Categories: ଜାତୀୟ

ଏଲଏସିରେ ନିୟନ୍ତ୍ରଣ ହରାଇଛନ୍ତି କେନ୍ଦ୍ର ସରକାର: ଓଓ୍ବାଇସି…

ନୂଆଦିଲ୍ଲୀ,୨୨।୨ : ଏଲଏସି ପ୍ରସଙ୍ଗରେ ବହିର୍ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ ବିବୃତ୍ତି ପରେ ରାଜନୀତି ତୀବ୍ର ହୋଇଛି। କଂଗ୍ରେସ ସମେତ ଅନେକ ବିରୋଧୀ ଦଳର ନେତାମାନେ ସେମାନଙ୍କ ସମାଲୋଚନା ଜାରି ରଖିଛନ୍ତି। ଏହି କ୍ରମରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ମଧ୍ୟ ବହିର୍ବ୍ୟାପାର ମନ୍ତ୍ରୀ ଜୟଶଙ୍କରଙ୍କୁ ଟାର୍ଗେଟ କରିଛନ୍ତି। ସେ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ ଉପରେ ଜୟଶଙ୍କରଙ୍କ ଦାବିକୁ ବିଶ୍ୱାସ ଘାତକତା ଏବଂ ପ୍ରତାରଣା ବୋଲି କହିଛନ୍ତି। ଓୱାଇସି ପଚାରିଛନ୍ତି ଯେ ଯଦି ସରକାରଙ୍କର କିଛି ଲୁଚାଇବାକୁ ନାହିଁ ତେବେ ସଂସଦରେ ବିତର୍କରୁ କାହିଁକି ଦୂରେଇ ଯାଉଛନ୍ତି?

ଏହି ପ୍ରସଙ୍ଗରେ ମୋର ପ୍ରଶ୍ନ କାହିଁକି ପ୍ରତ୍ୟାଖ୍ୟାନ କରାଯାଉଛି? ସେଠାରେ ଗଣମାଧ୍ୟମକୁ କାହିଁକି ନିଆଯାଉ ନାହିଁ? ଜୟଶଙ୍କରଙ୍କ ଯୁକ୍ତିକୁ ହାସ୍ୟାସ୍ପଦ ଏବଂ ଅପ୍ରାସଙ୍ଗିକ ବୋଲି ବର୍ଣ୍ଣନା କରି ଓୱାଇସି କହିଛନ୍ତି ଯେ ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନା କୋଇ ଘୁସା ଥା ନା କୋଇ ଘୁସା ହୈ ମନ୍ତବ୍ୟକୁ କେବଳ ଅନୁସରଣ କରୁଛନ୍ତି।

ଅନ୍ୟ ଏକ ଟୁଇଟ ଓୱାଇସି ଲେଖିଛନ୍ତି ଯେ ସରକାର ଲଦାଖର ଅଞ୍ଚଳ ଉପରେ ନିୟନ୍ତ୍ରଣ ହରାଇଛନ୍ତି ଏବଂ ତିନି ବର୍ଷ ପୂର୍ବର ସ୍ଥିତାବସ୍ଥାକୁ ଫେରାଇ ଆଣିବାରେ ବିଫଳ ହୋଇଛନ୍ତି। ଏହା ଅନ୍ତତଃ ପକ୍ଷେ ସରକାରଙ୍କଠାରୁ ଏହା ଆଶା କରାଯାଏ ନାହିଁ। ସରକାର ଚାଇନା ସହିତ ଡେପସାଙ୍ଗ ଏବଂ ଡେମୋକୋକ ବିଷୟରେ ଆଲୋଚନା ମଧ୍ୟ କରିପାରିବେ ନାହିଁ।

ଓୱାଇସି କହିଛନ୍ତି ଯେ ଚାଇନ ସହ ଲଦାଖ ସଙ୍କଟ ଏବଂ ଗୁଜରାଟ ଦଙ୍ଗା ଉପରେ ସରକାର ସତ୍ୟକୁ ଭୟ କରୁଛନ୍ତି। ବହିର୍ବ୍ୟାପାର ମନ୍ତ୍ରୀଙ୍କ ବିଶ୍ୱାସ ଘାତକତା ଏବଂ ପ୍ରତାରଣା ଚାଇନା ସହିତ ସୀମା ସଙ୍କଟର ସମାଧାନ କରି ପାରିବ ନାହିଁ। ଏହି ସତ୍ୟତାକୁ ଗ୍ରହଣ କରିବାକୁ ଏକ ଇଚ୍ଛାଶକ୍ତି ଆବଶ୍ୟକତା ରହିଛି।

Share