Posted inଜାତୀୟ

ସେଣ୍ଟ୍ରାଲ ଭିଷ୍ଟା: ଏତେ ବିବାଦ କାହିଁକି

ନୂଆଦିଲ୍ଲୀ,୩୦ା୬: ନୂଆଦିଲ୍ଲୀର ସର୍ବାଧିକ ସୁରକ୍ଷା ବଳୟରେ ଥିବା ରାଇସିନା ହିଲ୍‌ରେ ନିର୍ମାଣାଧୀନ ସେଣ୍ଟ୍ରାଲ ଭିଷ୍ଟା ରିଡେଭେଲପ୍‌ମେଣ୍ଟ ପ୍ରୋଜେକ୍ଟ କିଛିଦିନ ହେଲା ବେଶ୍‌ ଚର୍ଚ୍ଚା ସାଉଣ୍ଟୁଛି। ବ୍ରିଟିଶ ଶାସନ ଅମଳରେ ସାର୍‌ ଏଡ୍‌ୱିନ୍‌ ଲୁଟିଏନ୍ସ ଏବଂ ସାର୍‌ ହର୍ବର୍ଟ ବର୍କର ଡିଜାଇନ କରିଥିବା ଏହି ସ୍ଥାପତ୍ୟାଞ୍ଚଳ ସ୍ବାଧୀନତା ପରେ ଭାରତ ସରକାରଙ୍କ ହାତକୁ ଆସିଥିଲା। ୨୦ ହଜାର କୋଟି ଟଙ୍କା ବ୍ୟୟରେ ମେଗା ପ୍ରୋଜେକ୍ଟର ପୁନର୍ନିମାଣ ଓ ନବୀକରଣ କାର୍ଯ୍ୟ ୨୦୧୯ ସେପ୍ଟେମ୍ବରରେ ଆରମ୍ଭ ହୋଇଥିବାବେଳେ ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି। ରାଜପଥ, ରାଷ୍ଟ୍ରପତି ଭବନ ଓ ଇଣ୍ଡିଆ ଗେଟ୍‌ ମଝିରେ ଥିବା ୩ କି.ମି. ବିସ୍ତୃତ ଉକ୍ତ ହାଇ ସିକ୍ୟୁରିଟି ଜୋନ୍‌କୁ ନୂଆ ରୂପ ଦେବା, ନର୍ଥ ବ୍ଲକ୍‌-ସାଉଥ୍‌ ବ୍ଲକ୍‌କୁ ଜାତୀୟ ସଂଗ୍ରହାଳୟରେ ସଜାଯିବା ସହ ସମସ୍ତ ମନ୍ତ୍ରୀଙ୍କ ପାଇଁ ନୂଆ ସେକ୍ରେଟାରିଏଟ୍‌ ବିଲ୍ଡିଂ ପ୍ରତିଷ୍ଠା କରାଯାଉଛି। ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଲାଗି ନୂଆ ଅଫିସ ଓ ସରକାରୀ ବାସଭବନ କାର୍ଯ୍ୟ ଚାଲିଛି। ୨୦୨୬ରେ ସାଂସଦମାନଙ୍କ ସଂଖ୍ୟା ବଢ଼ାଯିବା ଲକ୍ଷ୍ୟରେ ବର୍ଦ୍ଧିତ ଧାରଣ କ୍ଷମତା ସମ୍ପନ୍ନ ପାର୍ଲାମେଣ୍ଟର ନୂଆ ବିଲ୍ଡିଂ ନିର୍ମାଣ ହେଉଛି। ମୋଦି ସରକାରଙ୍କ ଏହି ଡ୍ରିମ୍‌ ପ୍ରୋଜେକ୍ଟକୁ ନେଇ ବିବାଦ ମୁଣ୍ଡ ଟେକିଛି।
ଜାତୀୟ ରାଜଧାନୀରେ ସ୍ବାସ୍ଥ୍ୟ ସୁବିଧା ଅଭାବରୁ ଲୋକେ ମରୁଥିବାବେଳେ ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣ କାର୍ଯ୍ୟ ମହାମାରୀରେ ମଧ୍ୟ ଅଟକିନାହିଁ। ଏହାକୁ ‘ଜରୁରୀ ସେବା’ ଘୋଷଣା କରାଯାଇଛି। ଲକ୍‌ଡାଉନ ଜାରି ସତ୍ତ୍ୱେ ଏଥିରେ ନିୟୋଜିତ ୧୫୦୦ ଶ୍ରମିକଙ୍କ କାମ ନ ଅଟକାଇବା ପାଇଁ ସୁନିଶ୍ଚିତ କରାଯାଇଛି। ଖରାରେ ନିର୍ମାଣ କାର୍ଯ୍ୟ ଚାଲୁ ରଖିବା ପାଇଁ ଦିଲ୍ଲୀ ପୋଲିସ ଅନୁମତି ଦେଇଛି।

କଂଗ୍ରେସର ସମାଲୋଚନା, କେନ୍ଦ୍ରର ଯୁକ୍ତି

ସେଣ୍ଟ୍ରାଲ ଭିଷ୍ଟାକୁ କଂଗ୍ରେସ ‘ମୋଦି ମହଲ’ କହି ମହାମାରୀ ବେଳେ ଏହାର ନିର୍ମାଣ ପାଇଁ ୨୦ ହଜାର କୋଟି ଟଙ୍କା କାହିଁକି ଖର୍ଚ୍ଚ କରାଯାଉଛି ବୋଲି ପ୍ରଶ୍ନ କରିଛି। ଏହି ନ୍ୟାଶନାଲ ପାଓ୍ବାର କରିଡରକୁ ନେଇ ବିବାଦ ଲାଗି ରହିଥିବାବେଳେ କେନ୍ଦ୍ର କହୁଛି, ରାଇସିନା ହିଲ୍‌ରେ ଓ ରାଜପଥକୁ ଲାଗି ରହିଥିବା କୋଠାଗୁଡ଼ିକର ପୁନଃ ନିର୍ମାଣ ଆବଶ୍ୟକତା ବଢ଼ିଗଲାଣି। ଏହି ବିଲ୍ଡିଂଗୁଡ଼ିକ ଏବେ ପର୍ଯ୍ୟାପ୍ତ ସ୍ଥାନ, ସୁବିଧା ଓ ଆବଶ୍ୟକତା ପୂରଣ କରିବାକୁ ସକ୍ଷମ ନୁହେଁ। ନୂଆ ସଂସଦ ଭବନ ଜରୁରୀ। ବହୁ ସଂଖ୍ୟକ ବିଦେଶୀ ଏହି ଅଞ୍ଚଳକୁ ଆସୁଥିବାରୁ ଏହାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ କରିବାକୁ ହେଲେ ସୌନ୍ଦର୍ଯ୍ୟ ବୃଦ୍ଧି କରାଯିବା ଦରକାର ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୁକ୍ତି ବଢ଼ାଯାଇଛି।

ଆବେଦନକାରୀଙ୍କୁ ଲକ୍ଷେ ଜରିମାନା

ମହାମାରୀ ବେଳେ ସେଣ୍ଟ୍ରାଲ ଭିଷ୍ଟାର ନିର୍ମାଣ ଉପରେ ରୋକ ଲଗାଇବା ଲାଗି ଦାଏର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)ର ଶୁଣାଣି କରିବାକୁ ମେ ୩୧ରେ ଦିଲ୍ଲୀ ହାଇକୋର୍ଟ ମନା କରିଦେବା ପରେ ଅନୁବାଦକ ଅନ୍ୟା ମାଲହୋତ୍ରା ଓ ଐତିହାସିକ ତଥା ଡକ୍ୟୁମେଣ୍ଟାରି ଫିଲ୍ମ ପ୍ରଯୋଜକ ସୋହାଇଲ୍‌ ହାସ୍‌ମି ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍‌ ଏମ୍‌.ଏ. ଖାନ୍‌ଓ୍ବିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଆବେଦନକାରୀ ନିର୍ଦ୍ଦିଷ୍ଟ ଭାବେ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟକୁ ଟାର୍ଗେଟ କରିଥିବାରୁ ହାଇକୋର୍ଟଙ୍କ ରାୟରେ ହସ୍ତକ୍ଷେପ କରାଯିବ କନାହିଁ। ଲକ୍‌ଡାଉନ୍‌ରେ ଦିଲ୍ଲୀରେ ଅନ୍ୟ ସରକାରୀ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି। ଆବେଦନକାରୀ ସେଗୁଡ଼ିକ ସମ୍ପର୍କରେ ଚିନ୍ତା କରୁନାହାନ୍ତି। ତେଣୁ ହାଇକୋର୍ଟ ଏହାକୁ ଉଦ୍ଦେଶ୍ୟମୂଳକ ବୋଲି ଅଭିହିତ କରିଛନ୍ତି। ଆବେଦନକାରୀଙ୍କ ଏପରି ବ୍ୟବହାରକୁ ନେଇ ଲକ୍ଷେ ଟଙ୍କା ଜରିମାନା କଲେ ମଧ୍ୟ ତାହା କମ୍‌। ପ୍ରକାଶ ଯେ, ହାଇକୋର୍ଟ ଦିଲ୍ଲୀ ଷ୍ଟେଟ୍‌ ଲିଗାଲ୍‌ ସର୍ଭିସେସ୍‌ ଅଥରିଟିଙ୍କ ନିକଟରେ ୪ ସପ୍ତାହ ମଧ୍ୟରେ ୧ ଲକ୍ଷ ଟଙ୍କା ଜମା ଦେବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ, ଯାହା ଉପରେ ମଙ୍ଗଳବାର ସୁପ୍ରିମକୋର୍ଟ ମୋହର ଲଗାଇଛନ୍ତି।
ଆଗକୁ ସେଣ୍ଟ୍ରାଲ ଭିଷ୍ଟା ଉପରେ ଯେମିତି କେହି ପ୍ରଶ୍ନ ଉଠାଇବେ ନାହିଁ, ସେଥିଲାଗି ଏଭଳି ଅର୍ଥଦଣ୍ଡ ଦିଆଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri