Categories: ଜାତୀୟ

ଆଜିଠାରୁ ସାଧାରଣ ଜନତାଙ୍କ ପାଇଁ ଖୋଲିବ ସେଣ୍ଟ୍ରାଲ ଭିଷ୍ଟା, ଡିଏମଆରସି ଯୋଗାଇବ ବସ ସେବା

ନୂଆଦିଲ୍ଲୀ,୯ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଧାନୀ ଦିଲ୍ଲୀରେ ସେଣ୍ଟ୍ରାଲ ଭିଷ୍ଟାର ଉଦଘାଟନ କରି ଦେଇଛନ୍ତି । ଏହାପରେ ୯ ସେପ୍ଟେମ୍ବର ଅର୍ଥାତ୍ ଶୁକ୍ରବାର ସାଧାରଣ ଜନତାଙ୍କ ପାଇଁ ସେଣ୍ଟ୍ରାଲ ଭିଷ୍ଟା ଖୋଲି ଦିଆଯିବ । ଏଠାକୁ ଆସୁଥିବା ଲୋକଙ୍କ ପାଇଁ ଦିଲ୍ଲୀ ମେଟ୍ରୋ ବସ ସେବା ଯୋଗାଇ ଦେବ । ଡିଏମଆରସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ସେଣ୍ଟ୍ରାଲ ଭିଷ୍ଟା ଆସୁଥିବା ଲୋକଙ୍କ ପାଇଁ ୪ଟି ସ୍ଥାନରେ ବସ ସର୍ଭିସ ମିଳିଯିବ । ଭୈରେ ରୋଡ, ରାଜଘାଟ, କନ୍ନଡ ପ୍ଲେସ(ପାଲିକା ମାର୍କେଟ ନିକଟ) ଓ ଜବାହର ଲାଲ ନେହେରୁ ଷ୍ଟାଡିୟମ ନିକଟରେ ବସ ସେବା ମିଳିବ । ଏଠାରୁ ପିକଅପ ସର୍ଭିସ ମିଳିବ । ଉପରୋକ୍ତ ୪ଟି ସ୍ଥାନରେ ଯାତ୍ରୀଙ୍କୁ ନେଇ ଇଲେକ୍ଟ୍ରିକ ବସ ନ୍ୟାଶନାଲ ଷ୍ଟାଡିୟମ ସି ହେକ୍ସାଗେନର ଗେଟ ନମ୍ବର ୧ରେ ଓହ୍ଲାଇଦେବ । ସେଠାରୁ ଇଣ୍ଡିଆ ଗେଟ/ସେଣ୍ଟ୍ରାଲ ଭିଷ୍ଟା ଚାଲି ଚାଲି ଯାଇହେବ । ଏହି ସୁବିଧା ଗୋଟିଏ ସପ୍ତାହ ପାଇଁ ମିଳିବ । ଏହି ରୁଟରେ ୧୨ଟି ବସ ଚାଲିବ । ଏହା ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ ।

Share