ବିଦେଶ ଫେରନ୍ତା ଏବେ ରହିବେ ହୋମ କ୍ୱାରାଣ୍ଟାଇନରେ

ନୂଆଦିଲ୍ଲୀ,୨୨ ।୧: କରୋନା ସଂକ୍ରମଣ କମି ଆସୁଥିବା ବେଳେ ଭାରତ ସରକାର ବିଦେଶ ଯାତ୍ରୀଙ୍କ ପାଇଁ କୋୱିନ ଆପରେ ବଡ ପରିବର୍ତ୍ତନ କରିଛନ୍ତି । ଶନିବାରଠାରୁ ବିଦେଶରୁ ଫେରୁଥିବା ଯାତ୍ରୀମାନଙ୍କୁ ସରକାରୀ ଆଇସୋଲେଶନ ବ୍ୟବସ୍ଥାରେ ରଖିବା ଅନିର୍ବାର୍ଯ୍ୟ ହେବନାହିଁ । ସଂକ୍ରମିତ ଚିହ୍ନଟ ହେଲେ ଆର୍‌ଟି-ପିସିଆର୍ ଟେଷ୍ଟ କରାଯିବ । ସମ୍ପର୍କରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି ପ୍ରୋଟୋକଲ ଅନୁଯାୟୀ ପ୍ରବନ୍ଧନ କରାଯିବ ।
ବିଦେଶୀ ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁରୁବାର ଜାରି କରାଯାଇଥିବା ଗାଇଡଲାଇନ ଅନୁଯାୟୀ, ଯାତ୍ରୀ ନିଜେ ୭ ଦିନ ପର୍ଯ୍ୟନ୍ତ ହୋମ କ୍ୱାରାଣ୍ଟାଇନରେ ରହିବେ । ରିପୋର୍ଟ ନେଗେଟିଭ ଆସିଲେବି ହୋମ କ୍ୱାରାଣ୍ଟାଇନ ବାଧ୍ୟତାମୂଳକ । ଫେରିବାର ଅଷ୍ଟମ ଦିନରେ ସେମାନଙ୍କର ଆର୍‌ଟି-ପିସିଆର୍ ଟେଷ୍ଟ କରାଯିବ ।

Share