Posted inଜାତୀୟ

ଆଇନ ପ୍ରତ୍ୟାହାରକୁ କେନ୍ଦ୍ରର ନା

ନୂଆଦିଲ୍ଲୀ, ୯।୧: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ଦେଢ଼ ମାସ ହେଲା ଜାରି ରହିଥିବାବେଳେ ଶୁକ୍ରବାର ସରକାର ଓ କୃଷକ ସଂଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା ବିନା ନିଷ୍କର୍ଷରେ ଶେଷ ହୋଇଛି। କୃଷି ଆଇନ ପ୍ରତ୍ୟାହାର ହେବନି ବୋଲି ସରକାର ସ୍ପଷ୍ଟ କରିଦେଇଛନ୍ତି। ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ନେତାମାନେ ଅଟଳ ରହିବାରୁ ଆନ୍ଦୋଳନ ଜନିତ ଅଚଳାବସ୍ଥା ଦୂର କରିବା ଲାଗି କୌଣସି ସମାଧାନ ସୂତ୍ର ବାହାରି ପାରିଲାନି ବୋଲି ବୈଠକ ଶେଷରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି।
ସରକାର ୩ ବିବାଦୀୟ ଆଇନ ପ୍ରତ୍ୟାହାର କଲା ପରେ ସେମାନେ ଆନ୍ଦୋଳନ ସ୍ଥଳରୁ ଘରକୁ ଫେରିବେ ବୋଲି ଚାଷୀ ନେତାମାନେ ରୋକଠୋକ୍‌ ଶୁଣାଇଥିଲେ। ତେବେ ସରକାର ଆଇନ ପ୍ରତ୍ୟାହାର କରିବାକୁ ମନା କରିବା ସହ ଏହାର କେତେକ ଧାରାରେ ସଂଶୋଧନ କରିବାକୁ ଚାହାନ୍ତି ବୋଲି କହିଥିଲେ। ଦେଶର ଅଧିକାଂଶ ସଂଗଠନ କୃଷି ସଂସ୍କାରକୁ ସମର୍ଥନ କରୁଥିବାରୁ ଆଇନ ପ୍ରତ୍ୟାହାର ହେବନି ବୋଲି ତୋମାର କହିଛନ୍ତି।
ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ଏହି ବୈଠକରେ କୃଷିମନ୍ତ୍ରୀ ତୋମାରଙ୍କ ସମେତ ରେଲଓ୍ବେ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ତଥା ପଞ୍ଜାବ ଏମ୍‌ପି ସୋମ ପ୍ରକାଶ ଏବଂ ଚାଷୀ ସଂଗଠନରୁ ୪୧ ଜଣ ପ୍ରତିନିଧି ଯୋଗଦେଇଥିଲେ। ଦୁଇଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଆଲୋଚନା ସତ୍ତ୍ୱେ କୌଣସି ନିଷ୍ପତ୍ତି ହୋଇପାରି ନ ଥିଲା। ୧୫ ତାରିଖରେ ପରବର୍ତ୍ତୀ ପର୍ଯ୍ୟାୟ ବୈଠକ କରିବାକୁ ସ୍ଥିର ହୋଇଛି। ସେଦିନ କୃଷକ ନେତାମାନେ ବିକଳ୍ପ ପ୍ରସଙ୍ଗରେ ଆଲୋଚନା କରିବା ନେଇ ସରକାର ଆଶାବାଦୀ ଅଛନ୍ତି।
ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟରେ ପିଟିଶନର ବିଚାର ଚାଲିଥିବାବେଳେ ଚାଷୀମାନଙ୍କୁ ଅଦାଲତ ଯିବା ଲାଗି ସରକାର ପ୍ରସ୍ତାବ ଦେଲେ କି ବୋଲି ପ୍ରଶ୍ନ ହେବାରୁ ତୋମାର ମନା କରିଥିଲେ। ତେବେ ସୁପ୍ରିମକୋର୍ଟ ଯେଉଁ ନିଷ୍ପତ୍ତି ନେବେ ସରକାର ତାହାକୁ ମାନିନେବେ ବୋଲି ସେ କହିଥିଲେ। ସୁପ୍ରିମକୋର୍ଟରେ ୧୧ ତାରିଖରେ କୃଷି ଆଇନ ଉପରେ ଶୁଣାଣି ଥିବାରୁ ୧୫ ତାରିଖରେ ପରବର୍ତ୍ତୀ ବୈଠକ କରିବାକୁ ନିଷ୍ପତ୍ତି ହୋଇଥିଲା।
କେନ୍ଦ୍ର ଓ କୃଷକ ସଂଗଠନ ମଧ୍ୟରେ ୮ ଥର ଆଲୋଚନା ବିଫଳ ହେଲାଣି। ସରକାର ସମାଧାନ ଚାହୁଁ ନ ଥିବା କୃଷକ ନେତାମାନେ କହିଛନ୍ତି। ବୈଠକର ଘଣ୍ଟାଏ ପରେ ୩ ମନ୍ତ୍ରୀ ବାହାରକୁ ଯାଇ ପରସ୍ପର ମଧ୍ୟରେ ଆଲୋଚନା କରିଥିଲେ। କୃଷକ ସଂଗଠନ ନେତାମାନେ ‘ଜିତେଙ୍ଗେ ୟା ମରେଙ୍ଗେ’ ଲେଖାଥିବା କାଗଜ ଧରି ନୀରବରେ ବସି ରହିଥିଲେ। ସେମାନେ ମଧ୍ୟାହ୍ନ ଭୋଜନ କରିବାକୁ ଯାଇ ନ ଥିଲେ। ବୈଠକ ପୂର୍ବରୁ ତୋମାର ବରିଷ୍ଠ ଭାଜପା ନେତା ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟିଥିଲେ। ଏହା ପୂର୍ବରୁ ଜାନୁୟାରୀ ୪ରେ ଅନୁଷ୍ଠିତ ସପ୍ତମ ପର୍ଯ୍ୟାୟ ଆଲୋଚନା ମଧ୍ୟ ଅନୁରୂପ ଭାବେ ବିନା ନିଷ୍କର୍ଷରେ ଶେଷ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri