ଅକ୍ସିଜେନ୍‌ ପରିବହନକୁ ତ୍ୱରାନ୍ବିତ ଲାଗି କେନ୍ଦ୍ରର ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୨।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନର ଅଭାବ ଯୋଗୁ ଆକ୍ରାନ୍ତଙ୍କ ସମେତ ଅନ୍ୟ ରୋଗୀମାନଙ୍କ ସ୍ଥିତି ମଧ୍ୟ ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ଗୁରୁବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ଲାଗି ନିର୍ଦ୍ଦେଶ ଜାରି କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ଅକ୍ସିଜେନ୍‌ ନେଇ ଯାଉଥିବା କୌଣସି ଯାନକୁ ଅଟକା ଯାଇ ପାରିବ ନାହିଁ। ଏହା ଦ୍ୱାରା ଅକ୍ସିଜେନ୍‌ ଯୋଗାଣ ତ୍ୱରାନ୍ବିତ ହୋଇ ପାରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କରୋନା ସଂକ୍ରମଣ ଯୋଗୁ ଦେଶର କେତେକ ରାଜ୍ୟରେ ସୀମା ସିଲ୍‌ ପୂର୍ବକ ଯାନ ବାହାନ ଚଳାଚଳ ଉପରେ କଟକଣା ଲାଗୁ ହୋଇଛି। ମାତ୍ର ଅକ୍ସିଜେନ୍‌ ନେଇ ଯାଉଥିବା ଯାନ ଉପରେ ଏହି କଟକଣା ଅବା କୌଣସି ପ୍ରତିବନ୍ଧକ ଯେପରି ଲାଗୁ ନ ହେବ ସେଥିପ୍ରତି ପରିବହନ ବିଭାଗ ଅଧିକାରୀମାନଙ୍କ୍‌ୁ ଦୃଷ୍ଟି ଦେବାକୁ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।

Share