Posted inUncategorized

କେନ୍ଦ୍ରୀୟ ଯାଞ୍ଚ କେନ୍ଦ୍ରୀୟ ନୁହେଁ

ନୂଆଦିଲ୍ଲୀ,୨୦ା୧୧(ପି.ଟି.):କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏଣିକି ମନଇଚ୍ଛା କୌଣସି ରାଜ୍ୟକୁ ଯାଇ ଯାଞ୍ଚ କରିପାରିବ ନାହିଁ। ରାଜ୍ୟ ଭିତରେ କୌଣସି ମାମଲାର ତଦନ୍ତ କରିବାକୁ ହେଲେ ସମ୍ପୃକ୍ତ ରାଜ୍ୟ ସରକାରଙ୍କଠାରୁ ଆଗୁଆ ଅନୁମତି ନେବାକୁ ପଡ଼ିବ। ରାଜ୍ୟର ବିନା ସହମତିରେ କେନ୍ଦ୍ର ମଧ୍ୟ ସିବିଆଇର ତଦନ୍ତ ପରିସର ବଢ଼ାଇପାରିବ ନାହିଁ। ଦେଶର ସବୁଠୁ ବଡ଼ ତଦନ୍ତକାରୀ ସଂସ୍ଥା ସେଣ୍ଟାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ ପାଇଁ ରାଜ୍ୟଗୁଡ଼ିକର ପ୍ରବେଶ ପଥକୁ ମଙ୍ଗଳବାର ଏପରି ଭାବେ ବନ୍ଦ କରିଦେଇଛନ୍ତି ସୁପ୍ରିମକୋର୍ଟ। ବିଗତ କିଛି ମାସ ମଧ୍ୟରେ ୭ ଅଣଭାଜପା ଶାସିତ ରାଜ୍ୟ ପଞ୍ଜାବ, ପଶ୍ଚିମବଙ୍ଗ, ରାଜସ୍ଥାନ, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଛତିଶଗଡ଼ ଓ କେରଳ ସମେତ ମିଜୋରାମ ସରକାର ସିବିଆଇକୁ ଦିଆଯାଇଥିବା ଜେନେରାଲ କନ୍‌ସେଣ୍ଟ ବା ସାଧାରଣ ସହମତି ପ୍ରତ୍ୟାହାର କରିଥିବା ଦୃଷ୍ଟିରୁ ସୁପ୍ରିମକୋର୍ଟ ଶୁଣାଇଥିବା ସଦ୍ୟ ରାୟ ବିଶେଷ ଗୁରୁତ୍ୱ ବହନ କରେ। କେନ୍ଦ୍ର ସିବିଆଇକୁ ଢାଲ କରି ବିରୋଧୀ ନେତାମାନଙ୍କ ବିପକ୍ଷରେ କ୍ଷମତାର ଦୁରୁପଯୋଗ କରୁଥିବା ଅଭିଯୋଗ ଆସୁଥିବାବେଳେ ଅଦାଲତଙ୍କ ନିର୍ଦ୍ଦେଶ ମୋଦି ସରକାରଙ୍କୁ ଝଟ୍‌କା ଦେଇଛି। ଏଥିଯୋଗୁ କେନ୍ଦ୍ରୀୟ ଯାଞ୍ଚ ଏବେ କେନ୍ଦ୍ରୀୟ ହୋଇ ରହିନାହିଁ।
ଦିଲ୍ଲୀ ସ୍ପେଶିଆଲ ପୋଲିସ ଏଷ୍ଟାବ୍ଲିଶ୍‌ମେଣ୍ଟ (ଡିଏସ୍‌ପିଇ) ଆଇନ ଅନୁସାରେ ସିବିଆଇର କ୍ଷମତା ଓ ଅଧିକାର କ୍ଷେତ୍ର ପାଇଁ ରାଜ୍ୟ ସରକାରଙ୍କ ସହମତି ଆବଶ୍ୟକ ହୋଇଥାଏ। ସର୍ବୋଚ୍ଚ ଅଦାଲତ ଏହି ଆଇନର ଧାରା ୫ ଓ ୬ର ଅବତାରଣା କରିଛନ୍ତି। ଜଷ୍ଟିସ୍‌ ଏ.ଏମ୍‌. ଖାନ୍‌ଓ୍ବିଲକର ଏବଂ ବି.ଆର୍‌. ଗବଇଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଧାରା ୫ କେନ୍ଦ୍ର ସରକାରଙ୍କୁ କେନ୍ଦ୍ରଶାସିତ ଅଞ୍ଚଳ ବାହାରେ ଡିଏସ୍‌ପିଇ ସଦସ୍ୟଙ୍କ କ୍ଷମତା ଓ ଅଧିକାର କ୍ଷେତ୍ରର ବିସ୍ତାର କରିବାରେ ସକ୍ଷମ କରିଥାଏ। କିନ୍ତୁ ଯେତେବେଳ ପର୍ଯ୍ୟନ୍ତ ଡିଏସ୍‌ପିଇ ଆଇନର ଧାରା ୬ ଅନୁସାରେ ରାଜ୍ୟ ସରକାର ସମ୍ବନ୍ଧିତ କ୍ଷେତ୍ର ଭିତରେ ଏଭଳି ବିସ୍ତାର ପାଇଁ ନିଜ ସହମତି ନ ଦେବେ, ସେତେବେଳ ଯାଏ ଏହା ସ୍ବୀକାର୍ଯ୍ୟ ନୁହେଁ। ଏହି ନିୟମ ହେଉଛି ସମ୍ବିଧାନର ସଂଘୀୟ ଚରିତ୍ର, ଯାହାକୁ ଏହାର ମୌଳିକ ଢାଞ୍ଚାର ଏକ ଅଙ୍ଗ ବିବେଚନା କରାଯାଏ।
କେତେଜଣ ଘରୋଇ ଓ ସରକାରୀ କର୍ମଚାରୀ ସେମାନଙ୍କ ବିରୋଧରେ ଏକ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତର ବୈଧତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଉକ୍ତ ମାମଲାରେ ରାଜ୍ୟ ସରକାରଙ୍କ ପ୍ରାକ୍‌ ଅନୁମତି ନିଆଯାଇ ନ ଥିବା ଅଭିଯୁକ୍ତମାନେ ପିଟିଶନରେ ଉଲ୍ଲେଖ କରିଥିଲେ। ୨୦୧୯ ଅଗଷ୍ଟରେ ଆଲ୍ଲାହାବାଦ ହାଇକୋର୍ଟରେ ଫର୍ଟିକୋ ମାର୍କେଟିଂ ଆଣ୍ଡ ଇନ୍‌ଭେଷ୍ଟମେଣ୍ଟ ପ୍ରାଇଭେଟ ଲିମିଟେଡ୍‌ ଓ ଅନ୍ୟମାନଙ୍କ ବିରୋଧରେ ସିବିଆଇ ପକ୍ଷରୁ ଆପରାଧିକ ମାମଲା ଦାଏର କରାଯାଇଥିଲା। କୋଲ୍‌ ଇଣ୍ଡିଆ ଲିମିଟେଡ୍‌ ଏବଂ ଉକ୍ତ କମ୍ପାନୀ ମଧ୍ୟରେ ହୋଇଥିବା ଫୁଏଲ୍‌ ସପ୍ଲାଏ ଏଗ୍ରିମେଣ୍ଟ(ଏଫ୍‌ଏସ୍‌ଏ) ଅନୁସାରେ କୋଇଲା କିଣାଯାଇଥିଲା। ସେହି କୋଇଲା କଳାବଜାରରେ ବିକ୍ରି କରାଯିବାରୁ କେନ୍ଦ୍ର ସରକାରଙ୍କ ରାଜକୋଷକୁ ୩୬.୨୮ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଥିବା ସିବିଆଇ ଦର୍ଶାଇଥିଲା। ଦୁର୍ନୀତିରେ ଜିଲା ଶିଳ୍ପ କେନ୍ଦ୍ର(ଡିଆଇସି)ର ଅଧିକାରୀ ମଧ୍ୟ ସାମିଲ ଥିବା ପରେ ଜଣାପଡ଼ିଥିଲା।
ହାଇକୋର୍ଟ ଉକ୍ତ ମାମଲାର ଶୁଣାଣି କରି ରାୟରେ କହିଥିଲେ, ଉତ୍ତର ପ୍ରଦେଶ ସରକାର ଦୁଇଜଣ ସରକାରୀ ଅଧକାରୀଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ପରେ ଅନୁମତି ଦେଇଥିଲେ, ଯାହାଙ୍କ ନାମ ପ୍ରାଥମିକ ତଦନ୍ତରେ ଆସି ନ ଥିଲେ ହେଁ ପରବର୍ତ୍ତୀ ସମୟରେ ଚାର୍ଜଶିଟ୍‌ରେ ରଖାଯାଇଥିଲା। ମାମଲାକୁ ଆଗକୁ ନେବା ପାଇଁ ଏହା ପର୍ଯ୍ୟାପ୍ତ ଥିଲା ବୋଲି ହାଇକୋର୍ଟ କହିଥିଲେ, ଯାହାକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତମାନେ ସୁପ୍ରିମକୋର୍ଟରେ ଅପିଲ୍‌ କରିଥିଲେ।
ସୁପ୍ରିମକୋର୍ଟ ଅଭିଯୁକ୍ତମାନଙ୍କ ଅପିଲକୁ ଖାରଜ କରିଦେଇଛନ୍ତି। କହିଛନ୍ତି, ଉତ୍ତର ପ୍ରଦେଶ ସରକାର ଦୁର୍ନୀତି ନିବାରଣ ଆଇନ,୧୯୮୮ ଓ ଦେଣନେଣ ସମୟରେ କରାଯାଇଥିବା ସମସ୍ତ କିମ୍ବା କୌଣସି ଅପରାଧ ଅଥବା ଅପରାଧ ଉଦ୍ୟମ, ଅପହରଣ ଓ ଷଡ଼ଯନ୍ତ୍ର ଭଳି ଅପରାଧଗୁଡ଼ିକର ତଦନ୍ତ ପାଇଁ ରାଜ୍ୟରେ ଡିଏସ୍‌ପିଇ ସଦସ୍ୟଙ୍କ କ୍ଷମତାର ବିସ୍ତାର ଓ ଅଧିକାର କ୍ଷେତ୍ର ପାଇଁ ସାଧାରଣ ସହମତି ପ୍ରଦାନ କରିଛନ୍ତି। ତେବେ ଏଥିରେ ସର୍ତ୍ତ ରହିଛି ଯେ, ରାଜ୍ୟ ସରକାରଙ୍କ ପୂର୍ବ ଅନୁମତି ବ୍ୟତୀତ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ସରକାରୀ କର୍ମଚାରୀଙ୍କ ମାମଲାରେ ଏପରି କୌଣସି ତଦନ୍ତ କରାଯିବ ନାହିଁ। ଅଦାଲତ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ସରକାରୀ ଚାକିରିରେ ଥିବା ଅଭିଯୁକ୍ତମାନଙ୍କ ବିରୋଧରେ ତଦନ୍ତ ପାଇଁ ଡିଏସ୍‌ପିଇ ଆଇନର ଧାରା ୬ ଅନୁସାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜରିଆରେ ସହମତି ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri