କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକ ପରିବାରଙ୍କୁ ମିଳିବ ସହାୟତା

ନୂଆଦିଲ୍ଲୀ,୧୦।୨: କରୋନା ମହାମାରୀରେ ମୃତ୍ୟୁ ହୋଇଥିବା ସାମ୍ବାଦିକଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କଲେ କେନ୍ଦ୍ର ସରକାର। କରୋନାରେ ମୃତ୍ୟୁ ହୋଇଥିବା ୧୨୩ ସାମ୍ବାଦିକ ପରିବାରବର୍ଗଙ୍କ ପାଇଁ କେନ୍ଦ୍ର ସରକାର ୬.୧୫ କୋଟି ଟଙ୍କା ଆର୍ଥିକ ସହାୟତା ମଞ୍ଜୁରୀ ପ୍ରଦାନ କରିଛନ୍ତି। ଗୁରୁବାର ରାଜ୍ୟ ସଭାର ଏକ ପ୍ରଶ୍ନର ଉତ୍ତର ଦେଇ ରାଜ୍ୟ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଏଲ୍‌ ମୁର୍ଗନ ଏନେଇ ସୂଚନା ଦେଇଛନ୍ତି। ଏହି ମହାମାରୀ ସମୟରେ ସାମ୍ବାଦିକମାନେ କରୋନା ଯୋଦ୍ଧା ଭାବେ ଆଗେଇ ଆସିବା ସହ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସଚେତନ କରୁଛନ୍ତି। ତେଣୁ ସମସ୍ତ ସାମ୍ବାଦିକମାନଙ୍କ ପାଇଁ କେନ୍ଦ୍ର ସରକାର ଚିନ୍ତିତ। ସରକାରଙ୍କ ନିକଟକୁ ୧୨୩ ଜଣଙ୍କ ପ୍ରସ୍ତାବ ଆସିଥିଲା। ସମସ୍ତ ୧୨୩ଜଣଙ୍କ ପ୍ରସ୍ତାବକୁ ଗ୍ରହଣ କରାଯାଇ ସେମାନଙ୍କ ପରିବାରବର୍ଗଙ୍କୁ ଏହି ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ମୁର୍ଗନ କହିଛନ୍ତି।

Share