ଛଉନୃତ୍ୟ ଗୁରୁ ତ୍ରିଲୋଚନଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ବାରିପଦା ଅଫିସ,୨୪ା୨:ଦେଶ ବିଦେଶରେ ମୟୂରଭଞ୍ଜ ଜିଲାର ପ୍ରସିଦ୍ଧ ଛଉନୃତ୍ୟକୁ ପ୍ରଚାରପ୍ରସାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବିଶିଷ୍ଟ ଛଉନୃତ୍ୟ ଗୁରୁ ତ୍ରିଲୋଚନ ମହାନ୍ତଙ୍କୁ ମିଳିଛି ସମ୍ମାନଜନକ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର। ଗୁରୁବାର ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। ଏନେଇ ଜିଲାବାସୀ ଖୁସି ବ୍ୟକ୍ତ କରିଛନ୍ତି। ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି। ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଦାନ୍ତିଆମୁହଁା ବଡ଼ଜାମବଣୀ ଗ୍ରାମରେ ୧୯୭୧ ଜୁଲାଇ ୧ରେ ଜନ୍ମଗ୍ରହଣ କରିଥିବା ତ୍ରିଲୋଚନ ଅନେକ ବିଦେଶୀ କଳାକାରଙ୍କୁ ନୃତ୍ୟ ଶିକ୍ଷା ମଧ୍ୟ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଦୀର୍ଘ ଦିନ ଧରି ସେ ଅତିଥି ଅଧ୍ୟାପକ ଭାବେ କାର୍ଯ୍ୟ କରିଛନ୍ତି। ସେ ମୟୂରଭଞ୍ଜ ଛଉର ପ୍ରାୟ ସମସ୍ତ ଗ୍ରାମୀଣ ସଙ୍ଗଠନକୁ ତାଲିମ ଦେଇଛନ୍ତି।