‘ରାଉରାକେଲା ବିମାନ ବନ୍ଦର ସମ୍ପ୍ରସାରଣ କାର୍ଯ୍ୟ କେନ୍ଦ୍ର ସରକାର କରନ୍ତୁ’

ରାଉରକେଲା ଅଫିସ, ୭।୨: ରାଉରକେଲା ବିମାନ ବନ୍ଦର ସମ୍ପ୍ରସାରଣ ପାଇଁ ଜମି ନାହିଁ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ବକ୍ତବ୍ୟକୁ ସୋମବାର ଏକ ଖବରଦାତା ସମ୍ମିଳନୀରେ ରାଉରକେଲା ବିକାଶ ମଞ୍ଚ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି। ମଞ୍ଚ ପକ୍ଷରୁ କୁହାଯାଇଛି, ରାଉରକେଲା ବିମାନ ବନ୍ଦର ସେଲ୍‌ ଅଧୀନରେ ରହିଛି। ପୂର୍ବରୁ ବେସାମରିକ ବିମାନ ଚଳାଚଳ ବିଭାଗ ୧୯୯୮ ପର୍ଯ୍ୟନ୍ତ ବିମାନ ବନ୍ଦରର ଦେଖାଶୁଣା କରୁଥିଲା। ଆର୍‌ଏସ୍‌ପି ରାଉରକେଲା ବିମାନ ବନ୍ଦର ସମ୍ପ୍ରସାରଣ ଲାଗି ୧୩୬ ଏକର ଜାଗା ଦେଇସାରିଛି। ଗତ ତା୧୦।୨।୨୨ରିଖରେ ରାଜ୍ୟ ସରକାର, ଆର୍‌ଏସ୍‌ପି ଓ ବେସାମରିକ ବିମାନ ଚଳାଚଳ ବିଭାଗ ମଧ୍ୟରେ ବିମାନ ବନ୍ଦର ସମ୍ପ୍ରସାରଣ ନେଇ ଚୂଡାନ୍ତ ଆଲୋଚନା ହୋଇଥିଲା। ଆଲୋଚନାରେ ହକି ବିଶ୍ୱକପ୍‌କୁ ଲକ୍ଷ୍ୟ ରଖି ବିଭାଗ ପକ୍ଷରୁ ସମ୍ପ୍ରସାରଣ କାମ ତୁଲାଇବା ଲାଗି ସହମତି ପ୍ରକାଶ ପାଇଥିଲା। ମାତ୍ର ବେସାମରିକ ବିମାନ ଚଳାଚଳ ବିଭାଗ ଏବେ ସେହି ପ୍ରତିଶ୍ରୁତି ରକ୍ଷା କରୁନି। ବେସାମରିକ ବିମାନ ଚଳାଚଳ ବିଭାଗ, ରାଜ୍ୟ ସରକାର ଓ ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ ସହ ବିଚାରବିମର୍ଶ କରି ରାଉରକେଲା ବିମାନ ବନ୍ଦର ସମ୍ପ୍ରସାରଣ କାର୍ଯ୍ୟ ନିଜ ହାତକୁ ନେଉ ବୋଲି ମଞ୍ଚର ଆବାହକ ଡଃ ସୁମନ ଦତ୍ତ, ଉପଦେଷ୍ଟା ଅଭୟ ଦାଶ, ସଞ୍ଜୀବ ମହାନ୍ତି, ପଶୁପତି ଚାଟାର୍ଜୀ, ଆର୍ତ୍ତ ମହାରଣା, ସୁପ୍ରତୀକ ମିଶ୍ର ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିଷ୍ଣାଗିରିରୁ ଫେରିଲେ ୧୪୬୩ ପ୍ରବାସୀ

ଖୋର୍ଦ୍ଧା ଅଫିସ,୨୪ା୫: କ୍ରିଷ୍ଣାଗିରିରୁ ପ୍ରବାସୀ ଓଡ଼ିଆଙ୍କୁ ଧରି ଆସିଥିବା ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ଖୋର୍ଦ୍ଧା ରୋଡ୍‌ ଷ୍ଟେଶନରେ ଶନିବାର ବିଳମ୍ବିତ ରାତିରେ ପହଞ୍ଚିଥିଲା। ଏହି ଟ୍ରେନରେ...

ଶିକ୍ଷକ ନିଯୁକ୍ତି ପରେ ଖୋଲିଲା ତାଲା

ସିନାପାଲି,୨୪।୨(ଡି.ଏନ.ଏ.): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଘୁଚାଗୁଡା ପଞ୍ଚାୟତ ଫୁରସୁଣ୍ଡ ୟୁପି ସ୍କୁଲରେ ଶିକ୍ଷକ ନିଯୁକ୍ତି ଆନ୍ଦୋଳନ ଜାରି ରହିଥିବା ବେଳେ ଗୁରୁବାର ତୃତୀୟ ଦିନରେ...

୧୦୯୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆଜି

ଜଗତ୍‌ସିଂହପୁର ଅଫିସ,୧୮ା୨: ଜଗତ୍‌ସିଂହପୁର ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶୁକ୍ରବାର ହେବ। ଏଥିରେ ଜଗତ୍‌ସିଂହପୁର ବ୍ଲକ ଅଞ୍ଚଳର ୪ଟି ଜିଲା ପରିଷଦ ଜୋନ ଅନ୍ତର୍ଗତ ୩୦ଟି...

ପାଉଁରୁଟିରେ ରହୁନି ଅବଧି ସମୟ

ବ୍ରହ୍ମପୁର ଅଫିସ, ୨୩ା୯:ପାଉଁରୁଟି ଏବେ ନିତିଦିନିଆ ଖାଦ୍ୟ ଭାବେ ବେଶ ଆଦୃତ ହୋଇଛି। ଫଳରେ ଏହି ପ୍ରୋଟିନ ଜାତୀୟ ଖାଦ୍ୟକୁ ଅନେକାଂଶରେ ଜଳଖିଆ ଭାବେ ବ୍ୟବହାର...

ବଡ଼ବିଲ ୱେ-ବ୍ରିଜ୍‌ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ବଡବିଲ,୧୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ରେଳ ପାର୍ଶ୍ୱ ରାସ୍ତାକଡ ୱେ-ବ୍ରିଜ୍‌ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ମଙ୍ଗଳବାର ରାତିରେ ପୋଲିସ ଉଦ୍ଧାର...

କୋରାପୁଟରେ ଟିଡିସିସି ମାଧ୍ୟମରେ ନିର୍ମାଣ ହେବ କଫି ପ୍ରକ୍ର୍ରିୟାକରଣ କେନ୍ଦ୍ର

କୋରାପୁଟ,୨।୮(ସ୍ବ.ପ୍ର.): କୋରାପୁଟରେ କଫି ଚାଷ ପାଇଁ ଉପଯୁକ୍ତ ଜଳବାୟୁ ରହିଥିବାବେଳେ ଏହି ଚାଷକୁ ଅଧିକ ଲୋକାଭିମୁଖୀ ନେଇ ଜିଲା କଫି ଉନ୍ନୟନ ଟ୍ରଷ୍ଟର ଏକ ଗୁରୁତ୍ୱପୁର୍ଣ୍ଣ...

ସ୍ବାସ୍ଥ୍ୟସେବା ବନ୍ଦ ପ୍ରତିବାଦରେ ତହସିଲ ଅଫିସ ଘେରାଉ

ଜଳେଶ୍ୱର, ୨୦।୮-ବାଲେଶ୍ୱର ଜିଲା ଜଳେଶ୍ୱର ଜିକେଭଟ୍ଟର ହସ୍‌ପିଟାଲରେ ଗତ ୧୫ତାରିଖଠାରୁ ଅଦ୍ୟାବଧି ସ୍ବାସ୍ଥ୍ୟସେବା ବନ୍ଦ ପ୍ରତିବାଦରେ ସୋମବାର ପୂର୍ବାହ୍ନ ୧୦ଟାରୁ ଶତାଧିକ ଜନସାଧାରଣ ଜଳେଶ୍ୱର ତହସିଲ...

କରଞ୍ଜିଆରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା : ଡାକ୍ତରଙ୍କୁ ମାଡ଼

ବାରିପଦା ଅଫିସ,୨୩।୯ : ମୟୂରଭଞ୍ଜ ଜିଲା କରଞ୍ଜିଆସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଭୁଲ ଚିକିତ୍ସା ଯୋଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବା...

Advertisement
Archives

Model This Week