Posted inଖେଳ

ଦୁବାଇ ବିଚ୍‌ରେ ଭାବିପତ୍ନୀ ଧନଶ୍ରୀଙ୍କ ସହ ଚହଲ

ଦୁବାଇ, ୨୧।୧୦- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଅଂଶଗ୍ରହଣ କରୁଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦଳର ଅନ୍ୟତମ ପ୍ରମୁଖ ଖେଳାଳି ହେଲେ ସ୍ପିନର ୟୁଜବେନ୍ଦ୍ର ଚହଲ। ଆଇପିଏଲରେ ଚହଲଙ୍କୁ ଉତ୍ସାହିତ କରିବା ପାଇଁ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ପହଞ୍ଚତ୍ଛନ୍ତି ତାଙ୍କ ଭାବିପତ୍ନୀ ଧନଶ୍ରୀ ବର୍ମା। ଚଳିତ ବର୍ଷର ଆଇପିଏଲ ୟୁଏଇର ଉଷ୍ମ ଓ ଆର୍ଦ୍ର ପରିବେଶରେ ଖେଳାଯାଉଛି। ପ୍ରତିଯୋଗିତା କ୍ରମେ ରୋମାଞ୍ଚକ ସ୍ଥିତିରେ ପହଞ୍ଚତ୍ଥିବାରୁ ବିଭିନ୍ନ ଦଳର ରଣନୀତି ବଦଳୁଛି। ସେହି ଅନୁସାରେ ଖେଳାଳିମାନଙ୍କ ଉପରେ ପ୍ରଦର୍ଶନର ଚାପ ବଢ଼ୁଛି। ଚହଲ ଏପର୍ଯ୍ୟନ୍ତ ଆରସିବି ପାଇଁ ଭଲ ପ୍ରଦର୍ଶନ କରି ଆସିଛନ୍ତି। ତେବେ ତାଙ୍କୁ ଉତ୍ସାହିତ କରିବା ପାଇଁ ଧନଶ୍ରୀ ୟୁଏଇରେ ପହଞ୍ଚତ୍ଥିବାରୁ ସେ ମଧ୍ୟ ନିଜ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ କିଛି ସମୟ କାଢ଼ିବାକୁ ଭୁଲି ନାହାନ୍ତି। ବ୍ୟାକ୍‌ଗ୍ରାଉଣ୍ଡରେ ସମୁଦ୍ର ଥାଇ ଦୁବାଇ ବିଚ୍‌ରେ ଧନଶ୍ରୀଙ୍କ ସହିତ ନିଜର ଏକ ଅନ୍ତରଙ୍ଗ ମୁହୂତ୍ତର ଫଟୋ ମଙ୍ଗଳବାର ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି ଚହଲ। ଏହାର କ୍ୟାପ୍‌ଶନରେ ସେ ଲେଖିଛନ୍ତି ‘ପ୍ରକୃଷ୍ଟ ସାନ୍ଧ୍ୟକାଳୀନ ମୁହୂର୍ତ୍ତ’। ଧନଶ୍ରୀଙ୍କ ସହ ଚହଲଙ୍କର ନିର୍ବନ୍ଧ ସରିଛି। ଆରସିବିର ଗତ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ସେ ୟୁଏଇରେ ପହଞ୍ଚତ୍ଥିଲେ। ତାଙ୍କୁ ଷ୍ଟାଡିୟମରେ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ଆରସିବି ବିଜୟୀ ହୋଇଥିଲା। ଧନଶ୍ରୀ ଷ୍ଟାଡିୟମରୁ ଆରସିବି ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ଅନୁସ୍କା ଶର୍ମାଙ୍କ ସହ ଫଟୋ ମଧ୍ୟ ଶେୟାର କରିଥିଲେ। ପ୍ରକାଶ ଯୋଗ୍ୟ ଯେ, ଆଇପିଏଲ ଅବସରରେ ଅନୁସ୍କାଙ୍କ ସହ କୋହଲି ମଧ୍ୟ କିଛି ସମୟ ବିତାଇଛନ୍ତି। ପୁଲ୍‌ରେ କୋହଲି ଓ ଅନୁସ୍କାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ନିକଟରେ ଭାଇରାଲ ହୋଇଥିଲା ଏହି ଫଟୋ କୋହଙ୍କୁ ବନ୍ଧୁ ତଥା ଆରସିବି ଟିମ୍‌ମେଟ୍‌ ଏବି ଡି’ଭିଲର୍ସ ଉଠାଇଥିଲେ। କୋହଲିଙ୍କ ଦଳ ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରି ଆସିଛି। ୯ ମ୍ୟାଚରୁ ଦଳ ୬ ବିଜୟ ସହ ୧୨ ପଏଣ୍ଟ ପାଇଛି। ଆରସିବି ଏହାର ପରବର୍ତ୍ତୀ ମ୍ୟାଚରେ ବୁଧବାର କୋଲକାତା ନାଇଟ ରାଇଡର୍ସକୁ ଭେଟିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri