ଆବଶ୍ୟକ ନ ଥିଲେ ଚେନ୍‌ ପୁଲିଂ ନ କରିବାକୁ ପରାମର୍ଶ

ଛତ୍ରପୁର,୨୧ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଆର୍‌ପିଏଫ୍‌ ଆଉଟ୍‌ପୋଷ୍ଟ ପକ୍ଷରୁ ଲୋକଙ୍କୁ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଛି। ଲେଭଲ କ୍ରସିଂ ନିକଟରେ ଥିବା ବୁରୁଡ଼ି ଓ କନକା ଗ୍ରାମରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ ସହ ରାଲି କରାଯାଇଥିଲା। କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌କୁ ମାନିବା ସହ ଟ୍ରେନ୍‌ ଲେଭଲ କ୍ରସିଂ ପାସ୍‌ ବେଳେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଥିଲା। ଏଥିସହ ଟ୍ରେନ୍‌ ଯାତ୍ରା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା। କୌଣସି ଦୁର୍ଘଟଣା ଆଶଙ୍କା ଥିଲେ ୧୮୨ ସୁରକ୍ଷା ନମ୍ବରକୁ ଫୋନ୍‌ କରିବାକୁ ପରାମର୍ଶ ଦିଆଯାଇଛି। ଆରପିଏଫ୍‌ ତୁରନ୍ତ ଯାତ୍ରୀ ଓ ଲୋକଙ୍କ ପାଖରେ ପହଞ୍ଚି ସହାୟତା ଯୋଗାଇ ଦେବ। ବିଭିନ୍ନ ସମୟରେ ଟ୍ରେନ୍‌କୁ ପିଲାମାନେ ପଥର ଫିଙ୍ଗୁଛନ୍ତି। ଏଥିରେ ଯାତ୍ରୀ ଆହତ ହେଉଛନ୍ତି। ଏପରି ନ କରିବାକୁ ଆରପିଏଫ୍‌ ପକ୍ଷରୁ ସଚେତନ କରାଯାଇଛି। ଏଥିସହ ମହିଳା ଯାତ୍ରୀଙ୍କ ସୁରକ୍ଷା ନେଇ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଥିବା କୁହାଯାଇଥିଲା। ଆବଶ୍ୟକ ନ ହେଲେ ଚେନ୍‌ ପୁଲିଂ ନ କରିବାକୁ ପରାମର୍ଶ ଦିଆଯାଇଥିଲା। ଏଥିରେ ଛତ୍ରପୁର ଆଉଟ୍‌ପୋଷ୍ଟର ଏସ୍‌ଆଇ ଏ୍‌ଲବି ସିଂଙ୍କ ସମେତ ସମସ୍ତ ଷ୍ଟାଫ୍‌ ସାମିଲ ଥିଲେ।