ଉପକୂଳ ରାଜପଥ ନିର୍ମାଣରେ କେନ୍ଦ୍ର ବାଧକ

ବ୍ରହ୍ମପୁର ଅଫିସ,୧୪ା୧: ଗଞ୍ଜାମ ଜିଲାର ଗୋପାଳପୁର ଓ ପୁରୀ ଜିଲା ବ୍ରହ୍ମଗିରି ମଧ୍ୟରେ ପ୍ରସ୍ତାବିତ ଉପକୂଳ ରାଜପଥ ନିର୍ମାଣରେ ବାଧକ ସାଜିଛି କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ। ଫଳରେ ଜହ୍ନିକୁଦା ଓ ସାତପଡ଼ା ମଧ୍ୟରେ ୫ କି.ମି.ସେତୁ ନିର୍ମାଣ ହୋଇପାରୁନାହିଁ। ବିଧାନସଭାର ପ୍ରାକ୍ତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଏହି ଅଭିଯୋଗ କରିଛନ୍ତି। ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଏହା ଆଉ ଏକ ଅବହେଳା ବୋଲି ଦର୍ଶାଇଛନ୍ତି। ତୁରନ୍ତ ପରିବେଶ ମଞ୍ଜୁରୀ ଦେବାକୁ ସେ ଗୁରୁତ୍ୱ ଦେଇଛନ୍ତି।
ବ୍ରହ୍ମପୁରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପଣ୍ଡା କହିଛନ୍ତି, ଅତୀତରେ ଗୋପାଳପୁରଠାରୁ ଚିଲିକା ଦେଇ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟନ୍ତ ଦୀର୍ଘ ଉପକୂଳ ରାଜପଥ ନିର୍ମାଣର ଯୋଜନା ହୋଇଥିଲା। ସେହି ଯୋଜନାରେ ଜହ୍ନିକୁଦା ଓ ସାତପଡ଼ା ମଧ୍ୟରେ ୫ କିଲୋମିଟର ସେତୁ ନିର୍ମାଣ ଅନ୍ତର୍ଭୁକ୍ତ ଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ହୋଇଥିବା ଡିଜାଇନରେ ଗଞ୍ଜାମ ଉପକୂଳକୁ କାଟଛାଣ୍ଟ କରାଯାଇଛି। ଅନ୍ୟପକ୍ଷରେ ଚିଲିକା ମଝିରେ ବ୍ରିଜ୍‌ ନିର୍ମାଣକୁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ଆପତ୍ତି ଉଠାଇଛି। ଫଳରେ ପ୍ରସ୍ତାବିତ ସାତପଡ଼ା-ଜହ୍ନିକୁଦା ବ୍ରିଜ ନିର୍ମାଣ ଅଟକି ଯାଇଛି। ପରିବେଶ ମନ୍ତ୍ରଣାଳୟ ଏହାର ପୁନର୍ବିଚାର କରିବାକୁ ପଣ୍ଡା ଦାବି କରିଛନ୍ତି ।
ପଣ୍ଡା ଆହୁରି କହିଛନ୍ତି, ବ୍ରହ୍ମଗିରି ଓ ଗୋପାଳପୁର ଉପକୂଳ ରାଜପଥ ନିର୍ମାଣ ଲାଗି କେନ୍ଦ୍ର ପରିବେଶ ମଞ୍ଜୁରୀ ଦେବା ନିମନ୍ତେ ମନ୍ତ୍ରୀ ନିତୀନ ଗଡ଼କରୀଙ୍କୁ ୨୦୧୫ରେ ସାକ୍ଷାତକରି ଦାବିପତ୍ର ଦେଇଥିଲେ। ସେତେବେଳେ ତାଙ୍କ ସହ ଅଞ୍ଚଳର କେତେକ ବିଶିଷ୍ଟ ବ୍ୟକ୍ତି ଯାଇଥିଲେ। ଏହାର ୭ ବର୍ଷ ବିତିଛି ଏବଂ ଏଯାବତ୍‌ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ପ୍ରସ୍ତାବିତ ଯୋଜନା କେନ୍ଦ୍ର ସରକାରଙ୍କ ଶୀତଳ ଭଣ୍ଡାରରେ ପଡ଼ି ରହିଛି। ସେ ସୂଚାଇଛନ୍ତି ଗୋପାଳପୁର-ବ୍ରହ୍ମଗିରି ଉପକୂଳ ରାଜପଥ ନିର୍ମାଣ ହେଲେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ପ୍ରଦେଶର ଜିଲାଗୁଡ଼ିକର ତୀର୍ଥଯାତ୍ରୀମାନେ ୭୦ କି.ମି. କମ୍‌ ଦୂରତାରେ ପୁରୀରେ ପହଞ୍ଚତ୍ ପାରିବେ। ଏହି ପ୍ରକଳ୍ପ ନିର୍ମାଣ ଦ୍ୱାରା ବେଳାଭୂମି ଓ ଚିଲିକା ପର୍ଯ୍ୟଟନର ମଧ୍ୟ ବିକାଶ ହେବ। ଖଲ୍ଲିକୋଟ, ଗଞ୍ଜାମ, କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ୩୫ ପଞ୍ଚାୟତର ଦୁଇ ଶତାଧିକ ଗ୍ରାମର ଲକ୍ଷାଧିକ ମତ୍ସ୍ୟଜୀବୀ ଓ ଚାଷୀ ବିଶେଷ ଉପକୃତ ହେବେ ଏବଂ ସେମାନେ ମୌଳିକ ସୁବିଧା ସହଜରେ ପାଇପାରିବେ। ତେଣୁ ଉପରୋକ୍ତ ଯୋଜନା ଅବିଳମ୍ବେ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ପରିବେଶ ମଞ୍ଜୁରୀ ଦେବାକୁ ପୂର୍ବତନ ଉପବାଚସ୍ପତି ପୁନର୍ବାର ଦାବି କରିଛନ୍ତି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ନିଆଯାଇଥିତ୍ବା ପଣ୍ଡା ସୂଚାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri