ସେରମ୍‌ର ସିଇଓଙ୍କୁ ଧମକ, ଟୁଇଟ୍‌ କରି ଦେଲେ ସୂଚନା

ଲଣ୍ଡନ,୨।୫: ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ସିଇଓ ଅଦାର ପୁନାଓ୍ବାଲାଙ୍କୁ ଟିକା ଯୋଗାଣ ନେଇ ଧମକ ମିଳୁଥିବା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏହି ଟୁଇଟ୍‌ରେ ସେ ଲେଖିଛନ୍ତି, ଟଙ୍କାଧାରୀ ଏବଂ ଶକ୍ତିଶାଳୀ ଲୋକଙ୍କଠାରୁ ତାଙ୍କୁ ଧମକପୂର୍ଣ୍ଣ କଲ୍‌ ଆସୁଛି। ସମସ୍ତେ ତୁରନ୍ତ ଏହି ଟିକା ଚାହୁଁଛନ୍ତି। ସେମାନେ ବୁଝି ପାରୁନାହାନ୍ତି ପୂରା ଚାପ ମୋ’ କାନ୍ଧରେ ଅଛି। ମୁଁ ଏକାକୀ ସବୁକିଛି କରିପାରିବି ନାହିଁ। ମୋ’ ଉପରେ କେତେ ଚାପ ରହିଛି ତାହା ମୁଁ ପ୍ରକାଶ କରିପାରିବି ନାହିଁ। ଯାହାକି ଅତ୍ୟନ୍ତ ବିରକ୍ତିକର। ଆଶା ଏବଂ ଆକ୍ରୋଶର ସ୍ତର ଅସହ୍ୟ। ସେ ତାଙ୍କ ସ୍ତ୍ରୀ ପଲାଙ୍କ ସହ ରହିବା ପାଇଁ ଲଣ୍ଡନ ଆସିଛନ୍ତି। ଧମକପୂର୍ଣ୍ଣ କଲ୍‌ରୁ ନିସ୍ତାର ପାଇବା ପାଇଁ ସବୁକିଛି ଏଡ଼ାଇ ଯାଇଛନ୍ତି। ଭାରତୀୟ ନାଗରିକଙ୍କ ଉପରେ ପ୍ରତିବନ୍ଧକ ଲଗାଯିବାର ୮ ଦିନ ପୂର୍ବରୁ ସେ ବ୍ରିଟେନରେ ପହଞ୍ଚିଥିଲେ।

ଆସନ୍ତା କିଛିଦିନ ମଧ୍ୟରେ ସେ ଭାରତ ଫେରିଆସିବେ ବୋଲି ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ପୁଣେରେ କୋଭିସିଲ୍ଡର ଉତ୍ପାଦନ ଜୋର୍‌ସୋରରେ ଚାଲିଛି। ସେ ଭାରତ ଫେରିବା ପରେ ଏନେଇ ସମୀକ୍ଷା କରାଯିବ ବୋଲି କହିଛନ୍ତି।

Share