Posted inଜାତୀୟ

ୟୁପିଏସ୍‌ସିରେ ହେବ ବଡ଼ ପରିବର୍ତ୍ତନ, ଆଉ ହେବନି ସିଧା ଭର୍ତ୍ତି

ନୂଆଦିଲ୍ଲୀ, ୨୦।୦୮: ୟୁନିୟନ୍‌ ପବ୍ଲିକ୍‌ ସର୍ଭିସ୍‌ କମିଶନ୍‌ ବା ୟୁପିଏସ୍‌ସି ଅଧିନରେ ହେଉଥିବା ଲାଟେରାଲ୍‌ ଏଣ୍ଟ୍ରି ଭର୍ତ୍ତି ପ୍ରକ୍ରିୟା ସମାପ୍ତ ହେବାକୁ ଯାଉଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ୟୁପିଏସ୍‌ସିକୁ ଚିଠି ଲେଖାଯାଇଛି । ଲାଟେରାଲ୍‌ ଏଣ୍ଟ୍ରିକୁ ନେଇ ଲଗାତାର ପ୍ରଶ୍ନ ଉଠିବା ପରେ ସରକାର ଏପରି ପଦକ୍ଷେପ ନେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ପକ୍ଷରୁ ୟୁପିଏସସି ଅଧ୍ୟକ୍ଷଙ୍କୁ ଏହି ଚିଠି ଲେଖାଯାଇଛି। ଯେଉଁଥିରେ ସେ ୟୁପିଏ ସରକାର ସମୟରେ ଏଭଳି ନିଯୁକ୍ତି ଉପରେ ନିଆଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଏହି ଚିଠିରେ କୁହାଯାଇଛି ଯେ ଭେରପ୍ପା ମୋଇଲିଙ୍କ ଅଧ୍ୟକ୍ଷତାରେ ୨୦୦୫ ମସିହାରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ଲାଟେରାଲ୍‌ ଏଣ୍ଟ୍ରି ପାଇଁ ସୁପାରିଶ କରିଥିଲେ।

ନିକଟରେ ଲାଟେରାଲ ଏଣ୍ଟ୍ରି ପାଇଁ ନିଯୁକ୍ତି ବିଜ୍ଞାପନ ୟୁପିଏସସି ପକ୍ଷରୁ ଜାରି କରାଯାଇଥିଲା । ଏଥିରେ ପ୍ରକ୍ରିୟା ଏବଂ ସଂରକ୍ଷଣ ସମ୍ପର୍କରେ ବିରୋଧୀମାନେ କ୍ରମାଗତ ଭାବରେ ସରକାରଙ୍କ ଉପରେ ଟାର୍ଗେଟ୍‌ କରୁଥିଲେ। ଏହା ଉପରେ ନିରନ୍ତର ପ୍ରଶ୍ନ ଉଠିବା ପରେ ବର୍ତ୍ତମାନ କେନ୍ଦ୍ର ସରକାର ଏକ ଚିଠି ଲେଖି ଆୟୋଗ (ୟୁପିଏସସି) କୁ ପ୍ରତ୍ୟକ୍ଷ ନିଯୁକ୍ତିର ବିଜ୍ଞାପନ ବାତିଲ କରିବାକୁ କହିଛନ୍ତି।

ୟୁପିଏସସିରେ ଲାଟେରାଲ ଏଣ୍ଟ୍ରିକୁ ନେଇ ବିରୋଧୀମାନେ କ୍ରମାଗତ ଭାବରେ ସରକାରଙ୍କ ଉପରେ ପ୍ରଶ୍ନ ଉଠାଉଥିଲେ। ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏବଂ ବହୁ ବିରୋଧୀ ଦଳର ନେତାମାନେ ୟୁପିଏସସିରେ ଏହି ପ୍ରକ୍ରିୟାରେ ନିଯୁକ୍ତିକୁ ବିରୋଧ କରିଥିଲେ ଏବଂ ଏଥିରେ ସଂରକ୍ଷଣକୁ ନେଇ ପ୍ରଶ୍ନ କରିଥିଲେ। ଏହା ପରେ ସରକାରଙ୍କ ସହ ଜଡିତ ଅନେକ ଦଳ ମଧ୍ୟ ଏହି ପ୍ରସଙ୍ଗରେ ସ଼୍ବର ଉତ୍ତୋଳନ କରିବା ଆରମ୍ଭ କରିଥିଲେ । ପରେ ଲାଟେରାଲ ଏଣ୍ଟ୍ରି ପାଇଁ ବିଜ୍ଞାପନ ବାତିଲ କରିବାକୁ ସରକାର ବର୍ତ୍ତମାନ ୟୁପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ନେଲା ୫ ମଇଁଷିଙ୍କ ଜୀବନ: ବିଭାଗୀୟ ଅବହେଳାକୁ ଦାୟୀ କଲେ ଗ୍ରାମବାସୀ

ଖଜୁରିପଡ଼ା,୩୦ା୧(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା…

ବହୁ ଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ହତ୍ୟା ମାମଲାର ରାୟ ପ୍ରକାଶ: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୩୦ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାରେ କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ବ୍ରହ୍ମପୁର ଅତିରିକ୍ତ…

ୱାର୍ଡସଭ୍ୟଙ୍କୁ ଦୁର୍ବ୍ୟବହାର: କର୍ମଚାରୀ କଲେ ଆନ୍ଦୋଳନ

ଖଡ଼ିଆଳ, ୩୦ା୧ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡିଆଳ ଏନ୍‌ଏସିର ଜଣେ ୱାର୍ଡସଭ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଶୁକ୍ରବାର କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ…

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

୪ ମନ୍ଦିରରୁ ଏକାବେଳକେ ଚୋରି କଲେ ଦୁର୍ବୃତ୍ତ: ନେଇଗଲେ …

ଆନନ୍ଦପୁର,୩୦।୧(ସୁଶାନ୍ତ କୁମାର ସାହୁ): ଏକ ସାଙ୍ଗରେ ଚାରୋଟି ମନ୍ଦିରର ଚୋରି। ମନ୍ଦିର ତାଲା ଭାଙ୍ଗି ଲୁଟିନେଲେ ଦେବା ଦେବୀଙ୍କ ସୁନା ରୁପା ଅଳଙ୍କାର। ସହ ଦାନ ବାକ୍ସ।…

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

ଧାର ଟଙ୍କା ମାଗିବାରୁ ଗୁଳିମାଡ଼, ନଷ୍ଟ ହେଲା ବ୍ୟକ୍ତିଙ୍କ ଆଖି

ଭୁବନ,୩୦ା୧(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ବାରୁଆ (ଖ) ଗ୍ରାମର ପଞ୍ଚାନନ ରାଉତ ଧାନ କିଣିବା ପାଇଁ ଦେଇଥିବା ଟଙ୍କା ମାଗିବାରୁ ଗୁରୁବାର ରାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri