Categories: ଖେଳ

ରାହୁଲ ଦ୍ରାବିଡ ଖାଲି ଇନ୍ଦିରାନଗରର ନୁହେଁ ‘ଭାରତର ଗୁଣ୍ଡା’ ବୋଲି କହିଲେ ଚହର; ଦ୍ୱିତୀୟ ଦିନିକିଆରେ…

କଲମ୍ବୋ,୨୨।୭: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ର ପ୍ରଥମ ସଂସ୍କରଣରେ ଅନେକ ଉଲ୍ଲେଖନୀୟ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ହେଲେ ଏହି ସମୟରେ କ୍ରିକେଟ ପ୍ରଶଂସକମାନେ ରାହୁଲ ଦ୍ରାବିଡଙ୍କ ଗୁଣ୍ଡା ଅବତାରକୁ ଦେଖି ଚକିତ ହୋଇଥିଲେ। ଏକ ବିଜ୍ଞାପନରେ ରାହୁଲଙ୍କୁ ପ୍ରଥମ ଥର ପାଇଁ ସେଭଳି ଦେଖିଥିଲେ ସମସ୍ତେ। ସେବେଠାରୁ ଦ୍ରାବିଡଙ୍କ ନୂଆ ଡାକନାମ‘ ଇନ୍ଦିରାନଗରର ଗୁଣ୍ଡା’ ରଖାଯାଇଥିଲା। ଏବେ ଦୀପକ ଚହର ଦ୍ରାବିଡଙ୍କୁ ସମଗ୍ର ଭାରତର ଗୁଣ୍ଡା ବୋଲି କହି ଚର୍ଚ୍ଚାକୁ ଆସିଛନ୍ତି।

ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରେ ନିଜର ଅଲରାଉଣ୍ଡ ପ୍ରଦର୍ଶନକୁ ନେଇ ଭାରତକୁ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ଦୀପକ। ଅପରାଜିତ ୬୯ରନ୍‌ କରିବା ଯୋଗୁ ଭାରତ ନିଶ୍ଚିତ ପରାଜୟରୁ ରକ୍ଷା ପାଇଥିଲା। ଏବେ ତାଙ୍କର ବ୍ୟାଟିଂଶୈଳୀକୁ ବେଶ ପସନ୍ଦ କରାଯାଉଛି। ହେଲେ ଦ୍ରାବିଡ ଚହରଙ୍କୁ ଶୀର୍ଷ ଖେଳାଳି ଭାବେ ପଠାଇବାକୁ ଜୋର ଦେଇଥିଲେ।

ଏବେ ଭାରତୀୟ ଦଳ ସିରିଜରେ ୨-୦ରେ ଅଗ୍ରଣୀ ଥିବାକୁ ନେଇ ଦ୍ରାବିଡ ଓ ଚହରଙ୍କ ପ୍ରଶଂସା କରାଯାଉଛି। ଏବେ ତୃତୀୟ ଦିନିକିଆ ପୂର୍ବରୁ ଚହର ଖବରଦାତା ସମ୍ମିଳନୀରେ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥିଲେ। ଦ୍ରାବିଡ ସାର୍‌ ଏବେ ଇନ୍ଦିରାନଗରର ଗୁଣ୍ଡା ନୁହନ୍ତି ବରଂ ପୁରା ଭାରତର ଗୁଣ୍ଡା ପାଲଟିଛନ୍ତି ବୋଲି ସେ କହିଥିଲେ।

Share