ଅକ୍ସିଜେନ୍ କମ୍ ପାଇଁ ନୁହେଁ ବରଂ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ହୋଇଛି କରୋନା ରୋଗୀଙ୍କ ମୃତ୍ୟୁ!

ନୂଆଦିଲ୍ଲୀ,୨୪ ।୭: ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଉଭୟ ଗୃହରେ କରୋନା ମହାମାରୀକୁ ନେଇ ପରିବେଶ ରହିଥିଲା ସରଗରମ । ବିରୋଧୀ କରୋନାର ଦ୍ୱିତୀୟ ଲହର ସମୟରେ ଅକ୍ସିଜେନ କମ୍ ଯୋଗୁ ରୋଗୀଙ୍କ ମୃତୁୃ ହୋଇଥିବା ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଥିଲେ । ଏହାକୁ ନେଇ କେନ୍ଦ୍ର ସରକାର କହିଥିଲେ ଏପର୍ଯ୍ୟନ୍ତ କୌଣସି ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳ ଅକ୍ସିଜେନ କମ୍ ଯୋଗୁ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇ ନାହାନ୍ତି । ସୂଚନାଯୋଗ୍ୟ, କେନ୍ଦ୍ର ଯେଉଁ ଦାବି କରିଥିଲା କି ତାମିଲନାଡୁରେ ଅକ୍ସିଜେନ କମ୍ ଯୋଗୁ ଜଣେ ବି କରୋନା ରୋଗୀଙ୍କ ମୃତ୍ୟୁ ହୋଇନାହିଁ ଠିକ୍ ଏହାର ଗୋଟିଏ ଦିନ ପରେ ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ବି କହିଥିଲେ କି ରାଜ୍ୟରେ ଅକ୍ସିଜେନ କମ୍ ଯୋଗୁ କରୋନା ରୋଗୀଙ୍କ ମୃତ୍ୟୁ ହୋଇନାହିଁ । ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ଏମ୍‌.ସୁବ୍ରମଣ୍ରମ କହିଥିଲେ କି ଅକ୍ସିଜେନ କମ୍ ଯୋଗୁ ନୁହେଁ ବରଂ ଯାନ୍ତ୍ରୀକ ତ୍ରୁଟି ଯୋଗୁ ୧୯ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଅକ୍ସିଜେନ ବା ଅମ୍ଳଜାନ ପର୍ଯ୍ୟାପ୍ତ ପରିମାଣରେ ରହିଛି ହେଲେ ପର୍ଯ୍ୟାପ୍ତ ପରିମାଣରେ ଔଷଧ ବା ଅକ୍ସିଜେନ୍ ପାଇପ ଅଭାବ ଯୋଗୁ ରୋଗୀଙ୍କ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ, କେନ୍ଦ୍ର ସରକାର କହିଛନ୍ତି କରୋନା ମହାମାରୀ ସମୟରେ ୪,୦୨,୫୧୭ ଅକ୍ସିଜେନ୍ ସିଲିଣ୍ଡର ଯୋଗାଇ ଦିଆଯାଇଛି । ତେଣୁ କୌଣସି ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳରେ ଅକ୍ସିଜେନର ଅଭାବ ପାଇଁ କୌଣସି କରୋନା ରୋଗୀଙ୍କ ମୃତ୍ୟୁ ହୋଇନାହିଁ ।

Share