Posted inଜାତୀୟ

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଘରଭଡ଼ା ବଢ଼ିଲା: ଜୁଲାଇ ୧ରୁ ଲାଗୁ…

ନୂଆଦିଲ୍ଲୀ,୧୧।୭ : ଜିପିଆରଏ ଅଧୀନରେ ଥିବା ସରକାରୀ ଘର ପାଇଁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ଅଧିକ ଘରଭଡ଼ା ଦେବାକୁ ପଡ଼ିବ। ମୁଦ୍ରାସ୍ଫୀତିର ସମୟରେ କେନ୍ଦ୍ର ସରକାର ମଧ୍ୟ ଏହାର ଘରଭଡ଼ା ହାରକୁ ସଂଶୋଧନ କରିଛନ୍ତି । ଜୁଲାଇ ୧ ରୁ ନୂତନ ହାର ଲାଗୁ କରାଯାଇଛି।

ଏହାପୂର୍ବରୁ ୨୦୨୦ ରେ, ସାଧାରଣ ପୁଲ ଆବାସିକ ଆବାସ ଅଧୀନରେ ଆବଣ୍ଟିତ ଘରଗୁଡିକର ଭଡା ବୃଦ୍ଧି କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଗୃହ ଏବଂ ରେଳ କ୍ୱାର୍ଟର୍ସ ସଂଶୋଧିତ ହାର ତାଲିକାରେ ଅନ୍ତର୍ଭୁକ୍ତ ନୁହେଁ। ଏହାର କାରଣ ହେଉଛି, ଏହି ଉଭୟ ବିଭାଗର ନିଜସ୍ବ ବାସସ୍ଥାନ ଅଛି। ତେଣୁ ସେମାନଙ୍କର କର୍ମଚାରୀମାନେ ସାଧାରଣ ପୁଲ ଆବାସିକ ଆବାସର ସଂଶୋଧିତ ହାର ଦ୍ୱାରା ପ୍ରଭାବିତ ହେବେ ନାହିଁ।

ଦେଶର ବିଭିନ୍ନ ସହରରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଜିପିଆରଏ ଅଧୀନରେ ଗୃହ ବଣ୍ଟନ କରାଯାଇଛି ।
ଏହା ବ୍ୟତୀତ, ଯଦି ଜଣେ ଅଧିକାରୀ ସେବକ କ୍ୱାଟର୍ର୍‌ ନିଅନ୍ତି, ତେବେ ତାଙ୍କୁ ମାସକୁ ୯୦ଟଙ୍କା ଦେବାକୁ ପଡିବ। ସେହିଭଳି ଗ୍ୟାରେଜ ପାଇଁ ମାସକୁ ୬୦ ଟଙ୍କା ଦେବାକୁ ପଡିବ।

କେନ୍ଦ୍ର ସରକାରୀ ହଷ୍ଟେଲଗୁଡ଼ିକର ହାରରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଯଦି ୨୧.୫ ରୁ ୩୦ ବର୍ଗ ମିଟର ବିଶିଷ୍ଟ କୋଠରୀ, ଯାହାର ରୋଷେଇ ଘର ନାହିଁ, ତେବେ ଏଥି ପାଇଁ ମାସକୁ ୫୫୦ ଟଙ୍କା ଦେବାକୁ ପଡିବ। ଯଦି ୩୦.୫ ରୁ ୩୯.୫ ବର୍ଗ ମିଟର କ୍ଷେତ୍ର ବିଶିଷ୍ଟ ଏକ କୋଠରୀକୁ ରୋଷେଇ ଘର ସହିତ ନିଆଯାଏ, ତେବେ ଏନେଇ ପ୍ରତି ମାସରେ ୭୮୦ ଟଙ୍କା ଖର୍ଚ୍ଚ ହେବ । ୪୭.୫ରୁ ୬୦ ବର୍ଗ ମିଟରର ଏକ ଡବଲ ରୁମ ପାଇଁ ୧୦୭୦ ଟଙ୍କା ଦେବାକୁ ପଡିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri