Posted inଜାତୀୟ

ଟୁଇଟର୍‌କୁ ନୋଟିସ୍‌ ପଠାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୧୩।୧୧: ଲେହକୁ ଲଦାଖ ପରିବର୍ତ୍ତେ ଜମ୍ମୁ-କଶ୍ମୀରର ଏକ ଅଂଶ ଦେଖାଇବାକୁ ନେଇ କେନ୍ଦ୍ର ସରକାର ଟୁଇଟରକୁ ନୋଟିସ ଜାରି କରିଛନ୍ତି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ନଭେମ୍ବର ୯ରେ ଟୁଇଟରର ବିଶ୍ୱ ଉପାଧ୍ୟକ୍ଷଙ୍କୁ ପଠାଯାଇଥିବା ବିଜ୍ଞପ୍ତିରେ କହିଛି ଯେ ଭାରତୀୟ ସଂସଦର ସାର୍ବଭୌମତ୍ୱ ପାଇଁ ଇଚ୍ଛାଶକ୍ତିକୁ କ୍ଷୁର୍ଣ୍ଣ କରିବାକୁ ଏହା ଏକ ପ୍ରୟାସ। ସୂଚନାଯୋଗ୍ୟ, ଲଦାଖକୁ କେନ୍ଦ୍ର ଶାସିତ ରାଜ୍ୟ ଭାବରେ ଘୋଷଣା କରାଯାଇଛି ଏବଂ ଲେହ ଏହାର ମୁଖ୍ୟାଳୟ ଅଟେ। କିନ୍ତୁ ଟୁଇଟର ଲେହକୁ ଜମ୍ମୁ କଶ୍ମୀରର ଏକ ଅଂଶ ବୋଲି ବର୍ଣ୍ଣନା କରିଛି। ଭୁଲ ମାନଚିତ୍ର ଦେଖାଇ ଭାରତର ଅଖଣ୍ଡତା ସହିତ ଖେଳିବା ପାଇଁ କାହିଁକି ଚେଷ୍ଟା କରାଯାଉଛି ଏବଂ ଏହାର କର୍ମଚାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ନୁହେଁ ବୋଲି ୫ ଦିନ ମଧ୍ୟରେ ମନ୍ତ୍ରଣାଳୟ ଟୁଇଟରକୁ କହିଥିଲା। ଟୁଇଟରର ଏଭଳି ଭୁଲ ପାଇଁ ଆଇଟି ଆକ୍ଟର ଧାରା ୬୯ଏ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ନିୟମ ଅନୁଯାୟୀ ସମ୍ପୃକ୍ତ କର୍ମଚାରୀଙ୍କୁ ୬ ମାସ ଜେଲ ହୋଇପାରିବ। ଉଲ୍ଲେଖନୀୟ କଥା ହେଉଛି, ପୂର୍ବରୁ ଏକ ଲାଇଭ ପ୍ରସାରଣରେ ଟୁଇଟର ଲେହକୁ ଚାଇନର ଅଂଶ ଦେଖାଇଥିଲା। ଏହା ପରେ ଆଇଟି ମନ୍ତ୍ରଣାଳୟ ଟୁଇଟର ସିଇଓ ଜ୍ୟାକ ଡୋର୍ସିଙ୍କୁ ଚିଠି ଲେଖି ଏହାର ଦୃଢ ଆପତ୍ତି ପ୍ରକାଶ କରିଥିଲା। ପରେ ଯୁଗ୍ମ ସଂସଦୀୟ କମିଟି ଆଗରେ ଟୁଇଟର ମଧ୍ୟ କ୍ଷମା ପ୍ରାର୍ଥନା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଫାଣ୍ଡି କୋଠା ଅଧାପନ୍ତରିଆ

ରିଷିଡା,୩୧ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲାର ବହୁ ପୁରାତନ ରିଷିଡ଼ା ପୋଲିସ ଫାଣ୍ଡି ପ୍ରତିଷ୍ଠାପରଠୁ ଅଦ୍ୟାବଧି ଖପର ଓ ଆଜବେଷ୍ଟସ୍‌ ଘରେ ଚାଲିଆସୁଛି। ବାରମ୍ବାର ଦାବି ପରେ ନୂତନ…

ଉପାନ୍ତରେ ବିକାଶ ବାଟବଣା: ଖଣ୍ଡିଏ ପକ୍କା ରାସ୍ତା ପାଇଁ ଆକୁଳ ନିବେଦନ କରୁଛନ୍ତି ତଳ କନ୍ଦାଗୁଡ଼ା ଗ୍ରାମବାସୀ

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅନ୍ତର୍ଗତ ତଳ କନ୍ଦାଗୁଡ଼ା ଗ୍ରାମରେ ସ୍ଵାଧୀନତାର ବହୁ ବର୍ଷ ପରେ ବି…

ଚାଷୀଙ୍କୁ ମିଳୁନି ସାର, ବଢୁଛି କଳାବଜାର

ଧରାକୋଟ,୩୧ା୭(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଦୀର୍ଘଦିନ ପରେ ଧରାକୋଟ ଅଞ୍ଚଳରେ ଭଲ ବର୍ଷା ହୋଇଥିବାରୁ ଚାଷୀ ଚାଷକାର୍ଯ୍ୟ ଆଗେଇ ନେଉଛନ୍ତି। ତେବେ ଚାଷରେ ପ୍ରୟୋଗ ପାଇଁ ଆବଶ୍ୟକ ପରିମାଣର…

ଆଲିଆବାଦ ସ୍କୁଲରେ ଶିକ୍ଷକ ଅଭାବ: ୪୮ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଜଣେ ଶିକ୍ଷୟିତ୍ରୀ

ଗଞ୍ଜାମ, ୩୧/୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ଆଲିଆବାଦ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି…

‘ଆତ୍ମନିର୍ଭର ଭାରତ ଗଠନରେ ଛାତ୍ରୀଛାତ୍ରଙ୍କ ଭୂମିକା’

ଦିଗପହଣ୍ଡି,୩୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଖେମୁଣ୍ଡି କଲେଜରେ ଶୁକ୍ରବାର ‘ନବସୃଜନ ଓ ନବଉଦ୍ୟମ ପ୍ରତିଯୋଗିତା ୨୦୨୬’ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ…

ହାଣ୍ଡିଶାଳକୁ ମହଙ୍ଗା ମାଡ଼: ବର୍ଷା ଋତୁରେ ଆକାଶଛୁଆଁ ପନିପରିବା ଦର

ଲାଞ୍ଜିଗଡ, ୩୧/୭ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାର ଲାଞ୍ଜିଗଡ ଶିଳ୍ପାଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ବର୍ଷା ଋତୁରେ ପନିପରିବା ଦର ଆକାଶଛୁଆଁ ହୋଇଛି। ଏହାର ପ୍ରଭାବ…

୨୭୪ ଛାତ୍ରୀଛାତ୍ରଙ୍କ ଲାଗି ୩ ଶିକ୍ଷକ, ଅନ୍ଧାରରେ ଭବିଷ୍ୟତ

ଖଜୁରିପଡ଼ା, ୩୧ା୭ (ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଦୂତିମେଣ୍ଡି ପଞ୍ଚାୟତର ଲମ୍ବାଗୁଡ଼ରି ସରକାରୀ ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦେଖା ଦେଇଛି। ରାଜ୍ୟ…

କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏହିସବୁ ପ୍ରସ୍ତାବକୁ ମିଳିଲା ଅନୁମୋଦନ

ନୂଆଦିଲ୍ଲୀ,୩୧।୭: ଶୁକ୍ରବାର ବସିଥିବା କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପିଏମ କିଷାନ ଯୋଜନା ଉପରେ ସରକାର ବଡ଼ ଘୋଷଣା କରିଛନ୍ତି। ମିଳିଥିବା ସୂଚନାନୁଯାୟୀ, ଆଉ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri