ସେଣ୍ଟ୍ରାଲ ବ୍ୟାଙ୍କ ସେବା ନିବୃତ୍ତ ସଂଘ ରାଜ୍ୟ ସମ୍ମିଳନୀ

ଭୁବନେଶ୍ୱର, ୭ା୩: ସେଣ୍ଟ୍ରାଲ ବ୍ୟାଙ୍କ ସେବାନିବୃତ୍ତ କର୍ମଚାରୀଙ୍କ ରାଜ୍ୟ ସମ୍ମିଳନୀ ସୋମବାର ବୁଦ୍ଧ ମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ନିରଞ୍ଜନ ମିଶ୍ର ଏହାର ଉଦ୍‌ଘାଟନ କରିଥିଲେ। ବିଶ୍ୱ ରଞ୍ଜନ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରଜନୀ ରଞ୍ଜନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ା
ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ରାଉତ ସମ୍ପାଦକୀୟ ବିବରଣୀ ପାଠ ସହ ପେନ୍‌ସନ୍‌ ଅପ୍‌ଡେଶନ ଓ ସ୍ବାସ୍ଥ୍ୟ ବୀମା ଦେୟ ହ୍ରାସ କରି ସମସ୍ତଙ୍କ ପାଇଁ ଲାଗୁ କରିବା, ସ୍ବାସ୍ଥ୍ୟ ବୀମା ପାଇଁ ବ୍ୟାଙ୍କ ଦେଉଥିବା ଆର୍ଥିକ ସହାୟତା ପ୍ରଦାନ ଏବଂ ବରିଷ୍ଠ ନାଗରିକମାନଙ୍କୁ ପୂର୍ବପରି ରେଳରେ ଦିଆଯାଉଥିବା ରିହାତି ଲାଗୁ ଆଦି ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ଆଲୋଚନାରେ କିଶୋର ଜେନା, ରବୀନ୍ଦ୍ର ନାଥ ସୂତାର, ବିରଜା ପ୍ରସାଦ ଦାସ, ଅଭିରାମ ଦାସ, ପ୍ରମୋଦ କୁମାର ମହାନ୍ତି, ସୁବାସ ପାଲ, ବନମାଳୀ ମାଟି, ଗୋଲକ ବିହାରୀ ନାୟକ, ଅଶୋକ କୁମାର ତା, ସୁବାସ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
ଆସନ୍ତା ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା। ହେମନ୍ତ କୁମାର କର ଚେୟାରମ୍ୟାନ, ବିଶ୍ୱରଞ୍ଜନ ଶତପଥୀ ସଭାପତି, ଶରତ ଚନ୍ଦ୍ର ରାଉତ ସାଧାରଣ ସମ୍ପାଦକ, ତ୍ରୈଲୋକ୍ୟନାଥ ପ୍ରଧାନ ଉପ ସାଧାରଣ ସମ୍ପାଦକ, ସୁବାସ ଚନ୍ଦ୍ର ପଟ୍ଟନାୟକ ସଙ୍ଗଠନ ସମ୍ପାଦକ, ଅଶୋକ କୁମାର ତା ଏବଂ ଅଶୋକ କୁମାର ସାହୁ ଯୁଗ୍ମ ସମ୍ପାଦକ ଓ ଅଭିରାମ ଦାସ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି।
କିଶୋର ଜେନା ମୁଖ୍ୟ ଉପଦେଷ୍ଟା, ଏହାଛଡା କାର୍ଯ୍ୟକାରୀ କମିଟିକୁ ୧୫ ଜଣ ସଭ୍ୟ ନିର୍ବାଚିତ ହୋଇଥିଲେ। ସେଣ୍ଟ୍ରାଲ ବ୍ୟାଙ୍କ କର୍ମଚାରୀ ସଂଘ ଓ ଅଫିସର୍ସ ସଂଘ ସାଧାରଣ ସମ୍ପାଦକ ଓଁକାର ମହାନ୍ତି ଓ ରବୀନ୍ଦ୍ର ନାଥ ଦାସ ସମ୍ମିଳନୀରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri