Posted inଜାତୀୟ

ଏହି ଦୁଇ ସହର ପାଇଁ ମେଟ୍ରୋ ପ୍ରସ୍ତାବ ଖାରଜ କଲେ କେନ୍ଦ୍ର ସରକାର, ଲାଗିଲା ପକ୍ଷପାତିତା ଅଭିଯୋଗ

ନୂଆଦିଲ୍ଲୀ,୧୮।୧୧: କେନ୍ଦ୍ର ସରକାର ତାମିଲନାଡୁର ମଦୁରାଇ ଏବଂ କୋଏମ୍ବାଟୁର ପାଇଁ ଆସିଥିବା ମେଟ୍ରୋ ରେଳ ପ୍ରକଳ୍ପ ପ୍ରସ୍ତାବକୁ ଖାରଜ କରି ଦେଇଛନ୍ତି। କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (MoHUA) ‘ମେଟ୍ରୋ ରେଳ ନୀତି ୨୦୧୭’ ଅନୁଯାୟୀ ସହରର ଜନସଂଖ୍ୟା ମାନଦଣ୍ଡ ପୂରଣ ହେଉନଥିବା ଦର୍ଶାଇ ଏହି ନିଷ୍ପତ୍ତି ନେଇଛି।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମେଟ୍ରୋ ରେଳ ନୀତିରେ କେବଳ ୨୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହରଗୁଡ଼ିକ ପାଇଁ ମେଟ୍ରୋ ପ୍ରଣାଳୀକୁ ଅନୁମତି ଦିଆଯାଇଛି।

କୋଏମ୍ବାଟୁର ମ୍ୟୁନିସିପାଲ୍ କର୍ପୋରେସନ୍ ର ଜନସଂଖ୍ୟା ୧୫.୮୪ ଲକ୍ଷ ଥିବାବେଳେ ସମଗ୍ର ସ୍ଥାନୀୟ ଯୋଜନା କ୍ଷେତ୍ରର ଜନସଂଖ୍ୟା ୨୩.୫ ଲକ୍ଷ ଥିଲା। ମଦୁରାଇ ମ୍ୟୁନିସିପାଲ୍ କର୍ପୋରେସନ୍ ର ଜନସଂଖ୍ୟା ୧୦.୨୦ ଲକ୍ଷ ଏବଂ ସହରାଞ୍ଚଳର ମୋଟ ଜନସଂଖ୍ୟା ୧୪.୭ ଲକ୍ଷ ଥିଲା।

ତାମିଲନାଡୁ ସରକାରୀ ସୂତ୍ରଗୁଡ଼ିକ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେମାନେ ଯୁକ୍ତି ବାଢ଼ିଛନ୍ତି ଯେ, କେନ୍ଦ୍ର ଏହି ୨୦ ଲକ୍ଷର ମାନଦଣ୍ଡ ତଳେ ଥିବା ଅନ୍ୟ ଟାୟର୍ II ସହରରେ ମେଟ୍ରୋ ପ୍ରକଳ୍ପକୁ ଅନୁମୋଦନ କରିଛି।

ଉଦାହରଣସ୍ୱରୂପ, ଆଗ୍ରା (୧୬ ଲକ୍ଷ), ପାଟନା (୧୭ ଲକ୍ଷ) ଏବଂ ଭୋପାଳ (୧୮.୮ ଲକ୍ଷ) ସହରରେ ମଧ୍ୟ ମେଟ୍ରୋ ପ୍ରକଳ୍ପକୁ ସବୁଜ ସଙ୍କେତ ମିଳିଛି।

ଅନ୍ୟ ରାଜ୍ୟର ରାଜଧାନୀ ନ ଥିବା ଟାୟର୍ II ସହର ଯଥା ଉତ୍ତରପ୍ରଦେଶର କାନପୁର, ମହାରାଷ୍ଟ୍ରର ନାଗପୁର ଓ ପୁଣେ, ମଧ୍ୟପ୍ରଦେଶର ଇନ୍ଦୋର ଏବଂ ଗୁଜୁରାଟର ସୁରଟ ପାଇଁ ମଧ୍ୟ ମେଟ୍ରୋ ପ୍ରକଳ୍ପ ଅନୁମୋଦିତ ହୋଇଛି।

ତାମିଲନାଡୁ ଅଧିକାରୀମାନେ ଅଭିଯୋଗ କରିଛନ୍ତି ଯେ, ସମାନ ଜନସଂଖ୍ୟା ବିଶିଷ୍ଟ ଅନ୍ୟ ରାଜ୍ୟର ସହରଗୁଡ଼ିକ ପାଇଁ ଯେଉଁ ନୀତି ପ୍ରୟୋଗ କରାଗଲା, ତାମିଲନାଡୁର ଅଣ-ରାଜଧାନୀ ସହରଗୁଡ଼ିକ ପାଇଁ ସେହି ସମାନ ବିଚାର କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri