Categories: ଜାତୀୟ

କେନ୍ଦ୍ରର ସତ୍ୟପାଠ: ଅଧିକାରୀମାନେ ଅସହଯୋଗ କରୁଥିବା ଦିଲ୍ଲୀ ସରକାରଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା…

ନୂଆଦିଲ୍ଲୀ,୬।୧୨ : କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କରି କହିଛନ୍ତି ଯେ, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଜାତୀୟ ରାଜଧାନୀରେ ପ୍ରୋଜେକ୍ଟର କାର୍ଯ୍ୟାନ୍ବୟନରେ ଅଧିକାରୀମାନେ ଅସହଯୋଗ କରୁଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ଶୀର୍ଷକୋର୍ଟରେକେନ୍ଦ୍ରୀୟ ସ୍ବରାଷ୍ଟ୍ର ସଚିବ ଅଜୟ ଭଲ୍ଲା କହିଛନ୍ତି ଯେ ତାଙ୍କୁ ଭୁଲ ପ୍ରମାଣ କରିବାକୁ ଘଟଣାଗୁଡ଼ିକର ବିବରଣୀ ସିସୋଡିଆ ଉପସ୍ଥାପନ କରିବା ଉଚିତ।

ଏହାପୂର୍ବରୁ ସିସୋଡିଆ ଏକ ସତ୍ୟପାଠ ଦାଖଲ କରି କହିଥିଲେ ଯେ, ରାଜ୍ୟର ଏଏପି ସରକାରଙ୍କୁ ଅଧିକାରୀମାନେ ଅସହଯୋଗ କରୁଛନ୍ତି। ଫଳରେ ରାଜ୍ୟରେ ନୀତି ଏବଂ ପ୍ରୋଜେକ୍ଟର କାର୍ଯ୍ୟାନ୍ବୟନ ପଙ୍ଗୁ ପାଲଟି ଯାଇଛି।

ଏହାର ବିରୋଧରେ ସତ୍ୟପାଠ ଦାଖଲ କରି ସ୍ବରାଷ୍ଟ୍ର ସଚିବ କହିଛନ୍ତି ଯେ, ସିସୋଡିଆଙ୍କ ଅଭିଯୋଗ ଯାଞ୍ଚ୍‌ ପାଇଁ ଅସ୍ପଷ୍ଟ ଏବଂ ଅକ୍ଷମ। ବ୍ୟକ୍ତିଗତ ଭୁଲ ସହିତ ମୁକାବିଲା ନକରିବାକୁ ଉଚିତ।

Share