Posted inଜାତୀୟ

ଅଗ୍ନିବୀରଙ୍କୁ ବଡ଼ ଉପହାର: ମିଳିବ ୧୦ ପ୍ରତିଶତ ଆରକ୍ଷଣ

ନୂଆଦିଲ୍ଲୀ,୧୦।୩: ଅଗ୍ନିପଥ ଯୋଜନା ଅନ୍ତର୍ଗତ ନୂତନ ନିଯୁକ୍ତି ପ୍ରକ୍ରିୟାରେ ଭାରତୀୟ ସେନାରେ ଯୋଗଦେଉଥିବା ଅଗ୍ନିବୀରମାନଙ୍କୁ କେନ୍ଦ୍ର ସରକାର ହୋଲି ଉପରେ ଏକ ବଡ ଉପହାର ଦେଇଛନ୍ତି। ପୂର୍ବତନ-ଅଗ୍ନିବୀରଙ୍କ ପାଇଁ ବିଏସଏଫରେ ଖାଲିଥିବା ପଦବୀରେ କେନ୍ଦ୍ର ସରକାର ୧୦ ପ୍ରତିଶତ ସଂରକ୍ଷଣ ଘୋଷଣା କରିଛନ୍ତି।
ଏହା ସହିତ, ଅଗ୍ନିବୀରଙ୍କୁ ବୟସ ସୀମା ମାନଦଣ୍ଡରେ ଆରାମ ପ୍ରଦାନ କରାଯିବ। କିନ୍ତୁ ଏହା ଅଗ୍ନିବୀର ପ୍ରଥମ ବ୍ୟାଚ କିମ୍ବା ପରବର୍ତ୍ତୀ ବ୍ୟାଚର ଅଂଶ କି ନୁହେଁ ତାହା ଉପରେ ନିର୍ଭର କରେ। ମାର୍ଚ୍ଚ ୬ରେ ଗୃହ ମନ୍ତ୍ରଣାଳୟ ମଧ୍ୟ ବିଜ୍ଞପ୍ତି ଜାରି କରି ଏ ସମ୍ପର୍କରେ ଘୋଷଣା ଆଦେଶକୁ ଅନୁମୋଦନ କରିଛି।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତିରେ ଘୋଷଣା କରାଯାଇଛି ଯେ, ପ୍ରଥମ ବ୍ୟାଚ ଅଗ୍ନବୀର ନିଯୁକ୍ତିରେ ପାସ କରିଥିବା ୨୫ ପ୍ରତିଶତ ପ୍ରାର୍ଥୀଙ୍କୁ ସିଧାସଳଖ ସେନାରେ ସ୍ଥାୟୀ ଚାକିରି ଦିଆଯିବ। ଅବଶିଷ୍ଟ ୭୫ ପ୍ରତିଶତ ଅଗ୍ନିବୀର ପ୍ରାର୍ଥୀଙ୍କୁ ବିଭିନ୍ନ ସେନା ୟୁନିଟ, ପୋଲିସ ନିଯୁକ୍ତି, କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ଇତ୍ୟାଦିରେ ନିଯୁକ୍ତି ଦିଆଯିବ। ଏହା ବ୍ୟତୀତ ଅନ୍ୟାନ୍ୟ ଅନେକ ସୁବିଧା ମଧ୍ୟ ଉପଲବ୍ଧ ହେବ।
ବିଜ୍ଞପ୍ତି ଅନୁଯାୟୀ, ଅବଶିଷ୍ଟ ୭୫ ପ୍ରତିଶତ ପ୍ରାର୍ଥୀ, ଯେଉଁମାନେ ଅନ୍ୟ ସାମରିକ ବାହିନୀରେ ଆବେଦନ କରିବାକୁ ଇଚ୍ଛୁକ, ଏହି ବିଜ୍ଞପ୍ତି ଅନୁଯାୟୀ ସୀମା ସୁରକ୍ଷା ବଳ ଅର୍ଥାତ୍‌ ବିଏସଏଫ (ପୂର୍ବତନ-ଅଗ୍ନିବୀର ବିଏସଏଫ ନିଯୁକ୍ତି)ରେ ୧୦ ପ୍ରତିଶତ ସଂରକ୍ଷଣ ବ୍ୟତୀତ, ପ୍ରଥମ ବ୍ୟାଚରେ ସମସ୍ତ ବର୍ଗର ପ୍ରାର୍ଥୀଙ୍କୁ ବୟସ ସୀମା ନିୟମରେ ପାଞ୍ଚ ବର୍ଷର ଆରାମ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri