Posted inଜାତୀୟ

୭,୨୦୦ କୋଟିର ବିରଳ ମୃତ୍ତିକା ଯୋଜନାକୁ କେନ୍ଦ୍ରର ମଞ୍ଜୁରୀ

ନୂଆଦିଲ୍ଲୀ,୨୭ା୧୧: ବିରଳ ମୃତ୍ତିକା ସ୍ଥାୟୀ ଚୁମ୍ବକ (ଆର୍‌ଇପିଏମ୍‌) ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ୭,୨୦୦ କୋଟି ଟଙ୍କାର ଏକ ଯୋଜନାକୁ କେନ୍ଦ୍ର ସରକାର ବୁଧବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସି ସିଣ୍ଟର୍‌ଡ ରେଆର୍‌ ଆର୍ଥ ପର୍ମାନେଣ୍ଟ ମ୍ୟାଗ୍‌ନେଟ୍‌ ଉତ୍ପାଦନ ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁରୀ ଦିଆଯାଇଛି। ବାର୍ଷିକ ୬,୦୦୦ ମେଟ୍ରିକ୍‌ ଟନ୍‌ ସାମର୍ଥ୍ୟ ସୃଷ୍ଟିକରିବା ଲକ୍ଷ୍ୟ ରହିଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି। ବିଦ୍ୟୁତ୍‌ଚାଳିତ ଯାନ, ଏରୋସ୍ପେସ୍‌, ଇଲେକ୍ଟ୍ରୋନିକ୍ସ, ଡାକ୍ତରୀ ଉପକରଣ ଏବଂ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନକାରୀ ବୃହତ୍‌ ଶିଳ୍ପସଂସ୍ଥାରେ ବିରଳ ମୃତ୍ତିକା ଚୁମ୍ବକ ଆବଶ୍ୟକ ହୋଇଥାଏ।
ଭାରତ ଆର୍‌ଇପିଏମ୍‌ ପାଇଁ ବିଦେଶରୁ ଆମଦାନୀ ଉପରେ ନିର୍ଭର କରୁଛି। ଏହି ଯୋଜନା ଦ୍ୱାରା ଭାରତ ପ୍ରଥମ ସମନ୍ବିତ ଆର୍‌ଇପିଏମ୍‌ ଉତ୍ପାଦନ କାରଖାନା ବସାଇବା ସହ ନିଯୁକ୍ତି ସୃଷ୍ଟି କରିବ। ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି ପାଇଁ ଆମଦାନୀ ଉପରୁ ନିର୍ଭରଶୀଳତା ହ୍ରାସ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ। ଏଥିସହିତ କେନ୍ଦ୍ର କ୍ୟାବିନେଟ୍‌ ୨,୭୮୧ କୋଟି ଟଙ୍କା ବ୍ୟୟରେ ଗୁଜରାଟରେ ଦ୍ୱାରକ-କନଲୁସ୍‌ ରେଳଲାଇନ୍‌ର ଦୋହରୀକରଣ ଏବଂ ମୁମ୍ବାଇ ମେଟ୍ରୋପଲିଟାନ ଅଞ୍ଚଳର ବଦଲାପୁର ଏବଂ କରଜାତ ମଧ୍ୟରେ ତୃତୀୟ ଏବଂ ଚତୁର୍ଥ ଲାଇନ ନିର୍ମାଣ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ, ଯୁଦ୍ଧକୁ ଡେଇଁଲା ରୁଷିଆ!

ମସ୍କୋ,୭।୩: ଆମେରିକା-ଇସ୍ରାଏଲ ଯୁଦ୍ଧରେ ରୁଷିଆ ଇରାନକୁ ସହାୟତା କରୁଛି। ଦି ୱାଶିଂଟନ ପୋଷ୍ଟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ରୁଷିଆ ଇରାନକୁ ଆମେରିକୀୟ ସାମରିକ ଘାଟି…

ବିଜୟ ଦେବରକୋଣ୍ଡାଙ୍କ ପ୍ରେମ ଆଗରେ ହାରିଗଲେ ରୋନାଲ୍ଡୋ-ମେସି, ଫୁଟବଲ ଖେଳାଳିଙ୍କ ରେକର୍ଡ ଭାଙ୍ଗିଲେ ‘ବିରୋଶ’

ଚେନ୍ନାଇ,୭।୩: ୨୬ ଫେବୃଆରୀରେ ଉଦୟପୁରରେ ଅନୁଷ୍ଠିତ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ ଏକ ବିରାଟ କାର୍ଯ୍ୟକ୍ରମଠାରୁ କମ ନଥିଲା। ସେମାନଙ୍କ ବିବାହ ପୂର୍ବ କାର୍ଯ୍ୟକ୍ରମଠାରୁ…

ଉପମୁଖ୍ୟମନ୍ତ୍ରୀ ଯାଉଥିବା ହେଲିକପ୍ଟରରୁ ବାହାରିଲା ଧୂଆଁ: ଆଉ ତା’ପରେ…

ଲକ୍ଷ୍ନୌ,୭।୩: ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ହେଲିକପ୍ଟରକୁ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। କୌଶାମ୍ବୀ ଅଭିମୁଖେ ଯାଉଥିବା ସମୟରେ ହେଲିକପ୍ଟରଟି ହଠାତ୍‌…

ଭାରତକୁ ପଶିଲା ଇରାନୀ ଜାହାଜ, ଆମେରିକାରେ ବାଜିଲା ସାଇରନ!

ନୂଆଦିଲ୍‌ଲୀ,୭।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଖରାପ ହେଉଛି। ସମ୍ପ୍ରତି ଭାରତରୁ ଫେରୁଥିବା ଇରାନୀ ଜାହାଜ ISIS ଡେନା ଉପରେ ଆମେରିକା ଆକ୍ରମଣ କରିଥିଲା। ୮୭ ଜଣ ଇରାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri