Categories: ଜାତୀୟ

ଦିଲ୍ଲୀ ନଗର ନିଗମର ଆସନ ସଂଖ୍ୟା ୨୫୦ ନିର୍ଦ୍ଧାରିତ କଲେ କେନ୍ଦ୍ର ସରକାର, ୨୨ ଆସନ କଟିଲା

ନୂଆଦିଲ୍ଲୀ,୧୧ ।୯: କେନ୍ଦ୍ର ସରକାର ଦିଲ୍ଲୀର ନଗର ନିଗମ ଆସନ ସଂଖ୍ୟା ସର୍ବାଧିକ ୨୫୦ ନିର୍ଦ୍ଧାରିତ କରିଛନ୍ତି । ଏଥିମଧ୍ୟରୁ ୪୨ଟି ୱାର୍ଡ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ପୂର୍ବରୁ ଦିଲ୍ଲୀର ସମସ୍ତ ୩ ନଗର ନିଗମ ସମେତ ଏମସିଡିରେ ମୋଟ ୨୭୨ ଆସନ ଥିଲା । ନୂଆ ପରିସୀମା ଅନୁଯାୟୀ, ଏଥିରୁ ୨୨ଟି ଆସନ କମ କରି ଦିଆଯିବ ।
ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆଶୁତୋଷ ଅଗ୍ନିହୋତ୍ରୀଙ୍କ ଦ୍ୱାରା ରାଷ୍ଟ୍ରୀୟ ରାଜଧାନୀ ରାଜ୍ୟ କ୍ଷେତ୍ର, ଦିଲ୍ଲୀ ସରକାରଙ୍କ ନାମରେ ଶନିବାର(୧୦ ସେପ୍ଟେମ୍ବର)ରେ ଜାରି କରାଯାଇଥିବା ଦିଲ୍ଲୀ ରାଜପତ୍ରରେ କୁହାଯାଇଛି କି ଦିଲ୍ଲୀ ନଗର ନିଗମ (ସଂଶୋଧନ) ଅଧିନିୟମ, ୨୦୨୨ ଦ୍ୱାରା ଯଥା-ସଂଶୋଧିତ, ଦିଲ୍ଲୀ ନଗର ନିଗମ ଅଧିନିୟମ, ୧୯୫୭ର ଧାରା-୩ର ଉପଧାରା(୫) ଅନୁଯାୟୀ, ଏତଦ୍ ଦ୍ୱାରା ଦିଲ୍ଲୀ ନଗର ନିଗମରେ ଆସନ ସଂଖ୍ୟା ୨୫୦ ଅବଧାରିତ କରାଯାଉଛି ।

Share