ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର; ମିଳିବ ୧.୮ ଲକ୍ଷର ଲାପଟପ୍‌, ୪ ବର୍ଷ ପରେ…

ନୂଆଦିଲ୍ଲୀ,୧୨।୧୧: ସରକାରୀ କର୍ମଚାରୀମାନଙ୍କ ପାଇଁ ଏକ ବହୁତ ବଡ଼ ଏବଂ ଖୁସିର ଖବର ଆସିଛି। କେନ୍ଦ୍ର ସରକାର ନିଜର ଅଧିକାରୀମାନଙ୍କୁ ଦିଆଯାଉଥିବା ଅଫିସ ଲାପଟପ ଏବଂ ଟାବଲେଟ ସମ୍ୱନ୍ଧରେ ନୂତନ ନିୟମ ଜାରି କରିଛନ୍ତି। ଅର୍ଥ ମନ୍ତ୍ରଣାଳୟର (Finance Ministry) ବ୍ୟୟ ବିଭାଗ ନୂତନ ଡିଭାଇସ କ୍ରୟ ନୀତିକୁ ମଞ୍ଜୁରୀ ଦେଇଛି। ଏହା ଅଧୀନରେ ଯୋଗ୍ୟ ଅଧିକାରୀମାନେ ବ୍ୟବହାର ପାଇଁ ବର୍ତ୍ତମାନ ୧.୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ହାଇ-ଏଣ୍ଡ ଲାପଟପ କିମ୍ୱା ଟାବଲେଟ ପାଇପାରିବେ ଏବଂ ୪ ବର୍ଷ ପୂଙ୍ଗାଙ୍ଗ ହେବା ପରେ ଏହାକୁ ବିନା ମୂଲ୍ୟରେ ନିଜ ପାଖରେ ମଧ୍ୟ ରଖିପାରିବେ।

ସରକାର ନୂତନ ନୀତିରେ ଗ୍ୟାଜେଟ କିଣିବା ପାଇଁ ବଜେଟ ବହୁତ ବଢ଼ାଇ ଦେଇଛନ୍ତି। ଯେଉଁ ଡିଭାଇସ୍ଗୁଡ଼ିକରେ ୪୦% ରୁ ଅଧିକ ମେକ-ଇନ-ଇଣ୍ଡିଆ (Make-in-India) ସାମଗ୍ରୀ ରହିଥିବ, ସେଗୁଡ଼ିକ ପାଇଁ ସରକାର ୧.୮ ଲକ୍ଷ ଟଙ୍କା (ସାଙ୍ଗରେ ଟ୍ୟାକ୍ସ) ପର୍ଯ୍ୟନ୍ତ ଖର୍ଚ୍ଚ କରିବେ। ଏହି ବଜେଟ ମଧ୍ୟରେ ଆପଲ୍ର ମ୍ୟାକ୍ୱୁକ ଏୟାର୍‌ ଏବଂ ପ୍ରୋ (MacBook Air & Pro) ପରି ମହଙ୍ଗା ଲାପଟପ ସହଜରେ ଆସିଯାଇଥାଏ। ଅନ୍ୟାନ୍ୟ ସାଧାରଣ ଡିଭାଇସ ପାଇଁ ସର୍ୱାଧିକ ବଜେଟ ୧.୫ ଲକ୍ଷ ଟଙ୍କା ସ୍ଥିର କରାଯାଇଛି। ଏହାପୂର୍ୱରୁ ଜୁଲାଇ 2023 ରେ ଏହି ବଜେଟ ସୀମା ୧ ଲକ୍ଷ ଟଙ୍କା ଏବଂ ୧.୩ ଲକ୍ଷ ଟଙ୍କା ଥିଲା, ଯାହାକୁ ବର୍ତ୍ତମାନ ବୃଦ୍ଧି କରାଯାଇଛି। ଏହି ଯୋଜନାରେ ଲାପଟପ, ଟାବଲେଟ, ନୋଟବୁକ ଏବଂ ଅଲ୍ଟ୍ରାବୁକ ସାମିଲ ଅଛି। କିନ୍ତୁ, ମୋବାଇଲ ଫୋନକୁ ଏଥର ନୂତନ ତାଲିକାରୁ ବାହାରେ ରଖାଯାଇଛି।

ନୂତନ ନିୟମଗୁଡ଼ିକର ସବୁଠାରୁ ବଡ଼ କଥା ହେଉଛି, ୪ ବର୍ଷ ପର୍ଯ୍ୟନ୍ତ ଅଫିସ କାମରେ ବ୍ୟବହାର କରିବା ପରେ କର୍ମଚାରୀଜଣକ ସେହି ଲାପଟପ ସବୁଦିନ ପାଇଁ ନିଜ ପାଖରେ ରଖିପାରିବେ। ଲାପଟପ ସମ୍ପୂର୍ଣ୍ଣ ରୂପେ ହସ୍ତାନ୍ତର କରିବା ପୂର୍ୱରୁ ସରକାରୀ ବିଭାଗ ସେଥିରୁ ଅଫିସର ସମସ୍ତ ଫାଇଲ ଏବଂ ଗୁପ୍ତ ତଥ୍ୟକୁ ସମ୍ପୂର୍ଣ୍ଣ ରୂପେ ଲିଭାଇ ଦେବ (ଡିଲିଟ କରିଦେବ)।

ଯଦି କୌଣସି ଅଧିକାରୀ ୪ ବର୍ଷ ର୍ପୂାଙ୍ଗ ହେବା ପୂର୍ୱରୁ ଅବସର ନିଅନ୍ତି କିମ୍ୱା ଚାକିରି ଛାଡ଼ନ୍ତି, ତେବେ ତାଙ୍କୁ ଲାପଟପ ଫେରାଇବାର ଆବଶ୍ୟକତା ନାହିଁ। ସେ ପ୍ରତିବର୍ଷ ୨୫% ଅବକ୍ଷୟ (Depreciation) ହିସାବ କରି ବଳକା ମୂଲ୍ୟ ପୈଠ କରି ଲାପଟପ ନିଜ ପାଖରେ ରଖିପାରିବେ।

ଏହି ଯୋଜନା ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏକସାଙ୍ଗରେ ଲାଗୁ ହେବ ନାହିଁ। ଏଥିପାଇଁ ପଦବୀ ଏବଂ ପେ-ଲେଭଲ (Pay-Level) ସ୍ଥିର କରାଯାଇଛି:

ପେ-ଲେଭଲ 12 ଏବଂ ତା’ଠାରୁ ଉପରର ଅଧିକାରୀ: ଏହି ସ୍ତରର ସମସ୍ତ ସୱୀକୃତ ପଦବୀ ଥିବା ଅଧିକାରୀମାନେ ଏହି ସୁବିଧା ପାଇବେ।
ପେ-ଲେଭଲ 8 ରୁ 11 ର କର୍ମଚାରୀ: ଏହି ବର୍ଗର ମୋଟ ପଦବୀ ମଧ୍ୟରୁ ବର୍ତ୍ତମାନ ୫୦% କର୍ମଚାରୀଙ୍କୁ ଏହି ଡିଭାଇସ ଦିଆଯିବ। ଯଦି କାମର ଆବଶ୍ୟକତା ଅଧିକ ହୁଏ, ତେବେ ବିଭାଗର ବଡ଼ ଅଧିକାରୀମାନେ ଏହାକୁ ବଢ଼ାଇ ୭୫% ପର୍ଯ୍ୟନ୍ତ କରିପାରିବେ।

କିଛି ଜରୁରୀ କଥା ଯାହା ଜାଣିବା ଆବଶ୍ୟକ
କୌଣସି ଅଧିକାରୀ ୪ ବର୍ଷ ଭିତରେ ଦ୍ୱିତୀୟ ନୂତନ ଲାପଟପ ତେବେ ପର୍ଯ୍ୟନ୍ତ ପାଇବେ ନାହିଁ, ଯେତେବେଳେ ପୁରୁଣା ଲାପଟପ ସମ୍ପୂର୍ଣ୍ଣ ରୂପେ ଖରାପ ହୋଇଯାଇଥିବ ଏବଂ ମରାମତି ହେବା ଭଳି ସ୍ଥିତିରେ ନଥିବ। ଏହି ନିୟମଗୁଡ଼ିକ କେବଳ କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ, ବିଭାଗ ଏବଂ ସେଗୁଡ଼ିକ ସହିତ ଜଡ଼ିତ କାର୍ଯ୍ୟାଳୟଗୁଡ଼ିକ ଉପରେ ଲାଗୁ ହେବ। ରାଜ୍ୟ ସରକାରଙ୍କ କର୍ମଚାରୀ, ସରକାରୀ କମ୍ପାନୀ (PSU) ଏବଂ ବେସରକାରୀ ପରାମର୍ଶଦାତାମାନେ ଏହାର ପରିସରଭୁକ୍ତ ହେବେ ନାହିଁ।

Share