Posted inଜାତୀୟ

କେନ୍ଦ୍ରୀୟ କର୍ମଚାରୀଙ୍କୁ ଆଗୁଆ ଅବସର ଦିଆଯାଇପାରିବ

ନୂଆଦିଲ୍ଲୀ,୩ା୯:ଜନସ୍ବାର୍ଥ ପାଇଁ କେନ୍ଦ୍ର ସରକାର ଚାହିଁଲେ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଆଗୁଆ ଅବସର ଦେଇପାରିବେ ବୋଲି ବୁଧବାର ସ୍ପଷ୍ଟ କରିଦେଇନ୍ତି। କର୍ମଚାରୀଙ୍କୁ ୫୦/୫୫ ବର୍ଷ ହେଲେ କିମ୍ବା ସେ ଚାକିରିରେ ୩୦ ବର୍ଷ ପୂରଣ କରିଥିଲେ, ସେମାନଙ୍କୁ ଅବସର ଦିଆଯାଇପାରିବ। ଏଥିପାଇଁ ସେମାନଙ୍କ ପ୍ରଦର୍ଶନର ସମୀକ୍ଷା କରାଯିବ ନାହିଁ, ଯାହା କି ପେନ୍‌ସନ ନିୟମ ପାଇଁ ଜରୁରୀ। ତେବେ ଏଫ୍‌ଆର୍‌ ୫୬(ଜେ) ଏବଂ ସିସିଏସ୍‌ (ପେନ୍‌ସନ)ନିୟମାବଳୀ, ୧୯୭୨ର ରୁଲ୍‌ ୪୮ ଅନୁଯାୟୀ ଯେଉଁ ସରକାରୀ କର୍ମଚାରୀମାନେ ଚାକିରିରେ ରହିବାକୁ ଯୋଗ୍ୟବିବେଚିତ ହେବେ, ସେମାନଙ୍କୁ ଅବଶିଷ୍ଟ ଚାକିରିର ଯେକୌଣସି ସମୟରେ ଅଧିକ ସମୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିପାରେ। ପୂର୍ବର ମୌଳିକ ନିୟମ ୫୬(ଜେ)/୧ ଏବଂ ସିସିଏସ୍‌(ପେନସନ) ନିୟମାବଳୀ, ୧୯୭୨ର ରୁଲ୍‌ ୪୮ରେ ନିର୍ଦ୍ଦେଶନାମାର ବ୍ୟାଖ୍ୟାରେ ରହିଥିବା ଅସ୍ପଷ୍ଟତା ଦୂର କରିବା ନୂଆ ନିୟମର ଉଦ୍ଦେଶ୍ୟ ବୋଲି ଏକ ସରକାରୀ ସୂତ୍ରରୁ ସୂଚନା ମିଳିଛି।
ପୁରୁଣା ନିୟମରେ ଜଣେ କର୍ମଚାରୀଙ୍କୁ ୫୦ କିମ୍ବା ୫୫ ବର୍ଷ ହୋଇଥିଲେ କିମ୍ବା ଚାକିରିରେ ୩୦ ବର୍ଷ ସମ୍ପୂର୍ଣ୍ଣ କଲାପରେ ସେ ସେବାରେ ରହିବେ ଅଥବା ଜନସ୍ବାର୍ଥ ଦୃଷ୍ଟିରୁ ଅବସର ନେବେ ସେନେଇ ତାଙ୍କ ପ୍ରଦର୍ଶନର ସମୀକ୍ଷା କରାଯାଇଥାଏ। ପ୍ରକାଶ ଯେ, ଏହା ପୂର୍ବରୁ ଅପାରଗ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କୁ ଆଗୁଆ ଅବସର ପ୍ରଦାନ ନିମନ୍ତେ ସେମାନଙ୍କ ପ୍ରଦର୍ଶନକୁ ନେଇ ତାଲିକା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ମନ୍ତ୍ରଣାଳୟର ସଚିବମାନଙ୍କୁ ନିର୍ଦ୍ଦେଶ ଦେଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri