Categories: ଜାତୀୟ

ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ରାଶନ କାର୍ଡ ଦିଅ

ନୂଆଦିଲ୍ଲୀ,୩।୬: ବାସହୀନ, ଜରି ଗୋଟାଳି, ହକର ଏବଂ ରିକ୍ସା ଚାଳକଙ୍କ ଭଳି ସମାଜର ଆର୍ଥତ୍କ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଚିହ୍ନଟ କରି ଜାତୀୟ ଖାଦ୍ୟ ନିରାପତ୍ତା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଅଧୀନରେ ତୁରନ୍ତ ରାଶନ କାର୍ଡ ଦିଆଯାଉ। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଗୁରୁବାର ଏଭଳି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।

ମହାମାରୀ ସଙ୍କଟ କାଳରେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ ଖାଦ୍ୟ ଅତି ଜରୁରୀ ହୋଇଥିବା ବେଳେ ରାଶନ କାର୍ଡ ନ ଥିବାରୁ ସେମାନେ ଏଥିରୁ ବଞ୍ଚତ୍ତ ହେଉଛନ୍ତି। ଏଭଳି କେତେକ ରିପୋର୍ଟ ପ୍ରକାଶ ପାଇବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପରୋକ୍ତ ନିର୍ଦ୍ଦେଶନାମା ଜାରି ହୋଇଛି। ବର୍ତ୍ତମାନ ସୁଦ୍ଧା ୧୪ ରାଜ୍ୟ ସେମାନଙ୍କ କୋଟା ପୂରଣ କରିଛନ୍ତି।

Share