Posted inUncategorized

ସେରାମିକ୍‌ ଶିଳ୍ପୀ ସରୋଜ

ଶିଳ୍ପୀଙ୍କ ଯାଦୁକରୀ ହାତର ସ୍ପର୍ଶରେ ଯେକୌଣସି ପଦାର୍ଥ ହୋଇଯାଏ ଆକର୍ଷଣୀୟ। ସେ ପଥର ଶିଳ୍ପୀ ହୁଅନ୍ତୁ କି ମାଟି କାରିଗର। ଏମିତି ଜଣେ କାରିଗରଙ୍କ ହାତରେ ପ୍ରସ୍ତୁତ ହୋଇଥିବା ଟେରାକୋଟା ଓ ସେରାମିକ୍‌ର କଳାକୃତିକୁ ଦେଖିଲେ କେହି ସହଜରେ ଆଖି ଫେରାଇ ପାରିବେ ନାହିଁ। ଟେରାକୋଟା ଓ ସେରାମିକ୍‌ କଳାରେ ନିଆରା ପରିଚୟ ସୃଷ୍ଟି କରିଥିବା ଶିଳ୍ପୀ ହେଲେ ସରୋଜ କୁମାର ରାଉତ। ଯେଉଁଥିତ୍ପାଇଁ ବିଭିନ୍ନ ସଂସ୍ଥାରୁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ନିଜ କଳାକାରିଗରୀ ସମ୍ପର୍କରେ ସରୋଜ କୁହନ୍ତି , କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଳକ ଅନ୍ତର୍ଗତ ବଡ଼କୁଳ ଗ୍ରାମରେ ମୋର ଜନ୍ମ। ବାପା ବଂଶୀଧର ରାଉତ ଜଣେ ସାଧାରଣ କୃଷକ,ମା’ ଚଞ୍ଚଳା ରାଉତ ଗୃହିଣୀ । ଚାଷକାମରେ ହିଁ ପରିବାର ଚଳିଥାଏ। ପିଲାଦିନେ ମାଣବସା ବେଳେ ଘରେ ଝୋଟି ଚିତାକୁ ଦେଖୁଥିଲି। ଝୋଟି ପକାଇବାକୁ ମୋତେ ଭଲ ଲାଗୁଥିଲା। ଗାଁରେ ଖୁଦୁରୁକୁଣୀ ଓଷା ପାଇଁ ଯେଉଁ ମୂର୍ତ୍ତି ଦରକାର ପଡୁଥିଲା ତାକୁ ମୁଁ ତିଆରି କରୁଥିଲି। ଆସ୍ତେଆସ୍ତେ କଳାକାରିଗରି ପ୍ରତି ମୋର ରୁଚି ବଢ଼ିଥିଲା। ଗାଁ ନଦୀରୁ ମାଟି ଆଣି ସେଥିରେ ବିଭିନ୍ନ ପଶୁପକ୍ଷୀ,ଫୁଲଫଳର ଆକୃତି ଓ ଦେବଦେବୀଙ୍କ ମୂର୍ତ୍ତି ଗଢୁଥିଲି । ଡ୍ରଇଁ କାଗଜ ଉପରେ ସବୁଜପତ୍ର ଓ ରଙ୍ଗଣି ଫୁଲରେ ଅଠା ଲଗାଇ ବିଭିନ୍ନ ପ୍ରକାର ଚିତ୍ରାଙ୍କନ କରୁଥିତ୍ଲି। ମୋ ହାତ ତିଆରି ଚିତ୍ରଗୁଡ଼ିକୁ ନେଇ ଘର କାନ୍ଥରେ ଳଗାଉଥିଲି। ଗାଁ ସ୍କୁଲରେ ପଢୁଥିବାବେଳେ ମୋର ଚିତ୍ରାଙ୍କନ ଭଲ ହେଉଥିବାରୁ ଶିକ୍ଷକମାନେ ମୋତେ ଖୁବ୍‌ ପ୍ରଶଂସାକରି କହୁଥିଲେ, ପାଠରେ ନ ହେଲେ ନାହିଁ ଚିତ୍ରରେ ତୁ ଦିନେ ନାଁ କରିବୁ ! ଏହି କଥା ପଦଟି ସବୁବେଳେ ମୋ ମନ ଭିତରେ ରହିଥିଲା। ତେବେ ଦଶମ ଶ୍ରେଣୀ ପଢ଼ା ପରେ ମୋର ପାଠରେ ଡୋରି ବନ୍ଧାହେଲା। ହେଲେ ହସ୍ତକଳାରେ ଶିକ୍ଷାନେବା ପାଇଁ ଭୁବନେଶ୍ୱରକୁ ଆସିଲି। ପୋଡ଼ାମାଟି ହସ୍ତଶିଳ୍ପ ଦେଖିବା ପରେ ଏହି କାମ କରିବା ପାଇଁ ମୋର ଆଗ୍ରହ ବଢ଼ିଲା। ମତେ ଜଣେ ବନ୍ଧୁ ଏଠାରେ ହସ୍ତକଳାରେ ୨ବର୍ଷର ତାଲିମ ପାଇଁ ଟେରାକୋଟା ବିଭାଗରେ ନାମ ଲେଖିବାକୁ କହିଲେ । ତା’ପରେ ଏଠାରୁ ହିଁ ବିଧିବଦ୍ଧ ଭାବେ କଳାକାରିଗରି ଜୀବନ ଆରମ୍ଭ ହେଲା। ଗୁରୁ ସ୍ବର୍ଗତ ଦେବରାଜ ସାହୁ ମୋତେ ପୋଡ଼ା ମାଟିର କଳାକୃତି ଶିକ୍ଷା ଦେଇଥିଲେ। ମାତ୍ର ସେତେବେଳେ ଆମ ଘରର ଆର୍ଥତ୍କ ଅବସ୍ଥା ସ୍ବଚ୍ଛଳ ନ ଥିଲା। ବହୁ ଅଭାବ ମଧ୍ୟରେ ପଢା ସାରିଲି। ଭୁବନେଶ୍ୱରରେ ରହି ଆର୍ଟ ଟ୍ୟୁଶନକରି ରୋଜଗାର କଲି। ମୋ ବଡ଼ଭାଇ ମୁମ୍ବାଇରେ ଏକ କମ୍ପାନୀରେ କାମ କରୁଥିଲେ। ମଝିରେ ମଝିରେ ସେ ମଧ୍ୟ କିଛି ଆର୍ଥତ୍କ ସାହାଯ୍ୟ କରୁଥିଲେ। ଏ ଭିତରେ ଧଉଳି ଚାରୁକଳା ମହାବିଦ୍ୟାଳୟରେ ୫ବର୍ଷ ପଢ଼ିଲି । ସ୍ଥାପତ୍ୟ କଳାରେ ଅଧ୍ୟୟନ କଲି। କିନ୍ତୁ ମୋର ବହୁତ ଇଚ୍ଛା ଥିଲା ସେରାମିକ୍‌ କଳାରେ କାମ କରିବାକୁ। ଅବଶ୍ୟ ସେତେବେଳେ ସେମିତି ବିଶେଷ କିଛି ଏହି ସେରାମିକ୍‌ କଳାରେ ଶିକ୍ଷାର ବ୍ୟବସ୍ଥା ନ ଥିଲା। ଧଉଳିରେ ଥିଲା ଗୋଟିଏ ସେରାମିକ୍‌ର ଷ୍ଟୁଡିଓ। ଅନ୍ୟଟି ଲଳିତକଳା ଆଞ୍ଚଳିକ କେନ୍ଦ୍ରରେ ରହିଥିଲା। ସେରାମିକ ସାଧାରଣ ମାଟିଠାରୁ ଭିନ୍ନ। ଏହାକୁ କିଛି ନିର୍ଦ୍ଦିଷ୍ଟ ତାପମାତ୍ରାରେ ପୋଡ଼ାଯାଇଥାଏ। ସେରାମିକ୍‌ରେ ପୁରୁଣା ଗାଡ଼ି,ଟାଇଟାନିକ ଜାହାଜ, ଡଙ୍ଗା, ଅଟୋ ଟେଲିଫୋନ,ପୁରୁଣା ଟ୍ରେନ୍‌ ଇଞ୍ଜନ , ଡାକୋଡ଼ା ଫ୍ଲାଇଟ୍‌ ଆଦି ୭ଶହରୁ ଊର୍ଦ୍ଧ୍ୱ ବିଭିନ୍ନ କଳାକୃତି ତିଆରି କରିଛି। ତେବେ ରାଜ୍ୟ ସଂଗ୍ରହାଳୟରେ ମୋର ପ୍ରାୟ ୭ଫୁଟ ଉଚ୍ଚତାର ଏକ ଟେରାକୋଟାର ରଥଚକ ସ୍ଥାନ ପାଇଛି। ଏହା ମୋ ପାଇଁ ଗର୍ବ । ସେହିପରି ଏକ ନନ୍ଦିଘୋଷ ରଥ ତିଆରି କରିଛି । ମୃତ୍ତିକା ପ୍ରଦର୍ଶନ ମେଳାରେ ମୁଁ ତିଆରି କରିଥିବା ଏହି ଟେରାକୋଟାର ରଥକୁ ଦେଖି ଜଣେ ଏହାର ମୂଲ୍ୟ ପଚାରି ଆଶ୍ଚଯ୍ୟ ହୋଇଯାଇଥିଲେ। କିନ୍ତୁ ଏହାର କାରୁକାର୍ଯ୍ୟ ଦେଖି ଜାଣିଥିଲେ ଯେ ସତରେ ବହୁତ ସମୟ ଲାଗିଥିବ। ଏହି କଳା ପ୍ରଦର୍ଶନ ପାଇଁ ଭୁବନେଶ୍ୱର, ଦିଲ୍ଲୀ, ନାଗପୁର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଭୋପାଳ, ମୁମ୍ବାଇ ଆଦି ସ୍ଥାନରେ ହେଉଥିବା ସେରାମିକ୍‌ ଓ୍ବାର୍କଶପ ଶିବିରରେ ଯୋଗଦେଇଛି। ଏଥିପାଇଁ ରାଜ୍ୟସ୍ତରୀର ହସ୍ତକଳା ପୁରସ୍କାର ଏବଂ ରାଜ୍ୟ ଲଳିତକଳା ଏକାଡେମୀ ପୁରସ୍କାର ସହ ଜୁନିୟର ଫେଲୋଶିପ ପାଇଛି। ତେବେ ସେରାମିକ୍‌ରେ ବିଭିନ୍ନ କଳାକୃତିର ଲୋକପ୍ରିୟତା ଦିନକୁ ଦିନ ବଢୁଥିବା ବେଳେ ଏହି କଳା ପ୍ରତି ନୂତନ ପିଢ଼ିଙ୍କ ଆଗ୍ରହ ବଢୁଛି। ସେରାମିକ୍‌ ହସ୍ତକଳା ଆମ ରାଜ୍ୟର କଳା କାରିଗରି କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।
ଆଉ ଏହି ସେରାମିକ୍‌ ଓ ଟେରାକୋଟା ପାଇଁ ମୁଁ ମୋର ଏକ ପରିଚୟ ତିଆରି କରିପାରିଛି।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

୨୯ରେ ଗଞ୍ଜାମରେ କୃଷ୍ଣସାର ମୃଗ ଗଣନା, କୌଣସି ଫଟୋ କି ତଥ୍ୟ ପ୍ରଘଟ କରିବେ ନାହିଁ ଛାତ୍ରୀଛାତ୍ର

ଭଞ୍ଜନଗର,୨୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଏହି ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ବହୁ ବର୍ଷ ପୂର୍ବେ ଦେଖା ଦେଇଥିଲା।…

ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨୦୨୬ ମସିହାରେ ହେବାକୁ ଯାଉଛି…

ଭୁବନେଶ୍ବର,୨୮।୧: ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ବୟାନ ଦେଇଛନ୍ତି । ୨୦୨୬ ମସିହାରେ ବହୁତ କିଛି ହେବ ବୋଲି କହିଛନ୍ତି ।…

ଦିଗପହଣ୍ଡିରେ ବନ୍ଦ ପ୍ରଭାବ ଶୂନ୍ୟ: ସବୁ ଖୋଲା, ଗାଡ଼ି ଚଳାଚଳ ବି ସ୍ବାଭାବିକ

ଦିଗପହଣ୍ଡି,୨୮ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ଆଖପାଖ ଅଞ୍ଚଳରେ ନବ ନିର୍ମାଣକୃଷକ ସଙ୍ଗଠନ ପକ୍ଷରୁ ବୁଧବାର ଡାକରା ଦିଆଯାଇଥିବା ୮ ଘଣ୍ଟିଆ ବନ୍ଦ ପାଳନ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ବିମାନ ଦୁର୍ଘଟଣାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ: ଦ୍ୱିତୀୟଥର ଅବତରଣବେଳେ…

ପୁଣେ,୨୮।୧: ମହାରାଷ୍ଟ୍ରର ବାରାମତିରେ ବୁଧବାର ସକାଳେ ଏକ ବିମାନ ଦୁର୍ଘଟଣା ଘଟିଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ବିମାନଟି ମୁମ୍ବାଇରୁ…

ସାକ୍ଷୀଗୋପାଳରେ ଓଡ଼ିଶା ବନ୍ଦ: ଯାନବାହନ ଚଳାଚଳ ବାଧାପ୍ରାପ୍ତ

ସାକ୍ଷୀଗୋପାଳ,୨୮ା୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରେ ସାମିଲ ହୋଇ ସତ୍ୟବାଦୀ ବ୍ଲକ କଂଗ୍ରେସ କର୍ମୀମାନେ ବୁଧବାର ରାଜପଥ…

ବିମାନ ଦୁର୍ଘଟଣାରେ ଏହି ୭ ବଡ଼ ନେତାଙ୍କ ଯାଇଛି ଜୀବନ: ଲିଷ୍ଟ୍‌ରେ ୩ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ

ପୁଣେ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗତ ୭ ମାସ ମଧ୍ୟରେ ଦେଶ ବିମାନ ଦୁର୍ଘଟଣାରେ ଆଉ ଜଣେ ବଡ଼ ନେତାଙ୍କୁ…

Ajit Pawar Last Photo: ଅଜିତ ପାଓ୍ବାରଙ୍କ ସେହି ଶେଷ ଫଟୋ, ଫଡନବିସ୍‌ଙ୍କ ସହ କ୍ୟାବିନେଟ୍‌ ବୈଠକରେ ହୋଇଥିଲା ଏହି…

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କର ବୁଧବାର ସକାଳେ ବାରାମତିରେ ଏକ ବିମାନ ଦୁର୍ଘଟଣାରେ ଦେହାନ୍ତ ହୋଇଛି। ଅଜିତ ନିର୍ବାଚନ ପ୍ରଚାର ପାଇଁ ବାରାମତି ଯାଉଥିଲେ। ତାଙ୍କର…

ବନ୍ଦରେ ମଲ ଭିତରେ ହଙ୍ଗାମା: ସାମଗ୍ରୀ ଫୋପାଡ଼ିଲେ…

ବଲାଙ୍ଗୀର,୨୮।୧:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ମିଳିତ ଚାଷୀ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବୁଧବାର ସକାଳେ ପିକେଟିଙ୍ଗ ସମୟରେ ଭାଗିରଥି ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri