ଧନଶ୍ରୀଙ୍କ ସହ ଛାଡପତ୍ର ହେଲେ ଚହଲଙ୍କୁ ହେବ ବଡ଼ କ୍ଷତି! ଜାଣନ୍ତୁ ଦୁହିଁଙ୍କ ମଧ୍ୟରୁ ଧନୀ କିଏ

ନୂଆଦିଲ୍ଲୀ,୯।୧: ଚର୍ଚ୍ଚାରେ ଷ୍ଟାର ଦମ୍ପତି। ଭାରତୀୟ କ୍ରିକେଟ ଟିମ୍‌ର ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀଙ୍କ ଛାଡପତ୍ର ନେଇ ଜୋର ଧରିଛି ଚର୍ଚ୍ଚା। ପରସ୍ପର ସୋସିଆଲ ମିଡିଆରୁ ନିଜର ଫଟୋ ଡିଲିଟ କରିବା ପରେ ସେମାନଙ୍କ ଛାଡପତ୍ରର ଗୁଜବ ଭାଇରାଲ ହେଉଛି। ଉଭୟ ଷ୍ଟାର ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ ମଧ୍ୟ କରିଛନ୍ତି। ଯଦି ସେମାନଙ୍କର ପ୍ରକୃତରେ ଛାଡପତ୍ର ହୁଏ, ତେବେ ୟୁଜବେନ୍ଦ୍ର ଧନଶ୍ରୀ ବର୍ମାଙ୍କୁ ଭରଣପୋଷଣ ଭାବରେ କେତେ ସମ୍ପତ୍ତି ଦେବେ? ଆସନ୍ତୁ ଜାଣିବା…

ଚହଲ କ୍ରିକେଟରୁ ବହୁତ ଟଙ୍କା ରୋଜଗାର କରନ୍ତି। ତାଙ୍କୁ ଆଇପିଏଲ ଫ୍ରାଞ୍ଚାଇଜ ୧୮ କୋଟି ଟଙ୍କାରେ କିଣିଛି। ସେ ବିଜ୍ଞାପନରୁ ମଧ୍ୟ ବହୁତ ରୋଜଗାର କରନ୍ତି। ସେ ବିସିସିଆଇ ଓ ଆଇପିଏଲ ସହ ରହି ମଧ୍ୟ ଆୟକର ବିଭାଗରେ ଜଣେ ଇନ୍ସପେକ୍ଟର ଅଛନ୍ତି। ବିସିସିଆଇ ଏବଂ ଆଇପିଏଲ ବ୍ୟତୀତ ଚହଲଙ୍କୁ ଏଠାରୁ ମଧ୍ୟ ମୋଟାଅଙ୍କର ଦରମା ମିଳିଥାଏ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଚହଲଙ୍କୁ ଆୟକର ବିଭାଗରୁ ପ୍ରତି ମାସରେ ୪୪,୯୦୦ ଟଙ୍କାରୁ ୧,୪୨,୪୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିଥାଏ। ରିପୋର୍ଟ ଅନୁସାରେ, ଚହଲଙ୍କ ବର୍ତ୍ତମାନର ସମ୍ପତ୍ତି ପ୍ରାୟ ୪୫ କୋଟି ଟଙ୍କା।ଅନ୍ୟପକ୍ଷରେ, ଧନଶ୍ରୀ ଜଣେ ପ୍ରସିଦ୍ଧ ନୃତ୍ୟ ନିର୍ଦ୍ଦେଶିକା, ଯାହାଙ୍କ ନୃତ୍ୟ ଭିଡିଓଗୁଡ଼ିକ YouTube ରେ ଭାଇରାଲ ହୁଏ। ସେ କିଛି ଟିଭି ଶୋ’ରେ ମଧ୍ୟ କାମ କରିଛନ୍ତି। ସେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ଏବେ ସେମାନଙ୍କ ଛାଡପତ୍ରର ଗୁଜବ ଶୀର୍ଷରେ ପହଞ୍ଚିଥିବାରୁ, ପ୍ରଶଂସକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି।

ଚହଲ ଏବଂ ଧନଶ୍ରୀ ଉଭୟଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ। ତେଣୁ, ଛାଡପତ୍ର ମାମଲାରେ, ସମ୍ପତ୍ତିର ବିଭାଜନ କୋର୍ଟର ନିଷ୍ପତ୍ତି ଉପରେ ର୍ନିଭର କରିବ। ଏଠାରେ ଧନଶ୍ରୀଙ୍କ ନିଷ୍ପତ୍ତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ ଯେ ସେ ସମ୍ପତ୍ତିରେ ଅଂଶ ନେବାକୁ ଚାହାଁନ୍ତି କି ନାହିଁ? ସେ ତାଙ୍କ ଅଧିକାର ପାଇଁ କୋର୍ଟର ଦ୍ୱାରସ୍ଥ ହୋଇପାରିବେ। ଉଲ୍ଲେଖନୀୟ ଯେ ସେମାନଙ୍କ ମଧ୍ୟରୁ କେହି ଏପର୍ଯ୍ୟନ୍ତ ଛାଡପତ୍ର ଗୁଜବକୁ ଅସ୍ବୀକାର କରିନାହାଁନ୍ତି।

ଧନଶ୍ରୀ ବର୍ମା ଜଣେ ସଫଳ ନୃତ୍ୟ ନିର୍ଦ୍ଦେଶିକା। ତାଙ୍କର ନିଜସୱ ୟୁଟ୍ୟୁବ ଚ୍ୟାନେଲ ଅଛି, ଯେଉଁଠାରେ ସେ ତାଙ୍କର ଅନେକ ନୃତ୍ୟ ଭିଡିଓ ଅପଲୋଡ କରିଛନ୍ତି। ଦନ୍ତ ଚିକିତ୍ସକରୁ ନୃତ୍ୟଶିଳ୍ପୀ ପାଲଟିଥିବା ଏହି ଅଭିନେତ୍ରୀଙ୍କର ସୋସିଆଲ ମିଡିଆରେ ବହୁତ ସଂଖ୍ୟାରେ ଫଲୋର୍ସ ଅଛନ୍ତି। ଧନଶ୍ରୀଙ୍କ ୟୁଟ୍ୟୁବ ଚ୍ୟାନେଲର ୨.୭୯ ନିୟୁତ ସବସ୍କ୍ରାଇବର୍‌ ଅଛନ୍ତି। ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ତାଙ୍କର ୬.୨ ନିୟୁତରୁ ଅଧିକ ଫଲୋଅର୍ସ ଅଛନ୍ତି।

ଚହଲ ଜଣେ ଚମତ୍କାର ଲେଗ ସ୍ପିନର। ସେ ଅନ୍ତର୍ଜାତୀୟ ଚେସ ଚାମ୍ପିଅନସିପରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି। କୁହାଯାଏ ଯେ ପ୍ରସିଦ୍ଧ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ସମ୍ପତ୍ତି ପ୍ରାୟ ୨୫ କୋଟି ଟଙ୍କା। ସେ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ମାଧ୍ୟମରେ ବହୁତ ରୋଜଗାର କରନ୍ତି। ସେ ଖୁବ ଶୀଘ୍ର ଏକ ତେଲୁଗୁ ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିବେ।

ଚହଲଙ୍କ ସମ୍ପତ୍ତି ୪୫ କୋଟି ଟଙ୍କା ବୋଲି କୁହାଯାଉଛି। ଏହି କ୍ରିକେଟରଙ୍କୁ IPL 2025 ପାଇଁ ପଞ୍ଜାବ କିଙ୍ଗ୍ସ ୧୮ କୋଟି ଟଙ୍କାରେ କିଣିଥିଲା। ସେ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ମଧ୍ୟ ଭଲ ଟଙ୍କା ରୋଜଗାର କରନ୍ତି। ସ୍ପଷ୍ଟ ଭାବରେ, ୟୁଜଭେନ୍ଦ୍ର ଚହଲଙ୍କ ସମ୍ପତ୍ତି ଧନଶ୍ରୀ ବର୍ମାଙ୍କଠାରୁ ଅଧିକ। ଲକଡାଉନ ସମୟରେ ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri