Posted inUncategorized

ସେରାମିକ୍‌ ଶିଳ୍ପୀ ସରୋଜ

ଶିଳ୍ପୀଙ୍କ ଯାଦୁକରୀ ହାତର ସ୍ପର୍ଶରେ ଯେକୌଣସି ପଦାର୍ଥ ହୋଇଯାଏ ଆକର୍ଷଣୀୟ। ସେ ପଥର ଶିଳ୍ପୀ ହୁଅନ୍ତୁ କି ମାଟି କାରିଗର। ଏମିତି ଜଣେ କାରିଗରଙ୍କ ହାତରେ ପ୍ରସ୍ତୁତ ହୋଇଥିବା ଟେରାକୋଟା ଓ ସେରାମିକ୍‌ର କଳାକୃତିକୁ ଦେଖିଲେ କେହି ସହଜରେ ଆଖି ଫେରାଇ ପାରିବେ ନାହିଁ। ଟେରାକୋଟା ଓ ସେରାମିକ୍‌ କଳାରେ ନିଆରା ପରିଚୟ ସୃଷ୍ଟି କରିଥିବା ଶିଳ୍ପୀ ହେଲେ ସରୋଜ କୁମାର ରାଉତ। ଯେଉଁଥିତ୍ପାଇଁ ବିଭିନ୍ନ ସଂସ୍ଥାରୁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ନିଜ କଳାକାରିଗରୀ ସମ୍ପର୍କରେ ସରୋଜ କୁହନ୍ତି , କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଳକ ଅନ୍ତର୍ଗତ ବଡ଼କୁଳ ଗ୍ରାମରେ ମୋର ଜନ୍ମ। ବାପା ବଂଶୀଧର ରାଉତ ଜଣେ ସାଧାରଣ କୃଷକ,ମା’ ଚଞ୍ଚଳା ରାଉତ ଗୃହିଣୀ । ଚାଷକାମରେ ହିଁ ପରିବାର ଚଳିଥାଏ। ପିଲାଦିନେ ମାଣବସା ବେଳେ ଘରେ ଝୋଟି ଚିତାକୁ ଦେଖୁଥିଲି। ଝୋଟି ପକାଇବାକୁ ମୋତେ ଭଲ ଲାଗୁଥିଲା। ଗାଁରେ ଖୁଦୁରୁକୁଣୀ ଓଷା ପାଇଁ ଯେଉଁ ମୂର୍ତ୍ତି ଦରକାର ପଡୁଥିଲା ତାକୁ ମୁଁ ତିଆରି କରୁଥିଲି। ଆସ୍ତେଆସ୍ତେ କଳାକାରିଗରି ପ୍ରତି ମୋର ରୁଚି ବଢ଼ିଥିଲା। ଗାଁ ନଦୀରୁ ମାଟି ଆଣି ସେଥିରେ ବିଭିନ୍ନ ପଶୁପକ୍ଷୀ,ଫୁଲଫଳର ଆକୃତି ଓ ଦେବଦେବୀଙ୍କ ମୂର୍ତ୍ତି ଗଢୁଥିଲି । ଡ୍ରଇଁ କାଗଜ ଉପରେ ସବୁଜପତ୍ର ଓ ରଙ୍ଗଣି ଫୁଲରେ ଅଠା ଲଗାଇ ବିଭିନ୍ନ ପ୍ରକାର ଚିତ୍ରାଙ୍କନ କରୁଥିତ୍ଲି। ମୋ ହାତ ତିଆରି ଚିତ୍ରଗୁଡ଼ିକୁ ନେଇ ଘର କାନ୍ଥରେ ଳଗାଉଥିଲି। ଗାଁ ସ୍କୁଲରେ ପଢୁଥିବାବେଳେ ମୋର ଚିତ୍ରାଙ୍କନ ଭଲ ହେଉଥିବାରୁ ଶିକ୍ଷକମାନେ ମୋତେ ଖୁବ୍‌ ପ୍ରଶଂସାକରି କହୁଥିଲେ, ପାଠରେ ନ ହେଲେ ନାହିଁ ଚିତ୍ରରେ ତୁ ଦିନେ ନାଁ କରିବୁ ! ଏହି କଥା ପଦଟି ସବୁବେଳେ ମୋ ମନ ଭିତରେ ରହିଥିଲା। ତେବେ ଦଶମ ଶ୍ରେଣୀ ପଢ଼ା ପରେ ମୋର ପାଠରେ ଡୋରି ବନ୍ଧାହେଲା। ହେଲେ ହସ୍ତକଳାରେ ଶିକ୍ଷାନେବା ପାଇଁ ଭୁବନେଶ୍ୱରକୁ ଆସିଲି। ପୋଡ଼ାମାଟି ହସ୍ତଶିଳ୍ପ ଦେଖିବା ପରେ ଏହି କାମ କରିବା ପାଇଁ ମୋର ଆଗ୍ରହ ବଢ଼ିଲା। ମତେ ଜଣେ ବନ୍ଧୁ ଏଠାରେ ହସ୍ତକଳାରେ ୨ବର୍ଷର ତାଲିମ ପାଇଁ ଟେରାକୋଟା ବିଭାଗରେ ନାମ ଲେଖିବାକୁ କହିଲେ । ତା’ପରେ ଏଠାରୁ ହିଁ ବିଧିବଦ୍ଧ ଭାବେ କଳାକାରିଗରି ଜୀବନ ଆରମ୍ଭ ହେଲା। ଗୁରୁ ସ୍ବର୍ଗତ ଦେବରାଜ ସାହୁ ମୋତେ ପୋଡ଼ା ମାଟିର କଳାକୃତି ଶିକ୍ଷା ଦେଇଥିଲେ। ମାତ୍ର ସେତେବେଳେ ଆମ ଘରର ଆର୍ଥତ୍କ ଅବସ୍ଥା ସ୍ବଚ୍ଛଳ ନ ଥିଲା। ବହୁ ଅଭାବ ମଧ୍ୟରେ ପଢା ସାରିଲି। ଭୁବନେଶ୍ୱରରେ ରହି ଆର୍ଟ ଟ୍ୟୁଶନକରି ରୋଜଗାର କଲି। ମୋ ବଡ଼ଭାଇ ମୁମ୍ବାଇରେ ଏକ କମ୍ପାନୀରେ କାମ କରୁଥିଲେ। ମଝିରେ ମଝିରେ ସେ ମଧ୍ୟ କିଛି ଆର୍ଥତ୍କ ସାହାଯ୍ୟ କରୁଥିଲେ। ଏ ଭିତରେ ଧଉଳି ଚାରୁକଳା ମହାବିଦ୍ୟାଳୟରେ ୫ବର୍ଷ ପଢ଼ିଲି । ସ୍ଥାପତ୍ୟ କଳାରେ ଅଧ୍ୟୟନ କଲି। କିନ୍ତୁ ମୋର ବହୁତ ଇଚ୍ଛା ଥିଲା ସେରାମିକ୍‌ କଳାରେ କାମ କରିବାକୁ। ଅବଶ୍ୟ ସେତେବେଳେ ସେମିତି ବିଶେଷ କିଛି ଏହି ସେରାମିକ୍‌ କଳାରେ ଶିକ୍ଷାର ବ୍ୟବସ୍ଥା ନ ଥିଲା। ଧଉଳିରେ ଥିଲା ଗୋଟିଏ ସେରାମିକ୍‌ର ଷ୍ଟୁଡିଓ। ଅନ୍ୟଟି ଲଳିତକଳା ଆଞ୍ଚଳିକ କେନ୍ଦ୍ରରେ ରହିଥିଲା। ସେରାମିକ ସାଧାରଣ ମାଟିଠାରୁ ଭିନ୍ନ। ଏହାକୁ କିଛି ନିର୍ଦ୍ଦିଷ୍ଟ ତାପମାତ୍ରାରେ ପୋଡ଼ାଯାଇଥାଏ। ସେରାମିକ୍‌ରେ ପୁରୁଣା ଗାଡ଼ି,ଟାଇଟାନିକ ଜାହାଜ, ଡଙ୍ଗା, ଅଟୋ ଟେଲିଫୋନ,ପୁରୁଣା ଟ୍ରେନ୍‌ ଇଞ୍ଜନ , ଡାକୋଡ଼ା ଫ୍ଲାଇଟ୍‌ ଆଦି ୭ଶହରୁ ଊର୍ଦ୍ଧ୍ୱ ବିଭିନ୍ନ କଳାକୃତି ତିଆରି କରିଛି। ତେବେ ରାଜ୍ୟ ସଂଗ୍ରହାଳୟରେ ମୋର ପ୍ରାୟ ୭ଫୁଟ ଉଚ୍ଚତାର ଏକ ଟେରାକୋଟାର ରଥଚକ ସ୍ଥାନ ପାଇଛି। ଏହା ମୋ ପାଇଁ ଗର୍ବ । ସେହିପରି ଏକ ନନ୍ଦିଘୋଷ ରଥ ତିଆରି କରିଛି । ମୃତ୍ତିକା ପ୍ରଦର୍ଶନ ମେଳାରେ ମୁଁ ତିଆରି କରିଥିବା ଏହି ଟେରାକୋଟାର ରଥକୁ ଦେଖି ଜଣେ ଏହାର ମୂଲ୍ୟ ପଚାରି ଆଶ୍ଚଯ୍ୟ ହୋଇଯାଇଥିଲେ। କିନ୍ତୁ ଏହାର କାରୁକାର୍ଯ୍ୟ ଦେଖି ଜାଣିଥିଲେ ଯେ ସତରେ ବହୁତ ସମୟ ଲାଗିଥିବ। ଏହି କଳା ପ୍ରଦର୍ଶନ ପାଇଁ ଭୁବନେଶ୍ୱର, ଦିଲ୍ଲୀ, ନାଗପୁର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଭୋପାଳ, ମୁମ୍ବାଇ ଆଦି ସ୍ଥାନରେ ହେଉଥିବା ସେରାମିକ୍‌ ଓ୍ବାର୍କଶପ ଶିବିରରେ ଯୋଗଦେଇଛି। ଏଥିପାଇଁ ରାଜ୍ୟସ୍ତରୀର ହସ୍ତକଳା ପୁରସ୍କାର ଏବଂ ରାଜ୍ୟ ଲଳିତକଳା ଏକାଡେମୀ ପୁରସ୍କାର ସହ ଜୁନିୟର ଫେଲୋଶିପ ପାଇଛି। ତେବେ ସେରାମିକ୍‌ରେ ବିଭିନ୍ନ କଳାକୃତିର ଲୋକପ୍ରିୟତା ଦିନକୁ ଦିନ ବଢୁଥିବା ବେଳେ ଏହି କଳା ପ୍ରତି ନୂତନ ପିଢ଼ିଙ୍କ ଆଗ୍ରହ ବଢୁଛି। ସେରାମିକ୍‌ ହସ୍ତକଳା ଆମ ରାଜ୍ୟର କଳା କାରିଗରି କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।
ଆଉ ଏହି ସେରାମିକ୍‌ ଓ ଟେରାକୋଟା ପାଇଁ ମୁଁ ମୋର ଏକ ପରିଚୟ ତିଆରି କରିପାରିଛି।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

BCCI ଆଗରେ ଏମିତି ଡିମାଣ୍ଡ ରଖିଲେ ଅଜିତ ଅଗରକର: ହେବ କି ପୂରଣ

ନୂଆଦିଲ୍ଲୀ,୧୯।୩: ଟି୨୦ ବିଶ୍ୱକପରେ ଭାରତର ବିଜୟ ପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବିସିସିଆଇ ସାମ୍ନାରେ ଏକ ଡିମାଣ୍ଡ ରଖିଛନ୍ତି। ଅଗରକର ୨୦୨୭ ଏକଦିବସୀୟ ବିଶ୍ୱକପ ପର୍ଯ୍ୟନ୍ତ…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri