Categories: ଜାତୀୟ

ସିନେମା ହଲରେ ଉପସ୍ଥିତ ରହିବେ ୫୦ ପ୍ରତିଶତ ଦର୍ଶକ

ନୂଆଦିଲ୍ଲୀ,୬ ।୧୦: କେନ୍ଦ୍ର ସରକାରଙ୍କ ଅନ୍‌ଲକ୍‌-୫ ନିୟମ ଅନୁଯାୟୀ ଅକ୍ଟୋବର ୧୫ରେ ଖୋଲିବାକୁ ଯାଉଛି ସିନେମା ହଲ୍ ଓ ଥିଏଟର । ଏବେ ଏହାକୁ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁଅର(ଏସ୍‌ଓପି) ଜାରି କରିଛନ୍ତି । ଏହି ଏସ୍‌ଓପି ଅନୁଯାୟୀ ହଲ୍ ମଧ୍ୟରେ କେବଳ ୫୦ ପତିଶତ ଦର୍ଶକ ସିନେମା ଦେଖିପାରିବେ । ଦୁଇଜଣ ଦର୍ଶକଙ୍କ ମଧ୍ୟରେ ଗୋଟିଏ ସିଟ୍ ଫାଙ୍କା ରହିବ । ଏହାଦ୍ୱାରା ସାମାଜିକ ଦୂରତା ବା ସୋସିଆଲ ଡିଷ୍ଟାନସିଂ ବଜାୟ ରହିବ । ସିନେମା ହଲ୍ ମଧ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏହାସହ ହଲ୍ ମଧ୍ୟରେ କେବଳ ପ୍ୟାକେଟ ଫୁଡ ମିଳିବ ବୋଲି ଏସ୍‌ଓପିରେ କୁହାଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ-୧୯ ଗାଉଡ୍‌ଲାଇନକୁ ହଲ୍ ମାଲିକ ଓ ଦର୍ଶକେ ମାନିବା ବାଧ୍ୟତାମୂଳକ । ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ଅକ୍ଟୋବର ୧୫ରୁ ସିନେମା ହଲ୍‌, ଥିଏଟର ଓ ମଲ୍ଟି ପ୍ଲେକ୍ ଖୋଲିବାକୁ ଯାଉଥିବା ବେଳେ ଏହାଦ୍ୱାରା କରୋନା ଅଧିକ ବ୍ୟାପିବ ବୋଲି ଆଲୋଚନା ହେଉଛି । ହେଲେ କରୋନା ନିୟମ ମାନିଲେ ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ମଧ୍ୟ କୁହାଯାଉଛି । ଅନ୍ୟପଟେ କିଛି ରାଜ୍ୟରେ ଏବେ କରୋନା ପିକ୍‌ରେ ଥିବାରୁ ରାଜ୍ୟ ସରକାର ଅକ୍ଟୋବର ୩୧ ପର୍ଯ୍ୟନ୍ତ ସିନେମା ହଲ୍‌, ମଲ୍ ଆଦି ନ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Share