‘ବଜେଟରେ ଚାଷୀଙ୍କୁ ଠକିଛି କେନ୍ଦ୍ର’

ବରଗଡ଼ ଅଫିସ୍‌,୮।୨: କେନ୍ଦ୍ର ସରକାର ୨୦୨୩-୨୪ ବର୍ଷ ପାଇଁ ଆଗତ କରିଥିବା ବଜେଟ୍‌ରେ ଚାଷୀଙ୍କୁ ଠକିଛି ବୋଲି ବିଜେଡି ଅଭିଯୋଗ କରିଛି। ବରଗଡ଼ର ଏକ ହୋଟେଲରେ ମଙ୍ଗଳବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ବିଜେଡି ରାଜ୍ୟ ଉପସଭାପତି ତଥା ପୂର୍ବତନ ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ୨୦୨୧-୨୨ ବର୍ଷ ଖାଦ୍ୟ ସଂଗ୍ରହ ବାବଦରେ ହୋଇଥିବା ବ୍ୟୟ ବରାଦ ତୁଳନାରେ ୨୦୨୩-୨୪ ବର୍ଷ ପାଇଁ ଆଗତ ବଜେଟ୍‌ରେ ୨୦ହଜାର କୋଟି ଟଙ୍କା ହ୍ରାସ କରାଯାଇଛି। ଏହା ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ନୀତିକୁ ସ୍ପଷ୍ଟ ପ୍ରମାଣିତ କରୁଛି ବୋଲି ସେ କହିଛନ୍ତି। କେବଳ ସେତିକି ନୁହେଁ, ଓଡ଼ିଶାରୁ କେନ୍ଦ୍ର କିଣୁଥିବା ଚାଉଳର ପରିମାଣକୁ ମଧ୍ୟ କେନ୍ଦ୍ର ୮୦ଭାଗ କମାଇ ଦେଇ ଚାଷୀଙ୍କୁ ମରଣଯନ୍ତାକୁ ଠେଲି ଦେଇଛି। ଏହାଦ୍ୱାରା ବିଶେଷକରି ଧାନ ଉତ୍ପାଦନ ଏବଂ ଚାଉଳ ସଂଗ୍ରହରେ ପ୍ରମୁଖ ଭୂମିକା ନେଇଥିବା ପଶ୍ଚିମ ଓଡ଼ିଶାର ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେବେ। ଗୋଟିଏ ପଟେ ଖାଦ୍ୟ ସଂଗ୍ରହ ବାବଦକୁ ବ୍ୟୟ ବରାଦ କମାଇବା ଏବଂ ଅନ୍ୟପଟେ ଚାଉଳ ସଂଗ୍ରହ ପରିମାଣକୁ ମଧ୍ୟ ଯଥେଷ୍ଟ ହ୍ରାସ କରିଥିବା ଯୋଗୁ ରାଜ୍ୟରେ ଧାନ ସଂଗ୍ରହ ଗୁରୁତର ବାଧାପ୍ରାପ୍ତ ହେବ ବୋଲି ଆଚାର୍ଯ୍ୟ କହିଛନ୍ତି ।
ସେହିପରି ଭଟଲି ବିଧାୟକ ସୁଶାନ୍ତ ସିଂ କହିଥିଲେ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଅତିକମ୍‌ରେ କୁଇଣ୍ଟାଲ ପ୍ରତି ୨୯୩୦ ଟଙ୍କା ଧାର୍ଯ୍ୟ କରିବା ପାଇଁ ଓଡ଼ିଶା ବିଧାନସଭାର ସର୍ବଦଳୀୟ ଓ ସର୍ବସମ୍ମତ ପ୍ରସ୍ତାବକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରି ଚାଷୀ ବିରୋଧୀ ନୀତିକୁ ପ୍ରମାଣିତ କରିଦେଇଥିଲେ। ଏବେ ପୁଣି ଧାନ ସଂଗ୍ରହ ବାବଦକୁ ୨୦ହଜାର କୋଟି ଟଙ୍କାର ବ୍ୟୟବରାଦ କମାଇ ଦେବା ଚାଷୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଉଗ୍ର ଚାଷୀ ବିରୋଧୀ ନୀତିକୁ ସୂଚାଉଛି ବୋଲି ସିଂ କହିଥିଲେ। ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ କହିଥିଲେ, କେନ୍ଦ୍ର ସରକାରଙ୍କ ତରଫରୁ ଭାରତୀୟ ଖାଦ୍ୟ ନିଗମ ଓଡ଼ିଶାରୁ ହାରାହାରି ୧୮ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଉଥିବା ସ୍ଥଳେ ଚଳିତ ୨୦୨୨-୨୩ ବର୍ଷରେ ତାହାକୁ ୮୦ ଭାଗ କମାଇ ଦେଇ ମାତ୍ର ୪ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ କରିବାକୁ ଭାରତୀୟ ଖାଦ୍ୟ ନିଗମକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ବରଗଡ଼ ଜିଲାରେ ୪ଲକ୍ଷ ମେଟ୍ରିକ ଟନ ଚାଉଳ ଭାରତୀୟ ଖାଦ୍ୟ ନିଗମ ସଂଗ୍ରହ କରିଥାଏ। କେନ୍ଦ୍ର ସରକାରଙ୍କ ସେଭଳି ନିଷ୍ପତ୍ତି ଯୋଗୁ ଚାଷୀମାନେ କ୍ଷତିଗ୍ରସ୍ତ ହେବେ। ଚାଷୀଙ୍କ ଆୟକୁ ୨ଗୁଣା କରିବା ପାଇଁ ନାରା ଦେଉଥିବା କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ଚାଷୀଙ୍କ ପ୍ରତି କେନ୍ଦ୍ରର ଆନ୍ତରିକତାକୁ ପଦାରେ ପକାଇ ଦେଇଛି ବୋଲି ବିଧାୟକ ଆଚାର୍ଯ୍ୟ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri