Posted inଜାତୀୟ

ଗିଗ୍ ୱର୍କର୍ସଙ୍କ ପାଇଁ ଖୁସି ଖବର: କେନ୍ଦ୍ର ସରକାର ଆଣିଲେ ସୁରକ୍ଷା ନିୟମ

ନୂଆଦିଲ୍ଲୀ,୨।୧: ସ୍ୱଳ୍ପକାଳୀନ କିମ୍ବା ଚୁକ୍ତିଭିତ୍ତିକ କାର୍ଯ୍ୟ କରୁଥିବା ‘ଗିଗ୍ ୱର୍କର୍ସ’ ମାନଙ୍କ ପାଇଁ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ସରକାର “ସୋସିଆଲ ସିକ୍ୟୁରିଟି (ସେଣ୍ଟ୍ରାଲ) ରୁଲ୍ସ, ୨୦୨୫” ର ଚିଠା ନିୟମ ଜାରି କରିଛନ୍ତି। ଏହାଦ୍ୱାରା ଅନଲାଇନ୍ ଡେଲିଭରି ଏଜେଣ୍ଟ ଏବଂ ରାଇଡ୍-ହେଲିଂ ସେବା ପ୍ରଦାନକାରୀଙ୍କ ଭଳି ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ମିଳିପାରିବ।

ଡ୍ରାଫ୍ଟ ନିୟମର ୧୦ଟି ପ୍ରମୁଖ ପଏଣ୍ଟ ରହିଛି:
ଯୋଗ୍ୟତା: ଯଦି ଜଣେ କର୍ମଚାରୀ ଗୋଟିଏ କମ୍ପାନୀ ସହ ଅତିକମରେ ୯୦ ଦିନ କାମ କରିଛନ୍ତି, ତେବେ ସେ ସ୍ୱାସ୍ଥ୍ୟ ଓ ଜୀବନ ବୀମା ଭଳି ସୁବିଧା ପାଇବାକୁ ଯୋଗ୍ୟ ହେବେ।

ଏକାଧିକ ସଂସ୍ଥାରେ କାର୍ଯ୍ୟ: ଯେଉଁମାନେ ଏକାଧିକ ସଂସ୍ଥାରେ କାମ କରୁଛନ୍ତି, ସେମାନଙ୍କ ପାଇଁ ବର୍ଷକୁ ଅତିକମରେ ୧୨୦ ଦିନ କାର୍ଯ୍ୟ କରିବା ବାଧ୍ୟତାମୂଳକ।

କାର୍ଯ୍ୟ ଦିବସର ଗଣନା: ଯେଉଁ ଦିନରୁ କର୍ମଚାରୀ ରୋଜଗାର ଆରମ୍ଭ କରିବେ, ସେହି ଦିନକୁ କାର୍ଯ୍ୟ ଦିବସ ଭାବେ ଗଣାଯିବ। ଆୟର ପରିମାଣ ଯାହା ହେଉ ନା କାହିଁକି, ଏହା ଯୋଗ୍ୟତା ପାଇଁ ଗ୍ରହଣୀୟ ହେବ।

ଦିନକୁ ଏକାଧିକ ଗଣନା: ଯଦି ଜଣେ ଶ୍ରମିକ ଗୋଟିଏ ଦିନରେ ୩ଟି ଭିନ୍ନ ସଂସ୍ଥା ପାଇଁ କାମ କରନ୍ତି, ତେବେ ତାହାକୁ ୩ଟି କାର୍ଯ୍ୟ ଦିବସ ଭାବେ ଗଣନା କରାଯିବ।

ପଞ୍ଜିକରଣ: ୧୬ ବର୍ଷରୁ ଅଧିକ ବୟସ୍କ ସମସ୍ତ ଗିଗ୍ ୱର୍କର୍ସଙ୍କୁ ଆଧାର କାର୍ଡ ମାଧ୍ୟମରେ ପଞ୍ଜିକରଣ କରିବାକୁ ପଡ଼ିବ।

ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (UAN): ସମ୍ପୃକ୍ତ କମ୍ପାନୀଗୁଡ଼ିକ କର୍ମଚାରୀଙ୍କ ସୂଚନା ସରକାରୀ ପୋର୍ଟାଲରେ ଦେବେ, ଯାହାଦ୍ୱାରା ସେମାନଙ୍କୁ ଏକ Unique ID କିମ୍ବା UAN ପ୍ରଦାନ କରାଯିବ।

ପରିଚୟ ପତ୍ର: ସମସ୍ତ ପଞ୍ଜିକୃତ କର୍ମଚାରୀଙ୍କୁ ଫଟୋ ଥିବା ଡିଜିଟାଲ୍ କିମ୍ବା ଫିଜିକାଲ୍ ପରିଚୟ ପତ୍ର ମିଳିବ, ଯାହାକୁ ପୋର୍ଟାଲରୁ ଡାଉନଲୋଡ୍ କରାଯାଇପାରିବ।

ସାମାଜିକ ସୁରକ୍ଷା ପାଣ୍ଠି: କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ପାଣ୍ଠି ଗଠନ କରିବେ। ଏହି ପାଣ୍ଠିରେ କମ୍ପାନୀଗୁଡ଼ିକରୁ ଆଦାୟ ହେଉଥିବା ଅର୍ଥ ଗିଗ୍ ୱର୍କର୍ସଙ୍କ କଲ୍ୟାଣ ପାଇଁ ବ୍ୟୟ ହେବ।

ସୁବିଧା ଶେଷ ହେବା: କର୍ମଚାରୀଙ୍କ ବୟସ ୬୦ ବର୍ଷ ହେଲେ କିମ୍ବା ସେ ନିର୍ଦ୍ଧାରିତ ଦିନ ପର୍ଯ୍ୟନ୍ତ କାର୍ଯ୍ୟ ନକଲେ ଏହି ସୁବିଧା ବନ୍ଦ ହୋଇଯିବ।

ପ୍ରତିନିଧିତ୍ୱ: ନ୍ୟାସନାଲ ସୋସିଆଲ ସିକ୍ୟୁରିଟି ବୋର୍ଡରେ ଗିଗ୍ ୱର୍କର୍ସଙ୍କ ପକ୍ଷରୁ ୫ ଜଣ ସଦସ୍ୟ ପ୍ରତିନିଧିତ୍ୱ କରିବେ, ଯେଉଁମାନଙ୍କୁ ସରକାର ମନୋନୀତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ହାତକୁ ଦି’ ହାତ ହେଲେ IIT ବାବା: ଜାଣନ୍ତୁ କାହାକୁ ବାଛିଲେ ଜୀବନସାଥୀ

ଧର୍ମଶାଳା,୬।୪: ପ୍ରୟାଗରାଜ ମହାକୁମ୍ଭ ସମୟରେ ନିଜର ଅନନ୍ୟ ଶୈଳୀ ଏବଂ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ପାଇଁ ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଆଇଆଇଟିଏନ ବାବା ଓରଫ୍‌ ଅଭୟ…

ପିସିଏସ ଅଧିକାରୀ ଜ୍ୟୋତି-ଆଲୋକଙ୍କ ବିବାଦରେ ନୂଆମୋଡ଼: ସ୍ତ୍ରୀ ଅଫିସର ହେବାପରେ ସଫେଇ କର୍ମଚାରୀ ସ୍ବାମୀଙ୍କୁ ଯାଇଥିଲେ ଭୁଲି, ଏବେ…

ଲକ୍ଷ୍ନୌ,୬।୪: ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟ ଏବଂ ତାଙ୍କ ସ୍ବାମୀ ଆଲୋକ ମୌର୍ଯ୍ୟ ନାମକ ଜଣେ ସଫେଇ କର୍ମଚାରୀଙ୍କ ମଧ୍ୟରେ ଦୀର୍ଘ ଦିନର…

ରାଜ୍ୟ ସଭାରେ ଶପଥ ନେଲେ ଓଡ଼ିଶାର ନବ ନିର୍ବାଚିତ ଏମପି, ଓଡ଼ିଆରେ କହିଲେ ମୁଁ….

ଭୁବନେଶ୍ବର,୬ା୪: ରାଜ୍ୟ ସଭାରେ ସୋମବାର ଓଡ଼ିଶାର ନବ ନିର୍ବାଚିତ ଏମପି ଶପଥ ନେଇଛନ୍ତି । ଓଡ଼ିଶାରୁ ୩ ଏମପି ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ…

ଭାରତକୁ ସାହାଯ୍ୟ ମାଗିଲା ଇରାନ, ଏହି ବ୍ୟକ୍ତି ବଢାଇଲେ ଏମିତି ସହଯୋଗର ହାତ ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୬।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ସାରା ବିଭିନ୍ନ ରାଜ୍ୟର ଲୋକମାନେ ଯୁଦ୍ଧ ଦ୍ୱାରା ପ୍ରଭାବିତ ଇରାନୀ ନାଗରିକମାନଙ୍କୁ ସହାୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri