ସେଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri