ସ୍ବାସ୍ଥ୍ୟ ସିଇଓ

କୋଭିଡ୍‌-୧୯ ଯୋଗୁ ସମଗ୍ର ବିଶ୍ୱବାସୀ ପ୍ରଭାବିତ ହୋଇଛନ୍ତି। ଭୂତାଣୁ ପ୍ରତିହତ କରିବା ଲାଗି ଟିକା ବାହାରିବାରେ ଲାଗିଲାଣି। କେତେକ ଦେଶରେ ପରୀକ୍ଷାମୂଳକ ଭାବେ ଟିକା ଦିଆଯାଉଛି। ୨୦୨୦ରେ କରୋନା ମହାମାରୀ ରୂପ ନେବା ପରେ ଅନ୍ତର୍ଜାତୀୟ ସ୍ତରରେ ସ୍ବାସ୍ଥ୍ୟ ସମସ୍ୟା ସହ ଆର୍ଥିକ ଚିନ୍ତା ବହୁଗୁଣରେ ବଢ଼ିଯାଇଛି। ଏହି ଭୂତାଣୁ ବଳଶାଳୀ ହେଉଥିବା ବେଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପ୍ରାରମ୍ଭିକ ସମୟରେ ଢିଲା ହୋଇଥିଲା ବୋଲି ଅଭିଯୋଗ ହୋଇଥିଲା। ଚାଇନାର ଉହାନରୁ କରୋନା ଭୂତାଣୁର ଉତ୍ପତ୍ତି ବୋଲି ଯେତେବେଳେ ଜୋରଦାର ଦାବି ହୋଇଥିଲା ସେତେବେଳେ ଡବ୍ଲ୍ୟୁଏଚ୍‌ଓ ଏହାକୁ ସହଜରେ ଗ୍ରହଣ କରି ନ ଥିଲା। ସେଥିପାଇଁ ଏହି ବିଶ୍ୱ ସଙ୍ଗଠନ ନିନ୍ଦିତ ହୋଇଥିଲା। ତେବେ ଡବ୍ଲ୍ୟୁଏଚ୍‌ଓକୁ ସହଯୋଗ କରିବା ଲାଗି ମେ ୨୦୨୦ରେ ପରିପୂରକ ସଂସ୍ଥା ଭାବେ ଗଢ଼ିଉଠିଛି ଡବ୍ଲ୍ୟୁଏଚ୍‌ଓ ଫାଉଣ୍ଡେଶନ। ସୁଇଜରଲାଣ୍ଡ୍‌ର ଜେନେଭାଠାରେ ଏହି ସ୍ବାଧୀନ ଅର୍ଥ ପରିଚାଳନାକାରୀ ସଂସ୍ଥା ଓବ୍ଲ୍ୟୁଏଚ୍‌ଓ ସହ ମିଶି କାର୍ଯ୍ୟ ଆରମ୍ଭ କରିଛି। ଏଥିରେ ପ୍ରଥମ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ଭାରତୀୟ ବଂଶୋଦ୍ଭବ ସ୍ବାସ୍ଥ୍ୟ ବିଶେଷଜ୍ଞ ଅନିଲ ସୋନିଙ୍କୁ ନିଯୁକ୍ତ କରାଯାଇଛି। ସେ ୨୦୨୧ ଜାନୁୟାରୀ ପହିଲାରେ ଦାୟିତ୍ୱ ଗ୍ରହଣ କରିବେ। ଅନିଲଙ୍କୁ ଏଭଳି ବିଶ୍ୱସ୍ତରୀୟ ପଦବୀ ମିଳିବା ପରେ ଭାରତୀୟ ବଂଶୋଦ୍ଭବ ଭାବେ ସ୍ବାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନ୍ୟାନ୍ୟ ବ୍ୟକ୍ତିବିଶେଷକଙ୍କ ସହ ସେ ଯୋଡ଼ି ହୋଇଯାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏବେ ବିବେକ ମୂର୍ତ୍ତି ଆମେରିକାର ସର୍ଜନ ଜେନେରାଲ ଭାବେ ଅବସ୍ଥାପିତ ଥିବା ବେଳେ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ କୋଭିଡ୍‌ ଟାସ୍କଫୋର୍ସରେ କେତେ ଜଣ ଭାରତୀୟ ମୂଳବାସିନ୍ଦା ସ୍ଥାନ ପାଇଛନ୍ତି। ସେହିପରି ଭାରତର ସୌମ୍ୟା ସ୍ବାମୀନାଥନ୍‌ ଡବ୍ଲ୍ୟୁଏଚ୍‌ଓର ମୁଖ୍ୟ ବୈଜ୍ଞାନିକ ଅଛନ୍ତି।
ଅନିଲଙ୍କ କ୍ୟାରିୟର ଦେଖିଲେ ତାଙ୍କର ବିଶ୍ୱ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ୨୦ ବର୍ଷର ଅଭିଜ୍ଞତା ରହିଛି। ସରକାରୀ, ବେସରକାରୀ ଏବଂ ଅଣ-ଲାଭଦାୟକ ସଂସ୍ଥାରେ କାର୍ଯ୍ୟ କରିବା ବେଳେ ସେ ନିମ୍ନ ଓ ମଧ୍ୟମ ଧରଣର ଆୟ କରୁଥିବା ଦେଶର ଲୋକଙ୍କ ନିକଟରେ ସ୍ବାସ୍ଥ୍ୟ ସେବା କିଭଳି ପହଞ୍ଚିବା ସହଜ ହୋଇପାରିବ ସେଥିପ୍ରତି ବିଶେଷ ଧ୍ୟାନ ଦେଇଥାଆନ୍ତି। ଅନ୍ତର୍ଜାତୀୟ ସ୍ତରରେ ନାମକରା ଔଷଧ କମ୍ପାନୀ ‘ଭାଏଟ୍ରିସ୍‌’ର ବିଶ୍ୱ ସଂକ୍ରମଣ ରୋଗର ମୁଖ୍ୟ ଭାବେ ଅନିଲ କାର୍ଯ୍ୟ କରୁଛନ୍ତି। ଏଭଳି ରୋଗ ପ୍ରତିହତ କରିବା ସକାଶେ କେଉଁଭଳି ଅଭିନବ ଚିକିତ୍ସା କରାଯାଇପାରିବ ସେହି ଦିଗରେ ତାଙ୍କ ପଦକ୍ଷେପ ନୂତନତ୍ୱ ଆଣିଛି। କୋଭିଡ୍‌ ସଂକ୍ରମଣ ପରିପ୍ରେକ୍ଷୀରେ ଅନିଲଙ୍କୁ ଡବ୍ଲ୍ୟୁଏଚ୍‌ଓ ଫାଉଣ୍ଡେଶନ୍‌ର ସିଇଓ ଦାୟିତ୍ୱ ଦିଆଯିବା ଉଚିତ ପଦକ୍ଷେପ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଉଛନ୍ତି। ଡବ୍ଲ୍ୟୁଏଚ୍‌ଓ ଫାଉଣ୍ଡେଶନ୍‌ର ପ୍ରତିଷ୍ଠାତା ତଥା ବୋର୍ଡର ଅଧ୍ୟକ୍ଷ ପ୍ରଫେସର ଟମାସ ଜେଲ୍‌ଟନର କହିଛନ୍ତି ଯେ, ଅନିଲଙ୍କ ବିଶ୍ୱ ସ୍ବାସ୍ଥ୍ୟ ସମ୍ପର୍କରେ ଯଥେଷ୍ଟ ଅଭିଜ୍ଞତା ଥିବାରୁ ସେ ଏହାକୁ ବହୁ ଆଗକୁ ନେଇପାରିବେ। ଏପରି କି ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଟେଡ୍‌ରୋସ୍‌ ଅଧାନୋମ୍‌ ଘେବ୍ରେୟେସସ୍‌ ମତ ଦେଇଛନ୍ତି ଯେ, ସେ ଓ ତାଙ୍କ ଟିମ୍‌ କ୍ଲିଣ୍ଟନ୍‌ ହେଲ୍‌ଥ ଆକ୍ସେସ୍‌ ଇନିସିଏଟିଭ୍‌ରେ ଯେତେବେଳେ ଇଥିଓପିଆର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସହ ମିଶି କାର୍ଯ୍ୟ କରୁଥିଲା ସେତେବେଳେ ଅନିଲଙ୍କ ଉତ୍ତମ ସ୍ବାସ୍ଥ୍ୟ ପରିଚାଳନାକୁ ପାଖରୁ ଦେଖିଥିଲେ।
ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ଗ୍ରହଣ କରିବାକୁ ଯାଉଥିବାରୁ ଅନିଲ କହିଛନ୍ତି ଯେ, କୋଭିଡ୍‌-୧୯ ପାଇଁ ଟିକା ପରବର୍ତ୍ତୀ ସ୍ବାସ୍ଥ୍ୟ ଚିନ୍ତାକୁ ପ୍ରାଧାନ୍ୟ ଦିଆଯିବା ଦରକାର। ସ୍ବାସ୍ଥ୍ୟ କ୍ଷେତ୍ରକୁ ଅଗ୍ରାଧିକାର ଦିଆଯାଇ ସେଥିରେ ପୁଞ୍ଜିନିବେଶ କରାଗଲେ ବିଶ୍ୱ ସ୍ବାସ୍ଥ୍ୟ ଦିଗରେ ବ୍ୟାପକ ପରିବର୍ତ୍ତନ ଆସିପାରିବ। ଡବ୍ଲ୍ୟୁଏଚ୍‌ଓ ଫାଉଣ୍ଡେଶନ୍‌ ସେହି ନୂଆ ସୁଯୋଗ ସୃଷ୍ଟି କରିଛି। ଅନ୍ତର୍ଜାତୀୟ ସ୍ତରରେ ସ୍ବାସ୍ଥ୍ୟ କ୍ଷେତ୍ର ସମ୍ମୁଖୀନ ହେଉଥିବା ଆହ୍ବାନକୁ ଦେଖି ବିଶ୍ୱର ପ୍ରତ୍ୟେକ ବ୍ୟକ୍ତି ନିଜର ଯୋଗଦାନ ଦେଇପାରିଲେ ଡବ୍ଲ୍ୟୁଏଚ୍‌ଓ ଆହୁରି ସମୃଦ୍ଧ ହୋଇପାରିବ। ଏଥିଲାଗି ପ୍ରମୁଖ ଅର୍ଥଦାତା ଓ କର୍ପୋରେଟ୍‌ ଜଗତର ଆର୍ଥିକ ସହଯୋଗ ନିତାନ୍ତ ଜରୁରୀ। ଏଚ୍‌ଆଇଭି/ଏଡ୍‌ସ ସହ ଅନ୍ୟାନ୍ୟ ସଂକ୍ରାମକ ରୋଗ ଦ୍ୱାରା ପ୍ରଭାବିତ ହୋଇଥିବା ବର୍ଗକୁ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ସେବା ଯୋଗାଇ ଅନିଲ ସୋନି ଉଦାହରଣ ସୃଷ୍ଟି କରିବା ପରେ ସେ ଅନ୍ୟମାନଙ୍କ ପାଇଁ ଏବେ ଉଦାହରଣ ପାଲଟି ଯାଇଛନ୍ତି।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri